/odisha-reporter/media/post_attachments/uploadimage/library/16_9/16_9_0/BUS_1756464148.jpg)
BUS
ଜଣେ ଡ୍ରାଇଭର ଯାତ୍ରୀଙ୍କୁ ଧରି ମଧ୍ୟପ୍ରଦେଶର ଇନ୍ଦୋରରୁ ରାଜସ୍ଥାନ ଆସୁଥିଲେ। ଅଧା ବାଟରେ ସେ ଅସୁସ୍ଥ ଅନୁଭବ କରିବାରୁ ନିଜର ସାଥୀ ଡ୍ରାଇଭରଙ୍କୁ ଗାଡ଼ି ଚଳାଇବାକୁ କହିଥିଲେ। ଡ୍ରାଇଭର ସତୀଶ ରାଓ ବିଶ୍ରାମ ନେଉଥିବା ବେଳେ ସହଯୋଗୀ ଚାଳକ ରାସ୍ତାରେ କେଉଁଠି ହସ୍ପିଟାଲ ରହିଛି, ତା’କୁ ଖୋଜିବାକୁ ଲାଗିଥିଲେ।
ଏସବୁ ଭିତରେ ସତୀଶ ରାଓଙ୍କ ସ୍ୱାସ୍ଥ୍ୟ ବିଗିଡ଼ି ଯାଇଥିଲା। ସେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ହିଁ ଚଳନ୍ତା ବସ୍ରେ ଟଳି ପଡ଼ିଥିଲେ। ରାଜସ୍ଥାନର ପାଲିରେ ଏପରି ଘଟଣା ଘଟିଥିବା ବେଳେ ପୂରା ଘଟଣା କ୍ୟାମେରାରେ କଏଦ ହୋଇଛି।
ଇନ୍ଦୋରରୁ ଯୋଧପୁର ମଧ୍ୟରେ ଚାଲୁଥିବା ଗୋଟିଏ ଘରୋଇ ବସ୍ର ଡ୍ରାଇଭର ଥିଲେ ସତୀଶ ରାଓ। ସେ ଯୋଧପୁର ଆସୁଥିବା ବେଳେ ହଠାତ ଅସୁସ୍ଥ ଅନୁଭବ କରିଥିଲେ। ଅସୁସ୍ଥତା ଯୋଗୁ ସେ ସହ ଚାଳକଙ୍କୁ ଷ୍ଟେରିଂ ସମ୍ଭାଳିବାକୁ କହିଥିଲେ। ସହ ଚାଳକ ଜଣଙ୍କ ତୁରନ୍ତ ନିକଟସ୍ଥ ମେଡିକାଲ ଷ୍ଟୋରକୁ ଗାଡ଼ି ନେଇ ଯାଇଥିଲେ। କିନ୍ତୁ ଏହା ବନ୍ଦ ଥିଲା। ଫଳରେ ସେ ବସକୁ ଆଗକୁ ନେଇଥିଲେ ଓ ଦୁଇ ଡ୍ରାଇଭର ଆଶା କରିଥିଲେ ଯେ ସେମାନେ ଶୀଘ୍ର କୌଣସି ହସ୍ପିଟାଲରେ ପହଞ୍ଚି ଯିବେ।
ଏସବୁ ଭିତରେ ପ୍ରାୟ ୧ ଘଣ୍ଟା ବିତି ଯାଇଥିଲା। ଆଉ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ଚଳନ୍ତା ବସରେ ହିଁ ସତୀଶ ଅଚେତ ହୋଇଯାଇଥିଲେ। ଏହା ଦେଖି ଯାତ୍ରୀମାନେ ଡ୍ରାଇଭର ଚ୍ୟାମ୍ବରକୁ ଆସି ସତୀଶଙ୍କୁ ଉଠାଇଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲେ ହେଁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଡାକ୍ତରଙ୍କ କହିବା କଥା ଯେ ହୃଦଘାତ ଯୋଗୁ ସତୀଶଙ୍କ ମୃତ୍ୟୁ ହୋଇଛି। ତେବେ ସତୀଶଙ୍କ ଉପସ୍ଥିତ ବୁଦ୍ଧିକୁ ସମସ୍ତେ ପ୍ରଶଂସା କରିଛନ୍ତି। ଅସୁସ୍ଥତା କାରଣରୁ ସେ ସାଥୀ ଡ୍ରାଇଭରଙ୍କୁ ଷ୍ଟେରିଂ ହସ୍ତାନ୍ତର କରି ଦେଇଥିଲେ। ଯଦି ଗାଡ଼ି ଚଳାଇବା ବେଳେ ସେ ହୃଦଘାତର ଶିକାର ହୋଇଥାଆନ୍ତେ, ତା’ହେଲେ ବଡ଼ ଅଘଟଣ ଘଟିବାର ଆଶଙ୍କା ରହିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
