Advertisment

ହସ୍ପିଟାଲ କର୍ମଚାରୀଙ୍କ ପାଇଁ ନୂଆ ନିୟମ: ଜିନ୍ସ, ମେକଅପ୍‌ ଓ ଲମ୍ବା ନଖ ରଖିବା ମନା

ୱିକେଣ୍ଡ, ସନ୍ଧ୍ୟା ଓ ରାତି ଡ୍ୟୁଟି ବେଳେ ମଧ୍ୟ ନିୟମ ସମସ୍ତେ ମାନିବେ। ନିୟମ ଉଲ୍ଲଙ୍ଘନ କଲେ କର୍ମଚାରୀଙ୍କୁ ଅନୁପସ୍ଥିତ ଘୋଷଣା କରାଯିବ।

author-image
Hemant Lenka
ଅଦ୍ୟତନ ହୋଇଛି
Hospital

Hospital

ମେକଅପ୍‌, ଫଙ୍କି ହେୟାରଷ୍ଟାଇଲ ଓ ଲମ୍ବା ନଖ ରଖିପାରିବେ ନାହିଁ ମେଡିକାଲ କର୍ମଚାରୀ। ଏହାବାଦ ଟି-ଶାର୍ଟ, ଜିନ୍ସ ଓ ସ୍କଟ ମଧ୍ୟ ପିନ୍ଧି ପାରିବେ ନାହିଁ। ହରିଆଣାର ସମସ୍ତ ସରକାରୀ ହସ୍ପିଟାଲରେ ଏପରି ନିୟମ ଲାଗୁ ହେବ। ହରିଆଣାର ସରକାର ସ୍ୱାସ୍ଥ୍ୟ ସେବା ସହ ଜଡ଼ିତ ଲୋକଙ୍କ ପାଇଁ ଡ୍ରେସ କୋଡ ଲାଗୁ କରିବାକୁ ଯାଉଥିବା ବେଳେ ଏପରି ନିୟମ ସାମ୍ନାକୁ ଆସିଛି।

Advertisment

ହରିଆଣାର ସ୍ୱାସ୍ଥ୍ୟ ମନ୍ତ୍ରୀ ଅନୀଲ ବିଜ୍‌ କହିଛନ୍ତି ଯେ ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଚାଲିଥିବା ଡ୍ରେସ କୋଡ୍‌ ବ୍ୟବସ୍ଥା ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଖୁବଶୀଘ୍ର ଏହାକୁ ଲାଗୁ କରାଯିବ। ଡ୍ୟୁଟିରେ ଥିବା କର୍ମଚାରୀଙ୍କ ପାଇଁ କଡ଼ାକଡ଼ି ଭାବେ ଏହି ନିୟମ ଲାଗୁ ହେବ।

ୱିକେଣ୍ଡ, ସନ୍ଧ୍ୟା ଓ ରାତି ଡ୍ୟୁଟି ବେଳେ ମଧ୍ୟ ନିୟମ ସମସ୍ତେ ମାନିବେ। ନିୟମ ଉଲ୍ଲଙ୍ଘନ କଲେ କର୍ମଚାରୀଙ୍କୁ ଅନୁପସ୍ଥିତ ଘୋଷଣା କରାଯିବ। ହସ୍ପିଟାଲରେ କର୍ମଚାରୀମାନେ ନିର୍ଦ୍ଦିଷ୍ଟ ନିୟମ ଭିତରେ ରହିବା ଦରକାର। ଏଥିସହ ହସ୍ପିଟାଲ ଭଳି ସ୍ଥାନରେ ଡ୍ରେସ କୋଡ ଲାଗୁ କରିବା ଜରୁରୀ।

Advertisment

ଫଙ୍କି ହେୟାର ଷ୍ଟାଇଲ, ଓଜନଦାର ଅଳଙ୍କାର, ମେକଅପ, ଲମ୍ବା ନଖ ଡ୍ୟୁଟି ବେଳେ ଆଦୌ ଗ୍ରହଣୀୟ ନୁହେଁ। ବିଶେଷ କରି ସ୍ୱାସ୍ଥ୍ୟ କେନ୍ଦ୍ରରେ କେବେ ହେଲେ ଏହାକୁ ଗ୍ରହଣ କରାଯାଇ ପାରିବ ନାହିଁ। ଜିନ୍ସ, ଟି-ଶାର୍ଟ ଓ ସ୍କଟ ପ୍ରଫେସନାଲ ଡ୍ରେସ ନୁହେଁ। ତେଣୁ ଏହାକୁ ମଧ୍ୟ ଆମେ ହସ୍ପିଟାଲରେ ଅନୁମତି ଦେବୁ ନାହିଁ।

କର୍ମଚାରୀମାନେ ଗୋଟିଏ ବ୍ୟାଜ୍‌ ପିନ୍ଧିବେ। ଏଥିରେ ସେମାନେ କେଉଁ ପଦରେ କାମ କରୁଛନ୍ତି, ସେକଥା ଉଲ୍ଲେଖ କରାଯିବ। କର୍ମଚାରୀମାନେ ସ୍ଲିପର ପିନ୍ଧି ପାରିବେ ନାହିଁ। ସେମାନଙ୍କ ଜୋତା କଳା ରଙ୍ଗର ଓ ସଫା ରହିବ। ସେହିପରି କୌଣସି ପ୍ରକାରର ଡିଜାଇନ ଥିବା ଜୋତାକୁ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଛନ୍ତି।

Hospital