Advertisment

Blast In Delhi: ଦିଲ୍ଲୀ ବିସ୍ଫୋରଣ: ଡାନିଶ ଫୋନରୁ ମିଳିଲା ସାଂଘାତିକ ତଥ୍ୟ

ନଭେମ୍ବର ୧୦ରେ ହୋଇଥିବା ବିସ୍ଫୋରଣରେ ୧୫ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ। ଉମର ନବି ଆଇ ୨୦ କାର ଦ୍ୱାରା ଲାଲକିଲ୍ଲା ନିକଟରେ ଏପରି ବିସ୍ଫୋରଣ କରିଥିଲା।

Danish

ଗିରଫ ଡାନିଶ

Advertisment

ଦେଶକୁ ଦୋହଲାଇ ଦେଇଥିବା ଦିଲ୍ଲୀ ଆତ୍ମଘାତୀ ଆତଙ୍କବାଦୀ ହମଲା(Blast In Delhi)ର ସହ ଷଡ଼ଯନ୍ତ୍ରକାରୀ ଯଶିର ବିଲାଲ ୱାନି ଓରଫ ଡାନିଶ ଫୋନରୁ ମିଳିଛି ସାଂଘାତିକ ତଥ୍ୟ। ସେ ହମାସ ଷ୍ଟାଇଲ ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରୁଥିବାର ପ୍ରମାଣ ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ ହାତରେ ଲାଗିଛି। ତେବେ ଡାନିଶ ଭାବିଥିଲା ଯେ ଏହି ଯୋଜନାର ଟେର ପାଇବ ନାହିଁ ଏନଆଇଏ। ଏଥିପାଇଁ ସେ ନିଜର ଫୋନରୁ ସବୁ କିଛି ଡିଲିଟ କରିଦେଇଥିଲା। କିନ୍ତୁ ସେ ଭୁଲ ଥିଲା। ତା’ ଫୋନରୁ ଏନଆଇଏ ଏକାଧିକ ଡ୍ରୋନ ଫଟୋ ପାଇଛି। ଏଥିରୁ ହମାସ ଭଳି ଷ୍ଟାଇଲର ସୁରାକ ମିଳିଛି। 

Advertisment

ଡାନିଶ ଫୋନରୁ ଡିଲିଟ ହୋଇ ସାରିଥିବା ତଥ୍ୟକୁ ଏନଆଇଏ ହାସଲ କରିପାରିଛି। ଏଥିରୁ ଡ୍ରୋନ ଓ ରକେଟ ଲଞ୍ଚର୍ସର ଏକାଧିକ ଫଟୋ ଏବଂ ଭିଡିଓ ମିଳିଛି। ଡ୍ରୋନରେ କେମିତି ବିସ୍ଫୋରକ ଖଞ୍ଜା ଯାଏ, ତା’ର ଭିଡିଓ ମଧ୍ୟ ଡାନିଶ ଫୋନରେ ରହିଥିଲା। ଏସବୁ ଭିଡିଓ ଓ ଫଟୋକୁ ଗୋଟିଏ ଆପ ଜରିଆରେ ଡାନିଶ ଫୋନକୁ ପଠାଯାଇଥିଲା। ଆପରେ କିଛି ବିଦେଶୀ ନମ୍ବର ମଧ୍ୟ ରହିଥିବା ଏନଆଇଏ ଜାଣିବାକୁ ପାଇଛି। 

ଏହାବାଦ ଆତଙ୍କବାଦୀମାନେ ଡ୍ରୋନକୁ ଏମିତି ଭାବେ ତିଆରି କରିବାକୁ ଚାହୁଁଥିଲେ ଯାହା ୨୫ କିମି ଯାଏ ଉଡ଼ି ପାରିବ। ହମାସ ଆକ୍ରମଣ ପାଇଁ ଯେଉଁ ସବୁ ରକେଟ ଓ ଡ୍ରୋନର ବ୍ୟବହାର କରିଥିଲା, ସେସବୁ ଜିନିଷ ଦିଲ୍ଲୀ ବିସ୍ଫୋରଣ ପରେ ପର୍ଦ୍ଦାଫାସ ହୋଇଥିବା ଟେରର ମଡ୍ୟୁଲର ସଦସ୍ୟମାନେ ବେଶ ଭଲ ଭାବେ ଅବଗତ ଥିଲେ।

Advertisment

ଇଣ୍ଡୋୱିଙ୍ଗ୍ସ ନାମକ ଡ୍ରୋନ ଓ ଆଣ୍ଟି ଡ୍ରୋନ ଉତ୍ପାଦନକାରୀ କମ୍ପାନୀର ସିଇଓ ପାରସ ଜୈନଙ୍କ କହିବା କଥା ଯେ ଡାନିଶ ଫୋନରୁ ମିଳିଥିବା ଥିବା ରକେଟର ଫଟୋକୁ ଦେଖିଲେ ଲାଗୁଛି ଯେ ସେସବୁକୁ ସ୍ଥଳ ଭାଗରୁ ବା ବେଶ ସହଜରରେ ହାତ ଦ୍ୱାରା ମଧ୍ୟ ଲଞ୍ଚ କରାଯାଇ ପାରିବ। ଏହା ଗାଇଡେଡ ମିସାଇଲ ତୁଳନାରେ ବେଶ ଶସ୍ତା। ଏହାକୁ ଗାଇଡେଡ ମିସାଇଲର ବିକଳ୍ପ ଭାବେ ମଧ୍ୟ ବ୍ୟବହାର କରାଯାଏ।

ଗୋଟିଏ ରକେଟକୁ ୨୦ ସେକେଣ୍ଡ ମଧ୍ୟରେ ଓ ଗୋଟିଏ ମିନିଟରେ ଏଭଳି ୩ଟି ରେକଟ ମାଡ଼ କରାଯାଇ ପାରିବ ବୋଲି ସେ କହିଛନ୍ତି। ହମାସ ପ୍ରାୟତଃ ଏଭଳି ରକେଟ ଏକା ସମୟରେ ମାଡ଼ କରେ। ଏହା ବ୍ୟାପକ ଅଞ୍ଚଳରେ ପ୍ରଭାବ ପକାଇବା ସହ ବିଧ୍ୱଂସଲୀଳା ରଚିବାକୁ ସକ୍ଷମ। 

ଡାନିଶ କିଏ? 

ଡାନିଶ ହେଉଛି ଡ୍ରୋନ ମୋଡିଫିକେସନରେ ବେଶ ପାରଙ୍ଗମ। ଆତଙ୍କବାଦୀ ଆକ୍ରମଣ ପାଇଁ ସେ ବୈଷୟିକ ସହାୟତା ଯୋଗାଇଥିଲା। ଡ୍ରୋନକୁ ସେ ନିଜର ଜ୍ଞାନ ବଳରେ ଅଧିକ ମୋଡିଫାଏ କରୁଥିଲା ଓ ଏହାକୁ ରକେଟରେ ପରିଣତ କରିବାକୁ ଚେଷ୍ଟା କରୁଥିଲା ବୋଲି ଏନଆଇଏ କହିଛି। ସେ ବଡ଼ବଡ଼ ବ୍ୟାଟେରୀ ଫିଟ ହେଉଥିବା ଶକ୍ତିଶାଳୀ ଡ୍ରୋନ ତିଆରି କରିବାକୁ ଉଦ୍ୟମ କରୁଥିଲା। ଏହି ଡ୍ରୋନ କେମିତି ଶକ୍ତିଶାଳୀ ବୋମା ସହିତ କ୍ୟାମେରାକୁ ପରିବହନ କରିପାରିବ, ତା’ ଉପରେ ସେ ଫୋକସ କରିଥିଲା।

ପୂର୍ବରୁ ଛୋଟ ଓ ଅସ୍ତ୍ର ପରିବହନ କରିପାରୁ ଥିବା ଡ୍ରୋନ ତିଆରି କରିବାର ଅଭିଜ୍ଞତା ଡାନିଶ ପାଖରେ ରହିଛି। ନଭେମ୍ବର ୧୦ ଦିଲ୍ଲୀ ବିସ୍ଫୋରଣର ତଦନ୍ତ ବେଳେ ତା’କୁ ୧୭ରେ ଗିରଫ କରିଥିଲା ଏନଆଇଏ। 

ଡାନିଶର ଘର ଜମ୍ମୁ-କଶ୍ମୀରର ଅନନ୍ତନାଗ ଅନ୍ତର୍ଗତ କାଜିଗୁଣ୍ଡ ଅଞ୍ଚଳରେ। ସେ ଦିଲ୍ଲୀ ବିସ୍ଫୋରଣର ସହ ଷଡ଼ଯନ୍ତ୍ରକାରୀ ଓ ଆତ୍ମଘାତୀ ହମଲା କରିଥିବା ଆତଙ୍କୀ ଉମର ଉନ ନବି ସହ ମିଶି କାମ କରୁଥିଲା। ଦିଲ୍ଲୀ ବିସ୍ଫୋରଣ ପାଇଁ ହୋଇଥିବା ଯୋଜନାରେ ସେ ସାମିଲ ଥିଲା। 

ନଭେମ୍ବର ୧୦ରେ ହୋଇଥିବା ବିସ୍ଫୋରଣରେ ୧୫ ଜଣ ପ୍ରାଣ ହରାଇଥିବା ବେଳେ ୩୦ରୁ ଅଧିକ ଆହତ ହୋଇଥିଲେ। ଉମର ନବି ଆଇ ୨୦ କାର ଦ୍ୱାରା ଲାଲକିଲ୍ଲା ନିକଟରେ ଏପରି ବିସ୍ଫୋରଣ କରିଥିଲା। ଉମର ମଧ୍ୟ ଅଲ ଫଲହା ବିଶ୍ୱବିଦ୍ୟାଳୟରେ ଡାକ୍ତର ଭାବେ କାମ କରୁଥିଲା। 

Delhi Blast Blast In Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe