Advertisment

ଡ୍ରାଇଭର ମୋବାଇଲ୍ ଫୋନ୍‌ରେ କ୍ରିକେଟ୍‌ ମ୍ୟାଚ୍ ଦେଖୁଥିବାରୁ ଘଟିଥିଲା ଟ୍ରେନ୍ ଦୁର୍ଘଟଣା

ଗତ ବର୍ଷ ଅକ୍ଟୋବର ମାସରେ ଆନ୍ଧ୍ର ପ୍ରଦେଶରେ ଘଟିଥିଲା ଏହି ଦୁର୍ଘଟଣା।

Train Accident

Train Accident

Advertisment

୨୦୨୩ ଅକ୍ଟୋବର ୨୯ ତାରିଖ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଆନ୍ଧ୍ର ପ୍ରଦେଶର ବିଜୟନଗରମ ଜିଲ୍ଲା କଣ୍ଟକପଲ୍ଲୀରେ ରାୟଗଡ଼ା ପାସେଞ୍ଜର ଓ ବିଶାଖାପଟନମ-ପଲାସା ଟ୍ରେନ୍ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ୧୪ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଆହତ ହୋଇଥିଲେ। ଏହି ଦୁର୍ଘଟଣା ପାଇଁ ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ର ଡ୍ରାଇଭର ଓ ସହକାରୀ ଡ୍ରାଇଭର ଦାୟୀ ବୋଲି ରେଳବାଇର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି। ରେଲୱେର ନୂଆ ନିରାପତ୍ତା ବ୍ୟବସ୍ଥା ସଂପର୍କରେ ସୂଚନା ଦେଲା ବେଳେ ସେ ଏହି ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ଉଭୟ ଲୋକ ପାଇଲଟ ଓ ସହକାରୀ ଲୋକ ପାଇଲଟ ମୋବାଇଲ୍ ଫୋନ୍‌ରେ କ୍ରିକେଟ୍ ମ୍ୟାଚ୍ ଦେଖୁଥିଲେ। ସେଥିପାଇଁ ସେମାନେ ଅନ୍ୟମନସ୍କ ଥିଲେ ଓ ନିଜ କାମ ଉପରେ ଧ୍ୟାନ ଦେଇ ପାରି ନଥିଲେ। ଏବେ ଆମେ ଏମିତି ଏକ ବ୍ୟବସ୍ଥା କରୁଛୁ ଯେ ଚଳନ୍ତା ଟ୍ରେନ୍‌ରେ ଲୋକ ପାଇଲଟ କିମ୍ବା ସହକାରୀ ଲୋକପାଇଲଟଙ୍କ ଧ୍ୟାନ ସେମାନଙ୍କ କାମ ଉପରୁ ହଟିଲେ ତାହା ଧରି ନେବ ଓ ସତର୍କ କରାଇ ଦେବ। ଲୋକ ପାଇଲଟ ଓ ସହକାରୀ ଲୋକ ପାଇଲଟଙ୍କ ଧ୍ୟାନ ଯେପରି ସର୍ବଦା ସେମାନଙ୍କ କାର୍ଯ୍ୟ ଉପରେ ରହିବ, ତାକୁ ସୁନିଶ୍ଚିତ କରିବ ଏହି ବ୍ୟବସ୍ଥା।

ଶ୍ରୀ ବୈଷ୍ଣବ କହିଛନ୍ତି, ଆମେ ସୁରକ୍ଷା ଉପରେ ଗୁରୁତ୍ୱ ଦେବା ଜାରି ରଖିବୁ। ଆମେ ପ୍ରତି ଦୁର୍ଘଟଣାର ମୂଳ କାରଣ ଜାଣିବା ପାଇଁ ଉଦ୍ୟମ କରୁ ଓ ସେଗୁଡ଼ିକର କିପରି ପୁନରାବୃତ୍ତି ନଘଟିବ ସେଥିପାଇଁ ବାଟ ବାହାର କରୁ।

Advertisment

ଆନ୍ଧ୍ର ପ୍ରଦେଶର ବିଜୟନଗରମ ଜିଲ୍ଲା କଣ୍ଟକପଲ୍ଲୀରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାର ତଦନ୍ତ ରିପୋର୍ଟକୁ ଏଯାଏ ସିଆରଏସ୍‌ (Commission of Railway Safety) ସାର୍ବଜନୀନ କରି ନାହିଁ। ତେବେ ଏହି ଦୁର୍ଘଟଣା ପର ଦିନ ରେଳବାଇ ପକ୍ଷରୁ କରାଯାଇଥିବା ଏକ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିଲା ଯେ ଏଥିପାଇଁ ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ର ଲୋକ ପାଇଲଟ ଓ ସହକାରୀ ଲୋକ ପାଇଲଟ ଦାୟୀ ଥିଲେ। ଏହି ଦୁର୍ଘଟଣା ରାୟଗଡ଼ା ପାସେଞ୍ଜର ଟ୍ରେନ୍‌ର ଲୋକ ପାଇଲଟ ଓ ସହକାରୀ ଲୋକ ପାଇଲଟଙ୍କ ମୃତ୍ୟୁ ଘଟିଥିଲା।

Train Accident
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe