Advertisment

ପାକିସ୍ତାନ ଡ୍ରୋନ୍‌ରୁ ପଞ୍ଜାବରେ ପଡ଼ିଲା ଚାଇନା ନିର୍ମିତ ଅସ୍ତ୍ରଶସ୍ତ୍ର

ଗୁରଦାସପୁର ସେକ୍ଟରର ବିଏସଏଫ ଡିଆଇଜି ପ୍ରଦୀପ ଯୋଶୀ କହିଛନ୍ତି, ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନ ସୀମାରୁ ଗୋଟିଏ ଡ୍ରୋନ ପ୍ରବେଶ କରିଥିଲା।

China weapon

China weapon

Advertisment

ସାଧାରଣତନ୍ତ୍ର ଦିବସ ପୂର୍ବରୁ ଭାରତ ବିରୋଧରେ ଷଡ଼ଯନ୍ତ୍ର ଆରମ୍ଭ କରିଛି ପାକିସ୍ତାନ। ଏଥିପାଇଁ ପାକିସ୍ତାନ ଡ୍ରୋନ ଦ୍ୱାରା ବିପୁଳ ପରିମାଣ ଅସ୍ତ୍ରଶସ୍ତ୍ର ଭାରତକୁ ପଠାଇଛି। ପ୍ରଥମ ଦଫାରେ ପାକିସ୍ତାନ ଡ୍ରୋନରେ ଆସିଥିବା ଅସ୍ତ୍ରଶସ୍ତ୍ର ପଞ୍ଜାବର ଗୁରଦାସପୁର ଜିଲ୍ଲାରେ ପକାଇ ଯାଇଛି। ତେବେ ଆତଙ୍କବାଦୀଙ୍କ ହାତରେ ଏହି ଅସ୍ତ୍ରଶସ୍ତ୍ର ଲାଗି ପୂର୍ବରୁ ସୁରକ୍ଷାକର୍ମୀମାନେ ଏହାକୁ ଠାବ କରି ନେଇଛନ୍ତି। ପାକିସ୍ତାନରୁ ଆସିଥିବା ଅସ୍ତ୍ରଶସ୍ତ୍ର ଚାଇନା ନିର୍ମିତ ବୋଲି ଜଣାପଡ଼ିଛି। ବିଏସ୍ଏଫ ଯବାନମାନେ ଏହି ଚାଇନା ନିର୍ମିତ ଅସ୍ତ୍ରଶସ୍ତ୍ରକୁ ଭାରତୀୟ ସୀମାର ୮.୫ କିମି ଭିତରୁ ଠାବ କରିଛନ୍ତି। ତେବେ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ କେମିତି ଅସ୍ତ୍ରଶସ୍ତ୍ର ଭାରତୀୟ ସୀମାରେ ପ୍ରବେଶ କଲା, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisment

ଗୁରଦାସପୁର ସେକ୍ଟରର ବିଏସଏଫ ଡିଆଇଜି ପ୍ରଦୀପ ଯୋଶୀ କହିଛନ୍ତି, ମଙ୍ଗଳବାର ବିଳମ୍ବିତ ରାତିରେ ପାକିସ୍ତାନ ସୀମାରୁ ଗୋଟିଏ ଡ୍ରୋନ ପ୍ରବେଶ କରିଥିଲା। ଡ୍ରୋନଟି ଭାରତୀୟ ସୀମାରେ ଥିବା ବେଳେ ବିଏସ୍ଏଫ ଯବାନମାନେ ଏହା ଉପରକୁ ଗୁଳିମାଡ଼ କରିଥିଲେ। ଫଳରେ ଡ୍ରୋନଟି ପାକିସ୍ତାନ ସୀମାକୁ ଚାଲି ଯାଇଥିଲା। ମଙ୍ଗଳବାର ୧୧.୫୦ରେ ଉଞ୍ଚା ଟକଲା ଗାଁରେ ମୁତୟନ ହୋଇଥିବା ବିଏସ୍ଏଫର ପ୍ୟାଟ୍ରୋଲିଂ ଟିମ ହିଁ ଡ୍ରୋନକୁ ଦେଖିଥିଲା।

ଏହାପରେ ଏହାକୁ ଘଉଡ଼ାଇ ଦିଆଯାଇଥିଲା। ସେମାନେ ଗୁଳିମାଡ଼ କରୁଥିବା ବେଳେ ମାଟିରେ କିଛି ଜୋରରେ ପଡ଼ିଥିବା ଶବ୍ଦ ମଧ୍ୟ ଶୁଣିବାକୁ ପାଇଥିଲା। ତେଣୁ ଡ୍ରୋନ କିଛି ସନ୍ଦିଗ୍ଧ ଜିନିଷ ପକାଇ ଚାଲିଥିବା ଯବାନମାନେ ସନ୍ଦେହ କରିଥିଲା। ଡ୍ରୋନ ଘଟଣାସ୍ଥଳରୁ ଚାଲିଯିବା ପରେ ପୂରା ଅଞ୍ଚଳକୁ କର୍ଡନ କରି ସର୍ଚ୍ଚ ଅପରେସନ କରାଯାଇଥିଲା। ଏହି ସମୟରେ ୪ଟି ଚାଇନିଜ ପିସ୍ତଲ, ୮ଟି ମ୍ୟାଗାଜିନ ଓ ଗୋଟିଏ କାଠ ବକ୍ସ ଭିତରେ ୪୭ ରାଉଣ୍ଡ ଗୁଳି ଠାବ କରିଥିଲେ। ଚାଇନା ପକ୍ଷରୁ ପାକିସ୍ତାନକୁ ସପ୍ଲାଏ ହୋଇଥିବା ଅସ୍ତ୍ରଶସ୍ତ୍ରକୁ ହିଁ ଭାରତକୁ ପଠାଯାଇଥିବା ସେ କହିଛନ୍ତି। ଏବେ ବି ପୂରା ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। କାଳେ ଡ୍ରୋନ ଦ୍ୱାରା କୌଣସି ଆଇଇଡି ଭାରତୀୟ ସୀମାରେ ଡ୍ରପ୍‌ କରାଯାଇଥିବା, ସେହି ଆଶଙ୍କାରେ ସର୍ଚ୍ଚ ଅପରେସନ ଜାରି ରହିଛି।

Advertisment
Punjab
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe