Advertisment

ଡ୍ରୋନ୍‌ରେ ଆସିଲା ଔଷଧ; ୪୦ କିଲୋମିଟରକୁ ଲାଗିଲା ୩୦ ମିନିଟ୍

ଡ୍ରୋନ୍‌କୁ ୩୦ ମିନିଟ୍ ଲାଗିଥିବା ବେଳେ ସଡ଼କ ପଥରେ ଏହି ଔଷଧ ଆସିଥିଲେ ୨ ଘଣ୍ଟା ଲାଗି ଯାଇଥା’ନ୍ତା।

Drone

Drone

Advertisment

ଉତ୍ତରାଖଣ୍ଡର ଗଢ଼ୱାଲ ଜିଲ୍ଲାର ତେହରି ସ୍ଥିତ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଗୁରୁବାର ଏକ ଡ୍ରୋନ୍‌ରେ ଔଷଧ ଆସିଥିଲା। ଟିବି ରୋଗୀଙ୍କ ପାଇଁ ଉଦ୍ଦିଷ୍ଟ ଏହି ଔଷଧକୁ ଋଷିକେଶ ସ୍ଥିତ ଏମ୍‌ସରୁ ପଠାଯାଇଥିଲା। ଋଷିକେଶରୁ ତେହରି ୪୦ କିଲୋମିଟର ଦୂରତା ହୋଇଥିବା ବେଳେ ଡ୍ରୋନ୍‌ଟିକୁ ଏଥିପାଇଁ ମାତ୍ର ୩୦ ମିନିଟ୍ ସମୟ ଲାଗିଥିଲା। ସଡ଼କ ପଥରେ ଏହି ଔଷଧ ଆସିଥିଲେ ୨ ଘଣ୍ଟା ଲାଗି ଯାଇଥା’ନ୍ତା।

Advertisment

ପରୀକ୍ଷାମୂଳକ ଭାବେ ଆଜି ଋଷିକେଶରୁ ତେହରି ସ୍ୱାସ୍ଥ୍ୟକେନ୍ଦ୍ରକୁ ଡ୍ରୋନ୍ ସାହାଯ୍ୟରେ ଟିବି ରୋଗୀଙ୍କ ପାଇଁ ଆବଶ୍ୟକ ଔଷଧ ପଠାଯାଇଥିଲା। ସେହିପରି ଟିବି ରୋଗୀଙ୍କଠାରୁ ସଂଗୃହୀତ ନମୁନାକୁ ଋଷିକେଶ ସ୍ଥିତ ଏମ୍‌ସକୁ ଡ୍ରୋନ୍ ସାହାଯ୍ୟରେ ପଠାଯାଇଥିଲା।

ଋଷିକେଶ ସ୍ଥିତ ଏମ୍‌ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡାକ୍ତର ମୀନୁ ସିଂହ କହିଛନ୍ତି, ଉତ୍ତରାଖଣ୍ଡର ଉପାନ୍ତ ଅଞ୍ଚଳ ଗୁଡ଼ିକରେ ବସବାସ କରୁଥିବା ରୋଗୀଙ୍କ ନିକଟରେ ଔଷଧ ପହଞ୍ଚାଇବାରେ ଡ୍ରୋନ୍ ବ୍ୟବସ୍ଥା ବେଶ୍ ସହାୟକ ହେବ। ଆମେ ଏକ ଏମିତି ବ୍ୟବସ୍ଥା କରିବାକୁ ଚାହୁଁଛୁ, ଯେଉଁଥିରେ ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଥିବା ଟିବି ଆକ୍ରାନ୍ତମାନେ ଯେପରି ସୁବିଧାରେ ଔଷଧ ପାଇପାରିବେ। ଔଷଧ ପାଇଁ ସେମାନଙ୍କୁ ଯେମିତି ଦୂର ବାଟ ଯିବାକୁ ନପଡ଼ିବ। ଡ୍ରୋନ୍‌ରେ ଆମେ ଏକ ଉପାନ୍ତ ଅଞ୍ଚଳକୁ ଆଜି ସୁରକ୍ଷିତ ଭାବେ ଔଷଧ ପଠାଇ ପାରିଥିବାରୁ ଏହା ଏକ ବଡ଼ ସଫଳତା।

Advertisment

ସୂଚନାଯୋଗ୍ୟ, ଏହା ପୂର୍ବରୁ ଜମ୍ମୁ ଓ କଶ୍ମୀରରେ ବରଫାଞ୍ଚଳରେ ସୁରକ୍ଷା କାର୍ଯ୍ୟରେ ନିୟୋଜିତ ଯବାନମାନଙ୍କ ନିକଟକୁ ଡ୍ରୋନ୍ ଯୋଗେ କୋଭିଡ୍ ଟିକାର ବୁଷ୍ଟର ଡୋଜ୍ ପଠାଯାଇଥିଲା। ମହାରାଷ୍ଟ୍ରରର ଅନେକ ଉପାନ୍ତ ଅଞ୍ଚଳକୁ ମଧ୍ୟ ଡ୍ରୋନ୍ ସାହାଯ୍ୟରେ କୋଭିଡ୍ ଟିକା ପଠାଯାଇଥିଲା। 

AIIMS Uttarakhand Drone Airlifts Medicines
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe