Advertisment

ଦୃଷ୍ଟି IAS କୋଚିଂ ସେଣ୍ଟର ବେସମେଣ୍ଟ ସିଲ୍

ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ସିଲ୍ କରିଛି ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (MCD)।

Vikash Divyakirti (Drishti IAS Centre's Founder)

Vikas Divyakirti

Advertisment

ଲୋକପ୍ରିୟ ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟର ବେସମେଣ୍ଟକୁ ସିଲ୍ କରାଯାଇଛି। ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନ (MCD) ନିୟମ ଉଲ୍ଲଙ୍ଘନ କରିବା ଅଭିଯୋଗରେ ସିଲ୍ କରିଛି। ଦିଲ୍ଲୀର ଏକ ଆଇଏଏସ କୋଚିଂ ସେଣ୍ଟରରେ ତିନି ଜଣ ଆଶାୟୀଙ୍କ ମୃତ୍ୟୁ ହେବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

Advertisment

ସୂଚନା ଅନୁସାରେ, ମୁଖାର୍ଜୀ ନଗର ଅଞ୍ଚଳରେ ଥିବା 'ଦୃଷ୍ଟି' ସମେତ ଦିଲ୍ଲୀର ପାଖାପାଖି 8ଟି କୋଚିଂ ସେଣ୍ଟର ବେସମେଣ୍ଟକୁ ସିଲ୍ କରାଯାଇଛି। ନିୟମ ଅନୁସାରେ, ବେସମେଣ୍ଟ କେବଳ ଷ୍ଟୋର୍ ପାଇଁ ବ୍ୟବହାର କରାଯିବା କଥା, କିନ୍ତୁ ଏସବୁ କୋଚିଂ ସେଣ୍ଟରର ବେସମେଣ୍ଟରରେ କୋଚିଂ କ୍ଲାସ୍ ଚାଲିଥିବାରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।  

ପ୍ରକାଶ ଥାଉକି, ନିକଟରେ ଦିଲ୍ଲୀର ପୁରୁଣା ରାଜେନ୍ଦ୍ର ନଗରରେ ଥିବା Rau's କୋଚିଂ ସେଣ୍ଟରରେ ଦୁଇ ଜଣ ଛାତ୍ରୀ ଓ ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଥିଲା। ଏମାନେ ବେସମେଣ୍ଟରେ ଥିବା ଲାଇବ୍ରେରୀରେ ପାଠ ପଢିବା ସମୟରେ ହଠାତ୍ ବନ୍ୟା ପାଣି ପଶିଯିବାରୁ ସେଥିରେ ବୁଡ଼ି ଯାଇଥିଲେ। ଉଦ୍ଧାରକାରୀ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କଲା ବେଳକୁ ସେମାନଙ୍କ ମୃତ୍ୟୁ ହୋଇ ଯାଇଥିଲା।

Advertisment

ଏପରି ଏକ ସମ୍ବେଦନଶୀଳ ଘଟଣା ପରେ ସହରରେ ଥିବା ସମସ୍ତ କୋଚିଂ ସେଣ୍ଟର ଉପରେ ଚଢାଉ କରା ଯାଇଥିଲା। ମ୍ୟୁନିସପାଲ କର୍ପୋରେସନ ପକ୍ଷରୁ ଏହି ଚଢାଉ କରାଯାଇ ଦୃଷ୍ଟି ଆଇଏଏସ କୋଚିଂ ସେଣ୍ଟର ସମେତ ଭଜିରାମ, ରବି ଏବଂ ଶ୍ରୀରାମ କୋଚିଂ ସେଣ୍ଟରର ବେସମେଣ୍ଟକୁ ସିଲ୍ କରାଯାଇଛି। ଗତ ଦୁଇ ଦିନ ମଧ୍ୟରେ MCD 8ଟି କୋଚିଂ ସେଣ୍ଟରର ବେସମେଣ୍ଟକୁ ସିଲ୍ କରିଥିବା ଜଣାପଡ଼ିଛି। 

ଦିଲ୍ଲୀ ସମେତ ସମଗ୍ର ଦେଶରେ ପ୍ରସିଦ୍ଧ ଆଇଏଏସ କୋଚିଂ ସେଣ୍ଟର ହେଉଛି ଦୃଷ୍ଟି। ଲୋକପ୍ରିୟ ଟ୍ୟୁଟର ବିକାଶ ଦିବ୍ୟାକିର୍ତ୍ତୀ ଏହି କୋଚିଂ ସେଣ୍ଟରରେ ଶିକ୍ଷାଦାନ କରନ୍ତି। ସେ ମଧ୍ୟ ଦୃଷ୍ଟି କୋଚିଂ ସେଣ୍ଟରର ପ୍ରତିଷ୍ଠାତା ଏବଂ ପରିଚାଳନା ନିର୍ଦ୍ଦେଶକ। ଏହି କୋଚିଂ ସେଣ୍ଟର 1999 ମସିହାରୁ ଆରମ୍ଭ ହୋଇଛି। 

ଦୃଷ୍ଟି ୱେବସାଇଟ୍ ଅନୁସାରେ, ବିକାଶ ଦିବ୍ୟକିର୍ତ୍ତୀ ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ସହକାରୀ ପ୍ରଫେସର ଭାବରେ ବୃତ୍ତିଗତ ଜୀବନ ଆରମ୍ଭ କରିଥିଲେ। 1996ରେ ସେ ପ୍ରଥମ ପ୍ରୟାସରେ ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ। ଏହାପରେ ଗୃହ ମନ୍ତ୍ରଣାଳୟରେ ପ୍ରଶାସିକ ଅଧିକାରୀ ଭାବେ ନିଯୁକ୍ତ ହୋଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସେ ପଦରୁ ଇସ୍ତଫା ଦେଇ ଦୃଷ୍ଟି ଆଇଏଏସ୍ ପ୍ରତିଷ୍ଠା କରିଥିଲେ ଏବଂ ନିଜେ ମଧ୍ୟ ଶିକ୍ଷାଦାନ କରନ୍ତି।

Drishti IAS Centre Delhi Student Death
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe