Advertisment

ରାତିର ଅନ୍ଧାରରେ ଖସି ଯାଉଥିଲା ପାକିସ୍ତାନ ବୋଟ୍‌, ମିଳିଲା ୪୮୦ କୋଟିର ଡ୍ରଗ୍ସ

ଗୁଜରାଟରର ପୋରବନ୍ଦର ଉପକୂଳ ଠାରୁ ୩୫୦ କିମି ଦୂରରେ ସୋମବାର ରାତିରେ ସୁରକ୍ଷାକର୍ମୀମାନେ ଅପରେସନ କରି ଏତେ ପରିମାଣର ଡ୍ରଗ୍ସକୁ ଜବତ କରିବାକୁ ସକ୍ଷମ ହୋଇଛନ୍ତି।

Drugs

Drugs

Advertisment

ଅନ୍ଧାର ରାତି। ମଝି ସମୁଦ୍ର। ଉପକୂଳ ଠାରୁ ୩୫୦ କିମି ଦୂର। ସନ୍ଦିଗ୍ଧ ଅବସ୍ଥାରେ ବୁଲୁଥିଲା ଗୋଟିଏ ପାକିସ୍ତାନୀ ବୋଟ। ଭାରତୀୟ ସୁରକ୍ଷାକର୍ମୀଙ୍କୁ ଦେଖିବା ମାତ୍ରେ ଖସି ଯିବାକୁ ଚେଷ୍ଟା କରି କରିଥିଲା ଉକ୍ତ ବୋଟ। ହେଲେ ଭାରତୀୟ ସୁରକ୍ଷାକର୍ମୀଙ୍କ ପଞ୍ଝାରୁ ଖସିବା ସହଜ ହୋଇନାହିଁ। ଡଙ୍ଗା ସହ ଏଥିରେ ଥିବା ୬ ଜଣ ପାକିସ୍ତାନୀଙ୍କୁ ସୁରକ୍ଷାକର୍ମୀ ଗିରଫ କରିଛନ୍ତି। ଏଥିସହ ଡଙ୍ଗାରେ ରହିଥିବା ୪୮୦ କୋଟି ଟଙ୍କାର ଡ୍ରଗ୍ସ ମଧ୍ୟ ଜବତ କରାଯାଇଛି।

Advertisment

ଗୁଜରାଟରର ପୋରବନ୍ଦର ଉପକୂଳ ଠାରୁ ୩୫୦ କିମି ଦୂରରେ ସୋମବାର ରାତିରେ ସୁରକ୍ଷାକର୍ମୀମାନେ ଅପରେସନ କରି ଏତେ ପରିମାଣର ଡ୍ରଗ୍ସକୁ ଜବତ କରିବାକୁ ସକ୍ଷମ ହୋଇଛନ୍ତି।

ତଟରକ୍ଷୀ ବାହିନୀ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ଆରବ ସାଗରରେ ପ୍ୟାଟ୍ରୋଲିଂ ଚାଲିଥିଲା। ସମୁଦ୍ର ଓ ଆକାଶ ପଥରେ ସୁରକ୍ଷାକର୍ମୀମାନେ ବୁଲିବୁଲି ଯାଞ୍ଚ କରୁଥିଲେ। ଏହି ସମୟରେ ପୋରବନ୍ଦର ଠାରୁ ୩୫୦ କିମି ଦୂରରେ ସନ୍ଦିଗ୍ଧ ଗତିବିଧି ଦେଖିବାକୁ ମିଳିଥିଲା। ଏହାପରେ ଭାରତୀୟ ତଟରକ୍ଷୀ ବାହିନୀ ଓ ଅନ୍ୟ ସୁରକ୍ଷା ଏଜେନ୍ସି ପକ୍ଷରୁ ଅପରେସନ ଆରମ୍ଭ କରିଥିଲେ।

Advertisment

ଅପରେସନରେ ତଟରକ୍ଷୀ ବାହିନୀ ସହ ଏନସିବି ଓ ଗୁଜରାଟ ପୁଲିସ୍‌ର ଆତଙ୍କବାଦ ନିରୋଧ ସ୍କ୍ୱାଡ ମଧ୍ୟ ସାମିଲ ହୋଇଥିଲେ। ସୋମବାର ଗୁଇନ୍ଦା ବିଭାଗର ସୂଚନା ଆଧାରରେ ତଟରକ୍ଷୀ ବାହିନୀ ଆରବ ସାଗରରେ ତା’ହାର ଜାହାଜକୁ ନିର୍ଦ୍ଦିଷ୍ଟ ସ୍ଥାନରେ ମୁତୟନ କରି ରଖିଥିଲା।

ଏହାବାଦ ଉକ୍ତ ଅଞ୍ଚଳରେ ସନ୍ଦିଗ୍ଧ ବୋଟକୁ ଠାବ କରିବା ପାଇଁ ଡ୍ରୋନିଅର ଏୟାରକ୍ରାଫ୍ଟ ମଧ୍ୟ ଉକ୍ତ ସ୍ଥାନରେ ବୁଲୁଥିଲା। ବଡ଼ଧରଣର ସର୍ଚ୍ଚ ଅପରେସନ ବେଳେ ଗୋଟିଏ ଡଙ୍ଗା ସନ୍ଦିଗ୍ଧ ଭାବେ ବୁଲୁଥିବା ଦେଖିବାକୁ ମିଳିଥିଲା। ମଝି ସମୁଦ୍ରରେ ଘୋର ଅନ୍ଧକାର ମଧ୍ୟରେ ଡଙ୍ଗାର ଗତିବିଧି ଦେଖି ସନ୍ଦେହ ବଢ଼ିଥିଲା।

ଡଙ୍ଗାକୁ ଅଟକିବାକୁ କୁହାଯିବାରୁ ଏହାର ଗତି ବଢ଼ି ଯାଇଥିଲା। କିନ୍ତୁ ଭାରତୀୟ ସୁରକ୍ଷାକର୍ମୀମାନେ ଏହାର ପିଛା କରିଥିଲେ ଓ ଡଙ୍ଗାଟିକୁ ଅଟକାଇଥିଲେ। ବୋର୍ଡିଂ ଟିମ ତୁରନ୍ତ ଡଙ୍ଗା ଭିତରକୁ ଯିବା ସହ ଯାଞ୍ଚ ଆରମ୍ଭ କରିଥିଲେ।

ଏହି ସମୟରେ ଡଙ୍ଗା ଭିତରୁ ୪୮୦ କୋଟି ଟଙ୍କାର ଡ୍ରଗ୍ସ ମିଳିଥିଲା। ସେହିପରି ଏହା ମଧ୍ୟରେ ୬ ଜଣ ପାକିସ୍ତାନୀ ଥିଲେ। ସେମାନଙ୍କୁ ଉପକୂଳକୁ ଅଣା ଯିବା ସହ ଗିରଫ କରାଯାଇଛି। ଏଥିସହ ଘଟଣାର ଅଧିକ ତଦନ୍ତ କରାଯାଉଥିବା ତଟରକ୍ଷୀ ବାହିନୀ କହିଛି।

Drugs Case Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe