Advertisment

ରିୟଲ ହିରୋ ଶୁଭାନ ଖାନ: ନିଜ ଜୀବନକୁ ବାଜି ଲଗାଇ ୯ ଜଣଙ୍କୁ ବଞ୍ଚାଇଲେ

ଖାନ ବନ୍ୟା ପାଣିରେ ବୁଲଡୋଜର ନେଇ ବ୍ରିଜ ଉପରେ ପହଞ୍ଚିଥିଲେ ଓ ସେଠାରେ ଜୀବନ ମରଣ ସହ ସଂଘର୍ଷ କରୁଥିବା ୯ ଜଣଙ୍କୁ ଉଦ୍ଧାର କରିଥିଲେ।

Flood

Flood

Advertisment

ହିରୋମାନେ ସବୁବେଳେ କ୍ୟାପ ପିନ୍ଧନ୍ତି ନାହିଁ। ବେଳେବେଳେ ରିୟଲ ହିରୋ ବୁଲଡୋଜର ମଧ୍ୟ ଚଲାନ୍ତି। ଏହାର ଜ୍ୱଳନ୍ତ ଉଦାହରଣ ବନ୍ୟା ଯୋଗୁ ଆଉଟ ପାଉଟ ହେଉଥିବା ତେଲଙ୍ଗାନରେ ଦେଖିବାକୁ ମିଳିଛି। ବାସ୍ତବ ଜୀବନରେ ପ୍ରକୃତ ହିରୋ ସାଜିଛନ୍ତି ହରିୟାଣାର ଶୁଭାନ ଖାନ।

Advertisment

ସେ ନିଜ ଜୀବନକୁ ବିପଦରେ ପକାଇ ଭୟଙ୍କର ବନ୍ୟା ବେଳେ ଗୋଟିଏ ବ୍ରିଜରେ ଫସିଥିବା ୯ ଜଣଙ୍କୁ ବଞ୍ଚାଇ ଦେଇଛନ୍ତି। ଖାନ ବନ୍ୟା ପାଣିରେ ବୁଲଡୋଜର ନେଇ ବ୍ରିଜ ଉପରେ ପହଞ୍ଚିଥିଲେ ଓ ସେଠାରେ ଜୀବନ ମରଣ ସହ ସଂଘର୍ଷ କରୁଥିବା ୯ ଜଣଙ୍କୁ ଉଦ୍ଧାର କରିଥିଲେ।

ମିଳିଥିବା ସୂଚନା ଅନୁସାରେ, ତେଲଙ୍ଗାନାର ଖାମ୍ମାମ ଜିଲ୍ଲାରେ ଥିବା ମୁନ୍ନେରୁ ନଦୀ ଉପରେ ରହିଥିବା ପ୍ରକାଶ ନଗର ବ୍ରିଜରେ ୯ ଜଣ ଲୋକ ଫସି ଯାଇଥିଲେ।ସେମାନେ ବ୍ରିଜ ଉପରେ ରହିଥିବା ବେଳେ ଚାରିଆଡ଼େ କେବଳ ବନ୍ୟା ପାଣି ପ୍ରବାହିତ ହେଉଥିଲା। ତେଣୁ ସେମାନେ ଉଦ୍ଧାର ପାଇଁ ଆକୁଳ ନିବେଦନ କରିଥିଲେ।

Advertisment

୯ ଜଣ ଲୋକ ଗୋଟିଏ ଭିଡିଓ ରେକର୍ଡ କରି ରାଜ୍ୟ ସରକାରଙ୍କୁ ଉଦ୍ଧାର ପାଇଁ ନିବେଦନ କରିଥିଲେ। ଖବର ମିଳିବା ପରେ ରାଜ୍ୟ ସରକାର ହେଲିକପ୍ଟର ପଠାଇଥିଲେ। କିନ୍ତୁ ଖରାପ ପାଗ ଯୋଗୁ ବ୍ରିଜ ନିକଟରେ ପହଞ୍ଚି ପାରି ନଥିଲା ହେଲିକପ୍ଟର।

ସମୟ ବିତିବା ସହ ନଦୀର ଜଳସ୍ତର ମଧ୍ୟ ବୃଦ୍ଧି ପାଇବା ଆରମ୍ଭ ହୋଇଥିଲା। ବ୍ରିଜ ଉପରେ ରହିଥିବା ୯ ଜଣ ଲୋକ କେବଳ ଉଦ୍ଧାର ପାଇଁ ଆକୁଳ ଚିତ୍କାର କରୁଥିଲେ। କୌଣସି ସହୟତା ନ ମିଳିବାରୁ ଶୁଭାନ ଖାନ ନିଜର ବୁଲଡୋଜର ଧରି ବ୍ରିଜ ଉପରେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ସେଠାକୁ ବନ୍ୟା ଜଳରେ ପଶି ଯିବା ବେଶ କଷ୍ଟକର ଥିଲା।

କିଛି ଲୋକ ମଧ୍ୟ ଖାନଙ୍କୁ ନ ଯିବା ପାଇଁ ପରାମର୍ଶ ଦେଇଥିଲେ। ତାଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଥିବା ସେମାନେ ସତର୍କ କରାଇଥିଲେ। ହେଲେ ଖାନ କହିଥିଲେ, “ଯଦି ମୁଁ ମରି ଯିବି, ତା’ହେଲେ ଗୋଟିଏ ଜୀବନ ଯିବ। କିନ୍ତୁ ମୁଁ ଯଦି ସେଠାରୁ ସୁରକ୍ଷିତ ଫେରି ପାରିବି, ତା’ହେଲେ ମୁଁ ୯ ଜଣଙ୍କ ଜୀବନ ବଞ୍ଚାଇ ପାରିବି।”

ଏତିକି କଥା କହିବା ପରେ ସେ ନିଜେ ବୁଲଡୋଜର ଚଳାଇ ବ୍ରିଜ ଅଭିମୁଖେ ବାହାରି ଯାଇଥିଲେ। ବନ୍ୟା ପାଣିରେ ଅତ୍ୟନ୍ତ ବିପଦଜନକ ଭାବେ ଆଗକୁ ବଢ଼ି ସେ ବ୍ରିଜ ନିକଟରେ ପହଞ୍ଚିଥିଲେ। ଏହାପରେ ସେ ୯ ଜଣଙ୍କୁ ନିଜ ବୁଲଡୋଜରରେ ବସାଇ ସୁରକ୍ଷିତ ସ୍ଥାନକୁ ଆଣିଥିଲେ। ସେମାନେ ଫେରିବା ପରେ ସମସ୍ତେ ଶୁଭାନ ଖାନ ଓ ଉଦ୍ଧାର ହୋଇଥିବା ଲୋକଙ୍କୁ କର ତାଳି ଦେଇ ସ୍ୱାଗତ କରିଥିଲେ।

ଏହି ସାହସିକତା ପଦକ୍ଷେପ ଶୁଭାନ ଖାନଙ୍କୁ ରାତାରାତି ଲୋକପ୍ରିୟ କରି ଦେଇଛି। ଲୋକମାନେ ତାଙ୍କୁ ରିୟଲ ଲାଇଫ ହିରୋ କହି ପ୍ରଶଂସା କରୁଛନ୍ତି। କିଛି ବିଶିଷ୍ଟ ବ୍ୟକ୍ତି ମଧ୍ୟ ଶୁଭାନଙ୍କୁ ଫୋନ କରି ବ୍ୟକ୍ତିଗତ ଭାବେ ଶୁଭେଚ୍ଛା ଜଣାଇଛନ୍ତି।

Flash Flood Telengana News Telangana CM
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe