Advertisment

ବର୍ଷକ ଭିତରେ ସମୁଦ୍ର ଭିତରୁ ଧରାପଡ଼ିଲାଣି ୪୦ ହଜାର କୋଟିର ଡ୍ରଗ୍ସ, ପାକିସ୍ତାନ ଆଇଏସ୍‌ଆଇ’ର ସମ୍ପୃକ୍ତି

ଅପରେସନ ସମୁଦ୍ରଗୁପ୍ତ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ବିଭିନ୍ନ ତଦନ୍ତକାରୀ ସଂସ୍ଥା ସହ ମିଶି ବର୍ଷକ ଭିତରେ ୪୦ ହଜାର କୋଟି ଟଙ୍କାର ଡ୍ରଗ୍ସ ଧରିଛି।

ଅଦ୍ୟତନ ହୋଇଛି
navy operation

navy operation

Advertisment

ଅପରେସନ ସମୁଦ୍ରଗୁପ୍ତ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ବିଭିନ୍ନ ତଦନ୍ତକାରୀ ସଂସ୍ଥା ସହ ମିଶି ବର୍ଷକ ଭିତରେ ୪୦ ହଜାର କୋଟି ଟଙ୍କାର ଡ୍ରଗ୍ସ ଧରିଛି। ପାକିସ୍ତାନରୁ ହାଜି ସଲିମ୍‌ ଏହି ରାକେଟ୍‌ର ମାଷ୍ଟରମାଇଣ୍ଡ ଭାବେ ଡ୍ରଗ୍ସ ଚୋରାଚାଲାଣ  କରୁଥିବା ଜବତ ବେଳେ ଧରାପଡ଼ିଛି। ତେବେ ଏହି ନିଶା ଚୋରାଚାଲାଣରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ଏବେବି ଏନ୍‌ଆଇଏ, ଆଇବି, ର’, ଏନ୍‌ସିବି ତାହାର ତଦନ୍ତ କରୁଛନ୍ତି।

Advertisment

ଡ୍ରଗ୍ସ ଚୋରାଚାଲାଣ ମାମଲାରେ ପାକିସ୍ତାନର ଖୁପିଆ ଏଜେନ୍ସି ଆଇଏସ୍‌ଆଇ ଏବଂ ଅଣ୍ଡରୱାର୍ଡର ସମ୍ପୃକ୍ତି ମଧ୍ୟ ଧରାପଡ଼ିଛି। ଭାରତକୁ ଚାଲାଣ ହେଉଥିବା ଡ୍ରଗ୍ସ ମାମଲା ପଛରେ ଏମାନଙ୍କ ହାତ ଥିବା ସ୍ପଷ୍ଟ ହେବାରେ ଲାଗିଛି। ସମୁଦ୍ରଗୁପ୍ତ ଅଭିଯାନ ଆଇଏସ୍‌ଆଇର ମୁଖା ଖୋଲି ଦେଇଛି। ମିଳିତ ରାକେଟ୍ ଭାରତର ଜଳପଥ ଭିତରେ ବିଭିନ୍ନ ବନ୍ଦରକୁ ବିଭିନ୍ନ ରୁଟ୍‌ ଦେଇ ଡ୍ରଗ୍ସ ଚୋରାଚାଲାଣ କରୁଛନ୍ତି।

ଆଇସିଆଇ ‘ନୂଆ ଦାଉଦ୍‌’ ଭାବେ ହାଜି ଅଲ୍ଲୀ ଜରିଆରେ ଡ୍ରଗ୍ସ କାରବାର କରୁଥିବା ଭାରତୀୟ ତଦନ୍ତ ଏଜେନ୍ସି ଜାଣିବାକୁ ପାଇଛି। ମାଫିଆଙ୍କ ସହ ମିଶି ଭାରତକୁ ଡ୍ରଗ୍ସ ଚାଲାଣ କରି ଆଇଏଏସ୍‌ଆଇ କୋଟିକୋଟି ଟଙ୍କା ଅବାଟରେ ରୋଜଗାର କରୁଛି। ଏନ୍‌ସିବି ନିର୍ଦ୍ଦେଶକ(ଜେନେରାଲ ଅପରେଶନ) ସଞ୍ଜୟ ସିଂ କହିଛନ୍ତି, ୨୦୨୨ରେ ସମୁଦ୍ରଗୁପ୍ତ ଅପରେଶନ ଆରମ୍ଭ ହୋଇଥିଲା। ଭାରତ ସମୁଦ୍ର ଭିତର ଦେଇ ଏହି ରାକେର୍ଟ ଡ୍ରଗ୍ସ ଚାଲାଣ କରୁଥିବା ତଦନ୍ତରୁ ଜଣାପଡ଼ିଛି।

Advertisment

ଭାରତୀୟ ନୈସେନା ଓ କୋଷ୍ଟଗାର୍ଡ ସହାୟତାରେ ଏହି ଅଭିଯାନ ଚାଲିଛି। ପାକିସ୍ତାନୀ, ବହରିନ୍ ତଥା ଦୁବାଇ ଦେଇ ଚୋରାଚାଲାଣ ହୋଇ ଆସୁଥିବା ଡ୍ରଗ୍ସ ଉପରେ ନଜର ରଖାଯାଇଛି। ଜାନୁଆରୀ ୨୦୨୨ରେ ନୈସେନା ସହ ମିଶି ହୋଇଥିବା ଚଢ଼ଉରେ ୭୦୦ କେଜି ଡ୍ରଗ୍ସ ଜବତ କରିଥିଲା। ଏହାପରେ ଏହି ବର୍ଷ ଅକ୍ଟୋବରରେ ମଧ୍ୟ ବଡଧରଣର ଡ୍ରଗ୍ସ ସମୁଦ୍ର ଭିତରୁ ଚାଲାଣ ହେଉଥିବା ବେଳେ ଧରାଯାଇଥିଲା।

କୋଚିରେ ହୋଇଥିବା ଚଢ଼ାଉରେ ସମୁଦ୍ର ଭିତରେ ଡ୍ରଗ୍ସ ସହ ୬ ଇରାନୀ ନାଗରିକ ଧରାପଡ଼ିଥିଲେ। ଏବେ ଜଣେ ପାକିସ୍ତାନୀ ଡ୍ରଗ୍ସ ସହ ଧରାପଡ଼ିଛି। ତଦନ୍ତ ବେଳେ ଏହି ଡ୍ରଗ୍ସ ଚାଲାଣ ପାକିସ୍ତାନରୁ ଅପରେଟ ହେଉଥିବା ଜଣାପଡ଼ିଛି। ମାଫିଆମାନେ ଇରାନୀ ବୋଟ୍ ଡ୍ରଗ୍ସ କାରବାରରେ ବ୍ୟବହାର କରୁଛନ୍ତି। କରାଚୀରେ ରହୁଥିବା ହାଜି ସଲିମ ଏହି ରାକେଟ୍ ଚଳାଇଥିବା ଜଣାପଡ଼ିଛି। ତେବେ ତାହା ପାଖରେ ପହଞ୍ଚିବାରେ ତଦନ୍ତକାରୀ ଟିମ୍ ଏପର୍ଯ୍ୟନ୍ତ ସଫଳ ହୋଇନି। ଏହି ରାକେଟ୍ ଚାଲୁଥିବା ନେଇ ପାକିସ୍ତାନର ପୂର୍ବ ପ୍ରଧାନମନ୍ତ୍ରୀ ମଧ୍ୟ ସ୍ୱୀକାର କରିଛନ୍ତି ବୋଲି ଏନ୍‌ସିବି ନିର୍ଦ୍ଦେଶକ କହିଛନ୍ତି।

Pakistan Drugs Case NCB Raid Indian Navy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe