Advertisment

ସମୁଦ୍ର ପଥ ଦେଇ ଚାଲାଣ ହେଉଥିଲା, ୧୨ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ

ଶନିବାର କେରଳରେ ଏନ୍‌ସିବି ଏବଂ ଭାରତୀୟ ନୈସେନା ପକ୍ଷରୁ ଚଢ଼ଉ କେରଳ ଉପକୂଳ ସମୁଦ୍ର ଭିତରେ ଚଢ଼ାଉ କରାଯାଇ ପ୍ରାୟ ୧୨ ହଜାର କୋଟି ଟଙ୍କାର ଟ୍ରଗ୍ସ ଜବତ କରାଯାଇଛି।

ଅଦ୍ୟତନ ହୋଇଛି
methamphetamine

methamphetamine

Advertisment

ଶନିବାର କେରଳରେ ଏନ୍‌ସିବି ଏବଂ ଭାରତୀୟ ନୈସେନା ପକ୍ଷରୁ ଚଢ଼ଉ କେରଳ ଉପକୂଳ ସମୁଦ୍ର ଭିତରେ ଚଢ଼ାଉ କରାଯାଇ ପ୍ରାୟ ୧୨ ହଜାର କୋଟି ଟଙ୍କାର ଟ୍ରଗ୍ସ ଜବତ କରାଯାଇଛି। ଚଢ଼ଉରେ ୨୫ହହ କେଜି ମେଥାମଫେଟାମାଇନ ଡ୍ରଗ୍ସ ମିଳିଛି। ଦେଶରେ ଏତେ ପରିମାଣର ମେଥାମଫେଟାମାଇନ ଡ୍ରଗ୍ସ ଜବତ ହେବା ଘଟଣା ପ୍ରଥମ। ଏକ ବୋଟରେ ଏହାକୁ କେରଳ ଉପକୂଳ ଦେଇ ଚାଲାଣ କରାଯାଉଥିଲା। ବୋଟ୍‌କୁ ଜବତ କରାଯାଇଥିବା ବେଳେ ଜଣେ ପାକିସ୍ତାନୀ ନାଗରିକକୁ ଅଟକ ରଖାଯାଇଛି।

Advertisment

ଏନ୍‌ସିବି ଡେପୁଟି ଡାଇରେକ୍ଟର ଜେନେରାଲ(ଓପିଏସ୍) ସଞ୍ଜୟ କୁମାର ସିଂହ କହିଛନ୍ତି, ‘ଅପରେସନ ସମୁଦ୍ର ଗୁପ୍ତ’ ଅଭିଯାନରେ ଏହି ଧରପଗଡ଼ କରାଯାଇଛି। ଅଫଗାନିସ୍ତାନରୁ ସମୁଦ୍ର ଜଳପଥ ଦେଇ ଡ୍ରଗ୍ସ ଓ ନିଶା କାରବାର ଚାଲିଥିବାରୁ ଏହା ଉପରେ ରୋକ ଲଗାଇବାକୁ ଅଭିଯାନ ଚାଲିଥିବା ବେଳେ ଏହା ଧରାପଡ଼ିତଛି।

ଏହି ଅଭିଯାନରେ ଗତ ଦେଢ଼ ବର୍ଷ ଭିତରେ ୩୨୦୦ କେଜି ମେଥାମଫେଟାମାଇନ ଡ୍ରଗ୍ସ, ୫୦୦ କେଜି ହେରୋଇନ୍, ୫୨୯ କେଜି ହସିସ୍ ଜବତ କରିଛି।

Advertisment
Drugs Case Crime Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe