/odisha-reporter/media/media_files/2026/02/23/stop-rape-2026-02-23-18-30-49.jpg)
ଦୁଇ ଅଭିଯୁକ୍ତ
ସାମ୍ନାକୁ ଆସିଛି ଅତ୍ୟନ୍ତ ବିଚଳିତ କରିବା ଭଳି ଘଟଣା। ବେଙ୍ଗାଲୁରୁର ପୋଶ ଅଞ୍ଚଳରେ ଥିବା ଗୋଟିଏ ଘରୋଇ ଭିଲ୍ଲାରେ ଘଟିଛି ଗଣଦୁଷ୍କର୍ମ ଭଳି ଭୟଙ୍କର ଘଟଣା। ଦୁଇ ଜଣ ଯୁବକ ଜଣେ ୧୯ ବର୍ଷୀୟ କଲେଜ ଛାତ୍ରୀଙ୍କୁ ବଳପୂର୍ବକ ନିଶା ଦେଇ ଗଣଦୁଷ୍କର୍ମ(Stop Rape) କରିଥିବା ଅଭିଯୋଗ ହୋଇଛି। ପୀଡ଼ିତା ଜଣଙ୍କ ପ୍ରଥମ ବର୍ଷର ବିଏ ଛାତ୍ରୀ। ତାଙ୍କ ଘର ତାମିଲନାଡୁର ତିରୁପୁରରେ। ସେ ନିଜର ପାଠପଢ଼ା ପାଇଁ ୫ ମାସ ହେଲା ଏଠାରେ ରହୁଥିଲେ।
ଏଫଆଇଆରରେ କୁହାଯାଇଛି ଯେ ପୀଡ଼ିତା ଜଣଙ୍କ ଚଳିତ ବର୍ଷ ଜାନୁଆରୀରେ ୨୧ ବର୍ଷୀୟ ଡିକ୍ସନ ସାଣ୍ଡୋ ନାମକ ଜଣେ ଯୁବକଙ୍କ ସହ ବନ୍ଧୁତା କରିଥିଲେ। ବନ୍ଧୁତା ପରେ ଉଭୟ ନିୟମିତ କଥା ହେବା ସହ ଏକାଧିକ ଥର ପରସ୍ପରକୁ ଭେଟିଥିଲେ।
ଫେବୃଆରୀ ୧୪ରେ ପୀଡ଼ିତା ଜଣଙ୍କ କଲେଜରୁ ଫେରି ବାନାଶଙ୍ଖାରୀ ଠାରେ ଜଣେ ବନ୍ଧୁଙ୍କୁ ଦେଖା କରିଥିଲେ। ଉଭୟ ଡିନର ଶେଷ କରିବା ପରେ ହଠାତ୍ ଛାତ୍ରୀଙ୍କ ପାଖକୁ ଡିକ୍ସନ ଫୋନ କରିଥିଲେ। ଫୋନ କରି ସେ ଛାତ୍ରୀଙ୍କୁ ବେଙ୍ଗାଲୁରୁ ସ୍ଥିତ ରେକ୍ସ ଭିଲ୍ଲାରେ ପାର୍ଟିକୁ ନିମନ୍ତ୍ରଣ କରିଥିଲେ। ତାଙ୍କ ଠାରୁ କଲ ପାଇ ନିଜର ଜଣେ ବନ୍ଧୁଙ୍କୁ ଧରି ଛାତ୍ରୀ ଜଣଙ୍କ ସେଠାକୁ ଯାଇଥିଲେ। ସେ ପହଞ୍ଚିଲା ବେଳକୁ ରାତି ୧୨ଟା ପରେ ହୋଇ ଯାଇଥିଲା।
ସେହି ପାର୍ଟିରେ ଡିକ୍ସନ ଛାତ୍ରୀଙ୍କ ପରିଚୟ ଦ୍ୱିତୀୟ ଅଭିଯୁକ୍ତ ୩୫ ବର୍ଷୀୟ ନିଖିଲଙ୍କ ସହ କରାଇଥିଲେ। ପାର୍ଟି ଚାଲିଥିବା ବେଳେ ଦୁଇ ଯୁବକ ତାଙ୍କୁ ବଳପୂର୍ବକ ଗୋଟିଏ ପିଙ୍କ ରଙ୍ଗର ବଟିକା ଖାଇବାକୁ ବାଧ୍ୟ କରିଥିଲେ। ଏହାକୁ ଖାଇବା ପରେ ଛାତ୍ରୀ ଜଣଙ୍କ ଚେତା ହରାଇଥିଲେ। ଏହାପରେ ଡିକ୍ସନ ଓ ନିଖିଲ ତାଙ୍କୁ ଭିଲ୍ଲାର ଗୋଟିଏ ରୁମକୁ ନେଇ ଦୁଷ୍କର୍ମ କରିଥିଲେ। ଦୁଷ୍କର୍ମ ବେଳେ ସେ ଆଶିଂକ ଭାବେ ଚେତା ଫେରି ପାଇଥିବା ମଧ୍ୟ ପୁଲିସ୍କୁ କହିଛନ୍ତି। ସଂପୂର୍ଣ୍ଣ ଚେତା ଫେରିବା ବେଳକୁ ସେ ବନ୍ଦ ଅବସ୍ଥାରେ ଗୋଟିଏ ରୁମରେ ରହିଥିଲେ।
ପୀଡ଼ିତା ଜଣଙ୍କ ଅଭିଯୋଗ କରିଛନ୍ତି ଯେ ଅଭିଯୁକ୍ତମାନେ ତାଙ୍କୁ ଘଟଣା ସମ୍ପର୍କରେ ପ୍ରଘଟ କଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ। ପୀଡ଼ିତା ଜଣଙ୍କ ସେମାନଙ୍କ କଥାରେ ହଁ ମଧ୍ୟ ଭରିଥିଲେ। ଶେଷରେ ଦୁଇ ଅଭିଯୁକ୍ତ ତାଙ୍କୁ ଗୋଟିଏ ମଲ ନିକଟରେ ଡ୍ରପ କରି ଚାଲି ଯାଇଥିଲେ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ ପୁଲିସ୍ କହିଛି ଯେ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଫେବୃଆରୀ ୨୧ରୁ ହିଁ ଅଭିଯୋଗକାରୀଙ୍କ ବିରୋଧରେ ଟଙ୍କା ହଡ଼ପ ଅଭିଯୋଗ କରିଥିଲେ। ଯୁବକ ଜଣଙ୍କ ତାଙ୍କ ଅଭିଯୋଗରେ କହିଛନ୍ତି ଯେ ଅଭିଯୋଗକାରୀ ଓ ସ୍ଥାନୀୟ ନ୍ୟୁଜି ଚ୍ୟାନେଲର ଜଣେ ବ୍ୟକ୍ତି ତାଙ୍କୁ ଟଙ୍କା ମାଗିବା ସହ ବିଭିନ୍ନ ପ୍ରକାରର ଧମକ ଦେଉଛନ୍ତି। ଟଙ୍କା ନ ମିଳିଲେ ସେମାନେ ସମ୍ମାନହାନୀ ହେବା ଭଳି ବିଷୟବସ୍ତୁ ଟିଭିରେ ପ୍ରସାରଣ କରିବାର ଚେତାବନୀ ଦେଇଛନ୍ତି।
ପୀଡ଼ିତା ଜଣଙ୍କ ଫେବୃଆରୀ ୨୨ରେ ଗଣଦୁଷ୍କର୍ମ ଅଭିଯୋଗ କରିବାର ଦିନକ ପୂର୍ବରୁ ହିଁ ଯୁବକ ଜଣଙ୍କ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ପୁଲିସ୍ ଏବେ ଉଭୟ ପକ୍ଷର ଅଭିଯୋଗ ଆଧାରରେ ତଦନ୍ତ ଜାରି ରଖିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
