Advertisment

ବାଇକ୍‌କୁ ଘୋଷାଡ଼ି ନେଲା ବସ୍‌, ଚାଲିଗଲା ୩ ଜୀବନ

ବସ୍‌ ଆଗରେ ଫସିଗଲା ବାଇକ୍‌। ଆଉ ଡ୍ରାଇଭର ତାହାକୁ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲେ। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି।

author-image
Niharika Rout
Accident

Accident

ବସ୍‌ ଆଗରେ ଫସିଗଲା ବାଇକ୍‌। ଆଉ ଡ୍ରାଇଭର ତାହାକୁ ଶହେ ମିଟର ପର୍ଯ୍ୟନ୍ତ ଘୋଷାଡ଼ି ନେଲେ। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା, ତାଙ୍କ ଝିଅ ଓ ସମ୍ପର୍କୀୟ ଭାଇ ଥିବା ଜଣାଯାଇଛି। ଏପରି ଏକ ଭୟଙ୍କର ଦୁର୍ଘଟଣା ଉତ୍ତରପ୍ରଦେଶର ବହରାଇଚ ଜିଲ୍ଲାରେ ଘଟିଛି। ଜିଲ୍ଲାର ବହରାଇଚ- ନାନପାରା ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଛି।

Advertisment

ରିସିୟାର ରବି ଦାସ ନଗର ଅଞ୍ଚଳର ସୁହେଲ ବାଇକ୍‌ରେ ନିଜ ୪୦ ବର୍ଷୀୟା ସମ୍ପର୍କୀୟ ଭଉଣୀ ଓ ୧୬ ବର୍ଷୀୟା ଭାଣଜୀଙ୍କୁ ଛାଡ଼ିବାକୁ ଯାଉଥିଲେ। ମାତ୍ର ବୁଲାଣି ନିକଟରେ ଦ୍ରୁତ ଗତିରେ ଆସୁଥିବା ଏକ ବସ୍‌ ବାଇକ୍‌କୁ ପିଟିଥିଲା। ଏହି ଦୁର୍ଘଟଣାରେ ଉଭୟ ମା’ ଝିଅ ଦୂରକୁ ଛିଟିକି ପଡ଼ିଥିବା ବେଳେ ନିଜ ବାଇକ୍‌ ସହ ସୁହେଲ ବସ୍‌ ଆଗରେ ଛନ୍ଦି ହୋଇ ଯାଇଥିଲେ।

ଏହା ଦେଖି ସ୍ଥାନୀୟ ଲୋକେ ବସ୍‌କୁ ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ଡ୍ରାଇଭର ଦ୍ରୁତ ଗତିରେ ଗାଡ଼ିକୁ ନେଇ ଯାଇଥିଲେ। ଫଳରେ ବସ୍‌ର ଚକା ସୋହେଲଙ୍କ ମୁଣ୍ଡ ଉପରେ ଚଢ଼ି ଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କ ମୃତ୍ୟୁ ହୋଇଥିଲା। ସ୍ଥାନୀୟ ଲୋକେ ଉଭୟ ମା’ ଝିଅଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।

Advertisment

ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ଲୋକେ ବସ୍‌ ଚାଳକଙ୍କ ଉପରକୁ ପଥର ମାଡ଼ କରିଥିଲ। ଫଳରେ ଚାଳକ ବସ୍‌ ଛାଡ଼ି ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏନେଇ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତ ଡ୍ରାଇଭରଙ୍କୁ ଗିରଫ କରିବା ସହ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

Accident Uttar Pradesh Road Accident