Advertisment

ରାସ୍ତାରେ ମଦୁଆ ପୁଲିସ୍‌ ବାବୁଙ୍କ ହାଇଡ୍ରାମା, ଗର୍ଭବତୀଙ୍କୁ ଅସଦାଚରଣ କରିବା ସହ ଧକ୍କା ମାରିଲେ

ମଦ ପିଇ ପୁଲିସ୍‌ ବାବୁ ଜଣଙ୍କ ଜଣେ ଗର୍ଭବତୀଙ୍କୁ ଅସଦାଚରଣ କରିବା ସହ ଧକ୍କା ମଧ୍ୟ ମାରିଛନ୍ତି।

author-image
Hemant Lenka
ଅଦ୍ୟତନ ହୋଇଛି
Police

Police

ବିଚ୍‌ ରାସ୍ତାରେ ଦବଙ୍ଗଗିରି ଦେଖାଇଛନ୍ତି ଜଣେ ପୁଲିସ୍‌ ବାବୁ। ମଦ ପିଇ ପୁଲିସ୍‌ ବାବୁ ଜଣଙ୍କ ଜଣେ ଗର୍ଭବତୀଙ୍କୁ ଅସଦାଚରଣ କରିବା ସହ ଧକ୍କା ମଧ୍ୟ ମାରିଛନ୍ତି। ନଭି ମୁମ୍ବାଇର ଖରଘର ଅଞ୍ଚଳରେ ଏପରି ଘଟଣା ଘଟିଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ପୁଲିସ୍‌ ପକ୍ଷରୁ ଉକ୍ତ ଅଧିକାରୀଙ୍କୁ ନିଲମ୍ବନ କରି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି।

Advertisment

ମିଳିଥିବା ସୂଚନା ଅନୁସାରେ, ମଦୁଆ ପୁଲିସ୍‌ ବାବୁ ଜଣଙ୍କ କାର୍‌ରେ ଯାଉଥିବା ବେଳେ ମହିଳା ଜଣଙ୍କ ତାଙ୍କ ସ୍ୱାମୀଙ୍କ ସହ ବାଇକରେ ଯାଉଥିଲେ। ତେବେ ସନ୍ଧ୍ୟା ପ୍ରାୟ ୭ଟା ବେଳେ ଗୋଟିଏ ନିର୍ମାଣାଧୀନ ମେଟ୍ରୋ ବ୍ରିଜ୍‌ ନିକଟରେ ପୁଲିସ୍‌ ବାବୁଙ୍କ କାର୍ ମହିଳା ବସିଥିବା ବାଇକ୍‌କୁ ଧକ୍କା ଦେଇଥିଲା। 

ମହିଳା ଜଣଙ୍କ କହିଛନ୍ତି ଯେ କାର୍‌ ମାଡ଼ ହେବା ପରେ ତାଙ୍କ ସ୍ୱାମୀ ବାଇକ ଉପରୁ ନିୟନ୍ତ୍ରଣ ହରାଇଥିଲେ। ତେବେ ସେ ପୁଣି ଏହାକୁ ସମ୍ଭାଳି ନେଇଥିଲେ। ଧକ୍କା ହେବା ପରେ ମଧ୍ୟ ପୁଲିସ୍‌ ବାବୁ ଜଣଙ୍କ ସେଠାରେ ରହି ନଥିଲେ। ତାଙ୍କୁ ପିଛା କରି ମହିଳାଙ୍କ ସ୍ୱାମୀ କିଛି ବାଟ ପରେ କାରକୁ ଅଟକାଇ ଥିଲେ। ଏହାକୁ ନେଇ ପୁଲିସ୍‌ ବାବୁ ଦୀନେଶ ମହାଜନ(୪୬) ଓ ମହିଳାଙ୍କ ସ୍ୱାମୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।

Advertisment

ଦୀନେଶ ଏହି ସମୟରେ କହିଥିଲେ ଯେ ସେ କ୍ରାଇବ୍ରାଞ୍ଚ ଅଫିସର। ଏଥିସହ ଗାଡ଼ିରେ ପୁଲିସ୍‌ ପ୍ଲାକାର୍ଡ ମଧ୍ୟ ଲାଗି ଥିବା ଦେଖାଇଥିଲେ। ତଥାପି ବାଇକ ଚାଳକ ଯୁକ୍ତିତର୍କ ବନ୍ଦ କରିନଥିଲେ। ଏଥିରେ ରାଗି ଯାଇ ଦୀନେଶ ମହିଳାଙ୍କୁ ବଳପୂର୍ବ ଭିଡ଼ି ଧରିବା ସହ ଧକ୍କା ମାରିଥିଲେ। ବିଚ୍‌ ରାସ୍ତାରେ ଏପରି ଘଟଣା ଘଟିବାରୁ ଲୋକଙ୍କ ଭିଡ଼ ଜମି ଥିଲା।

ପୁଲିସ୍‌ ମଧ୍ୟ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ଖାରଘର ଥାନାକୁ ଆଣିଥିଲା। ମହିଳା ଜଣଙ୍କ ଅସଦାଚରଣ ଓ ମାଡ଼ ମାରିବା ଅଭିଯୋଗ ଆଣିଥିବାରୁ ତାଙ୍କର ମେଡିକାଲ ଟେଷ୍ଟ କରାଯାଇଛି। ସେହିପରି ଦୀନେଶଙ୍କୁ ନିଲମ୍ବିତ କରାଯାଇଛି। ତେବେ ଦୀନେଶଙ୍କୁ ଗିରଫ କରାଯାଇନି।

Police