Advertisment

ବିବାହ ବେଳେ ଆଉ ଲେହେଙ୍ଗା ପିନ୍ଧି ପାରିବେନି ଯୁବତୀ

ଯଦି ଏହି ନିୟମକୁ ପାଳନ ନ କରାଯାଏ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୁରୁଦ୍ୱାରା କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି।

Bride in Lehenga

Bride in Lehenga

Advertisment

ସାଧାରଣତଃ ବିବାହ କଥା ପଡ଼ିଲେ ସମସ୍ତ ଯୁବତୀଙ୍କ ପ୍ରଥମ ପସନ୍ଦ ହୋଇଥାଏ ଲେହେଙ୍ଗା। କିଏ କେଉଁ ପ୍ରକାରର ଲେହେଙ୍ଗା ପିନ୍ଧିବ ତାକୁ ନେଇ ମାସେ ପୂର୍ବରୁ ଆରମ୍ଭ ହୋଇଯାଏ ନାନା କଳ୍ପନା ଜଳ୍ପନା। ବିଭିନ୍ନ ଦୋକାନ ବୁଲି ଖୋଜାଖୋଜି ଚାଲେ ଡିଜାଇନର୍ ଲେହେଙ୍ଗା। କେବଳ ସେତିକି ନୁହେଁ ଡିଜାଇନର୍ ସାଙ୍ଗକୁ ଓଜନଦାର ଲେହେଙ୍ଗା ମଧ୍ୟ ବାଛିବାକୁ ପଛାନ୍ତିନି ଯୁବତୀ। କିନ୍ତୁ ଏବେ ସବୁ ଉତ୍ସାହରେ ପଡ଼ିବ ପୂର୍ଣ୍ଣଛେଦ। ଲେହେଙ୍ଗା ପିନ୍ଧି ଆଉ ବାହା ହୋଇପାରିବେନି ଯୁବତୀ। କେବଳ ସେତିକି ନୁହେଁ ବିବାହ ବେଳେ ଯୁବତୀମାନେ କ'ଣ ପିନ୍ଧିବେ ସେଥିପାଇଁ ଡ୍ରେସ କୋଡ୍‌ ମଧ୍ୟ ଜାରି ହୋଇଛି।

Advertisment

ଏଭଳି କିଛି ନୂଆ ନିୟମ ଲାଗୁ କରିଛନ୍ତି ଗୁରୁଦ୍ୱାରାର ଶ୍ରୀ ହଜୁର ସାହିବ। ପଞ୍ଜାବ ଗୁରୁଦ୍ୱାରା ସାହିବରେ ଅନନ୍ଦ କରାଜ ବା ବିବାହ ସମୟରେ ଶିଖ୍ କନିଆଁଙ୍କ ପାଇଁ ଡ୍ରେସ୍‌ କୋଡ୍ ଲାଗୁ କରାଯାଇଛି। ବିବାହ ସମୟରେ କୌଣସି ବି ଶିଖ କନିଆଁ ଭାରୀ ବା ଓଜନରଦାର ଲେହେଙ୍ଗା ପିନ୍ଧିପାରିବେ ନାହିଁ। ସେମାନେ କେବଳ ଗୋଟିଏ ପଞ୍ଜାବୀ ସୁଟ୍‌ ବା ସାଲଓ୍ୱାର ପିନ୍ଧି ବୁଲିବେ ବା ଫେରା ନେବେ ବୋଲି କୁହାଯାଇଛି। ଶ୍ରୀ ହଜୁର ସାହିବର ଜାଥେଦର କୁଲବିନ୍ଦର ସିଂହ ଆନନ୍ଦ କାରଜ ସମୟରେ ଶିଖ ମହିଳାମାନଙ୍କୁ ଲେହେଙ୍ଗା ପିନ୍ଧିବାକୁ ବାରଣ କରିଛନ୍ତି।

ଶୁକ୍ରବାର ଜାଥେଦର କୁଲବିନ୍ଦର ସିଂହ ଏବଂ ସିଂହ ସାହିବାନୋଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଆନନ୍ଦ-କାରଜ ବା ବିବାହ ବେଳେ ଭାରୀ ଲେହେଙ୍ଗା ପିନ୍ଧି ଫେରା ନେବାରେ ସମ୍ମୁଖୀନ ହେଉଥିବା ଅସୁବିଧାକୁ ହ୍ରାସ କରିବାକୁ ସିଂହ ସାହିବାନୋ ଏହି ନିଷ୍ପତ୍ତି ନେଇଛନ୍ତି। ଆଧୁନିକ ଫ୍ୟାସନର ଏକ ଅଂଶ ଭାବରେ ବିବାହରେ ପ୍ରଚଳିତ ପୋଷାକ ପିନ୍ଧିବା ଅଭ୍ୟାସକୁ ନିଷେଧ କରାଯାଇଛି। ଶିଖ ମହିଳାମାନଙ୍କୁ ଏଭଳି ପୋଷାକ ପିନ୍ଧିବା ବଦଳରେ ସୁଟ ସାଲୱାର ପିନ୍ଧିବାକୁ ନିର୍ଦ୍ଦେଶ ଦିଆଯାଇଛି।

Advertisment

ଏହି ନିର୍ଦ୍ଦେଶକୁ କଡାକଡି ଭାବେ ପାଳନ କରିବାକୁ ମଧ୍ୟ କୁହାଯାଇଛି। ଯଦି ଏହି ନିୟମକୁ ପାଳନ ନ କରାଯାଏ ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୁରୁଦ୍ୱାରା କର୍ତ୍ତୃପକ୍ଷ ଚେତାବନୀ ଦେଇଛନ୍ତି। ବୈଠକରେ ବର ଏବଂ ବରର ପରିବାର ସଦସ୍ୟ ଜନସାଧାରଣଙ୍କ ପାଇଁ କରିଥିବା ନିମନ୍ତ୍ରଣ କାର୍ଡରେ ବର ଏବଂ କନ୍ୟାର ନାମ ପଛରେ ସିଂହ କିମ୍ବା କୌର ଉପନାମ ଉଲ୍ଲେଖ କରିବାକୁ ଅନିର୍ବାଯ୍ୟ କରାଯାଇଛି।

ବର୍ତ୍ତମାନ ଏହି ପ୍ରତିବନ୍ଧକ କେବଳ ମହାରାଷ୍ଟ୍ର ନାନ୍ଦେଡ ସମେତ ବିବାହ ସମାରୋହରେ ପ୍ରଯୁଜ୍ୟ ହେବ। ଏହା ସମଗ୍ର ଶିଖ ସମ୍ପ୍ରଦାୟ ପାଇଁ ପ୍ରଯୁଜ୍ୟ ହୋଇପାରିବ ନାହିଁ ବୋଲି କୁହାଯୋଇଛି।

Punjabi Wedding Lehenga Punjabi Bride
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe