Advertisment

ଅଧା ରାସ୍ତାରେ ଟ୍ରେନ୍‌ ଛାଡ଼ି ପଳାଇଲେ ଲୋକୋ ପାଇଲଟ୍‌, କହିଲେ- ଡ୍ୟୁଟି ସରିଲା

ଟ୍ରାକ୍‌ ଉପରେ ଟ୍ରେନ୍‌କୁ ଛିଡ଼ା କରି ଶୋଇବାକୁ ଚାଲିଗଲେ ଲୋକୋ ପାଇଲଟ। ଫଳରେ ୨୫୦୦ରୁ ଅଧିକ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
driver-guard-left-after-stopping-the-train

driver-guard-left-after-stopping-the-train

ଅଧା ରାସ୍ତାରେ ଟ୍ରେନ୍‌ ଛାଡି ପଳାଇଲେ ଲୋକୋ ପାଇଲଟ୍‌। ଯାତ୍ରୀ ଟ୍ରେନ୍‌କୁ ଅଧା ରାସ୍ତାରେ ଅଟକାଇ କହିଲେ ଡ୍ୟୁଟି ସରିଲା। ଏଭଳି କିଛି ଟ୍ରାକ୍‌ ଉପରେ ଟ୍ରେନ୍‌କୁ ଛିଡ଼ା କରି ଶୋଇବାକୁ ଚାଲିଯାଇଛନ୍ତି। ଫଳରେ ୨୫୦୦ରୁ ଅଧିକ ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶରେ।

Advertisment

ଜଣେ ଡ୍ରାଇଭର୍‌ ‘ଡିୟୁଟି’ ସମୟ ଶେଷ ଓ ଆଉ ଜଣେ ‘ଦେହ ଭଲ ଲାଗୁନି’ ବୋଲି କହିବାରୁ ବୁଧବାର ଦିନ ଉତ୍ତର ପ୍ରଦେଶର ବାରବାଙ୍କୀ ଜିଲ୍ଲା ଅନ୍ତର୍ଗତ ବୁଢ଼ବଲ୍‌ ଜଙ୍କସନରେ ୨ଟି ଏକ୍ସପ୍ରେସ୍‌ ଟ୍ରେନ୍‌ରେ ୨,୫୦୦ ଯାତ୍ରୀ ଦୀର୍ଘ ସମୟ ଧରି ଫସି ରହିଥିଲେ। ଟ୍ରେନ୍‌ରେ ପାଣି, ଖାଦ୍ୟ ଏବଂ ବିଜୁଳି ଯୋଗାଣ ବ୍ୟାହତ ହେବାରୁ ଯାତ୍ରୀମାନେ ବିବ୍ରତ ଓ ଉତ୍‌କ୍ଷିପ୍ତ ହୋଇ ରେଳଧାରଣା ଉପରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଫଳରେ ଟ୍ରାକ୍‌ରେ ଆସୁଥିବା ଆଉ ଗୋଟିଏ ଏକ୍ସ୍‌ପ୍ରେସ୍‌ ଟ୍ରେନ୍‌ ମଧ୍ୟ ଅଟକି ରହିଥିଲା।

ପ୍ରଥମେ ସହରସା-ନୂଆଦିଲ୍ଲୀର ସ୍ୱତନ୍ତ୍ର ଛଟ୍‌ ପୂଜା ସ୍ପେଶାଲ ଟ୍ରେନ୍‌ (୦୪୦୨୧)ର ଲୋକୋ ପାଇଲଟ ଡ୍ୟୁଟି ସରିଲା କହି ଟ୍ରେନ୍‌ ଛାଡି ପଳାଇଥିଲେ। ଏହାପରେ ଯାତ୍ରୀମାନେ ହଙ୍ଗାମା କରିଥିଲେ। ଏହି ସମୟରେ ବାରୁନି-ଲକ୍ଷ୍ନୌ ଜଙ୍କସନ ଏକ୍ସପ୍ରେସ (୧୫୨୦୩) ଆସିଥିଲା। ଯାତ୍ରୀଙ୍କ ହଙ୍ଗାମା ଯୋଗୁ ଉକ୍ତ ଟ୍ରେନ୍‌ଟି ଅଟକି ରହିଥିଲା। ଏହି ହଙ୍ଗାମା ଭିତରେ ବାରୁନି-ଲକ୍ଷ୍ନୌ ଜଙ୍କସନ ଏକ୍ସପ୍ରେସର ଡ୍ରାଇଭର କର୍ମୀମାନେ ମଧ୍ୟ ଡ୍ୟୁଟି ସମୟ ସରିଲା କହି ଟ୍ରେନ୍‌ ଛାଡି ପଳାଇଥିଲେ। ତେବେ କିଛି ଘଣ୍ଟା ପରେ, ଉତ୍ତର ପୂର୍ବାଞ୍ଚଳ ରେଳବାଇ ଗୋଣ୍ଡା ଜଙ୍କଶନର କର୍ମଚାରୀଙ୍କୁ ଏହି ଦୁଇଟି ଟ୍ରେନର ଚଳାଚଳ ପାଇଁ ପଠାଇଥିଲେ। ପରେ ଟ୍ରେନ୍‌ ଦୁଇଟି ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା।

Advertisment

ରେଲଓ୍ୱେର ସୂଚନା ମୁତାବକ, ନଭେମ୍ବର ୨୭ ତାରିଖ ସନ୍ଧ୍ୟା ୭.୧୫ରେ ଛାଡ଼ିବାକୁ ଥିବା ଟ୍ରେନ୍‌ ନମ୍ବର ୦୪୦୨୧ ତା’ର ମୂଳ ଷ୍ଟେସନ୍‌ ସହରାସାରୁ ନଭେମ୍ବର ୨୮ ତାରିଖ ସକାଳ ୯.୩୦ରେ ଯାତ୍ରା ଆରମ୍ଭ କରି ୧୯ ଘଣ୍ଟା ବିଳମ୍ବରେ ଗୋରଖପୁରରେ ପହଞ୍ଚିଲା। ସେହିପରି, ସାଢ଼େ ୫ ଘଣ୍ଟାରୁ ଅଧିକ ସମୟ ବିଳମ୍ବରେ ଚାଲୁଥିବା ଟ୍ରେନ୍‌ ନମ୍ବର ୧୫୨୦୩ ଅପରାହ୍ଣ ୪.୦୪ରେ ବୁଢ଼ବଲ ଷ୍ଟେସନ୍‌ରେ ପହଞ୍ଚିବା ପରେ ଡ୍ରାଇଭର୍‌ ଟ୍ରେନ୍‌ ଛାଡ଼ି ପଳାଇଥିଲେ।

ଯାତ୍ରା ସର୍ବାଧିକ ୨୫ ଘଣ୍ଟା ୨୦ମିନିଟରେ ସମାପ୍ତ ହେବାର ଥିଲା, କିନ୍ତୁ ଏହି ସ୍ୱତନ୍ତ୍ର ଟ୍ରେନରେ ଏହା ହେଉଛି ତୃତୀୟ ଦିନ ବୋଲି ଯାତ୍ରୀମାନେ କହିଥିଲେ।। ଏହା ଆମ ଭଳି ଗରିବ ଯାତ୍ରୀଙ୍କ ପାଇଁ ଭାରତୀୟ ରେଳବାଇ ଦ୍ୱାରା ଏକ ନିର୍ଯାତନା ଭଳି ସାବ୍ୟସ୍ତ ହୋଇଛି ବୋଲି ଯାତ୍ରୀମାନେ ଅଭିଯୋଗ ଆଣିଛନ୍ତି।

Indian Railway Express Train