Advertisment

ମଝି ଆକାଶରେ ଯାତ୍ରୀଙ୍କ ଉପରେ ପରିସ୍ରା କଲେ ଯାତ୍ରୀ

ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି ଦିଲ୍ଲୀ ପୁଲିସ।

ଅଦ୍ୟତନ ହୋଇଛି
Drunk flyer

Drunk flyer

Advertisment

ମଝି ଆକାଶରେ ବିମାନ ମଧ୍ୟରେ ସମସ୍ତଙ୍କ ସାମ୍ନାରେ ଜଣେ ଯାତ୍ରୀଙ୍କ ଉପରେ ପରିଶ୍ରା କରିଛନ୍ତି ଆଉ ଜଣେ ଯାତ୍ରୀ। ଏଥର ଘଟଣା ଘଟିଛି ଆମେରିକାନ୍ ଏୟାରଲାଇନ୍ସର ଏକ ବିମାନରେ। ବିମାନ ମଧ୍ୟରେ ଘଟିଥିବା ଏହି ଘଟଣା ନେଇ ଥାନାରେ ଅଭିଯୋଗ ହୋଇଥିବା ବେଳେ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି ଦିଲ୍ଲୀ ପୁଲିସ। ଏପରିକି ସଂପୃକ୍ତ ଯୁବକଙ୍କ ଯାତ୍ରା ଉପରେ କଟକଣା ଲଗାଇଛି ଆମେରିକାନ ଏୟାରଲାଇନ୍। 

Advertisment

ଶୁକ୍ରବାର ରାତି ପ୍ରାୟ ୯ଟା ୧୬ ମିନିଟରେ ନ୍ୟୁୟର୍କରୁ ନୂଆଦିଲ୍ଲୀ ଅଭିମୁଖେ ବାହାରିଥିଲା ଆମେରିକାନ ଏୟାରଲାଇନ୍ସର ବିମାନ ଏଏ-୨୯୨। ଶନିବାର ରାତି ପ୍ରାୟ ୧୦ଟା ୧୨ ମିନିଟରେ ଫ୍ଲାଇଟ୍ ଇନ୍ଦିରାଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଲ୍ୟାଣ୍ଡ କରିଥିଲା। ତେବେ ଉଡାଣ ସମୟରେ ମଝି ଆକାଶରେ ଆସିଥିଲା ଅଭିଯୋଗ। ଦିଲ୍ଲୀ ଡିଫେନ୍ସ କଲୋନୀରେ ରହୁଥିବା ଆର୍ଯ୍ୟ ଭୋରା ନାମକ ଜଣେ ଯୁବକ ନିଶାସକ୍ତ ଅବସ୍ଥାରେ ଅନ୍ୟ ଜଣେ ଯାତ୍ରୀଙ୍କ ଉପରେ ପରିଶ୍ରା କରିଥିବା ଅଭିଯୋଗ ହୋଇଥିଲା। 

ଦିଲ୍ଲୀ ଡିଫେନ୍ସ କଲୋନୀର ଆର୍ଯ୍ୟ ଭୋରା ଜଣେ ଛାତ୍ର। ସେ ଆମେରିକାର ଏକ ୟୁନିଭରସିଟିରେ ପଢୁଥିବା ଜଣାପଡିଛି। ବିମାନରେ ନିଶାସକ୍ତ ଅବସ୍ଥାରେ ଥିବା ଆର୍ଯ୍ୟ ଭୋରା ନିଜ ସିଟରେ ପରିଶ୍ରା କରିଦେଇଥିଲେ। ଫଳରେ ତାଙ୍କ ପାଖ ସିଟରେ ବସିଥିବା ଜଣେ ଯାତ୍ରୀ ପରିଶ୍ରାରେ ଓଦା ହୋଇଯାଇଥିଲେ। ଏହାପରେ ଯାତ୍ରୀ ଜଣକ ବିମାନର ଚାଳକ ଦଳକୁ ଅଭିଯୋଗ କରିଥିଲେ। ତେବେ ପୁଲିସରେ ଅଭିଯୋଗ କରିବାକୁ ଚାହିଁନଥିଲେ କାରଣ, ଛାତ୍ର ଜଣକ ଏନେଇ କ୍ଷମା ମାଗିସାରିଥିଲେ ଏବଂ ପୁଲିସରେ ଅଭିଯୋଗ ପରେ ତାଙ୍କର ଭବିଷ୍ୟତ ନଷ୍ଟ ହେବାର ଆଶଙ୍କା ଥିଲା। ତେବେ ଏୟାରଲାଇନ ପକ୍ଷରୁ ଏହାକୁ ଗମ୍ଭୀରତାର ସହ ନିଆଯାଇ ଆଇଜିଆଇର ଏଟିସି ଏବଂ ପରେ ଦିଲ୍ଲୀ ପୁଲିସକୁ ସୂଚନା ଦିଆଯାଇଥିଲା। ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀ ବିମାନବନ୍ଦରରେ ଓହ୍ଲାଇବା ପରେ ତୁରନ୍ତ ଛାତ୍ରଙ୍କୁ ଗିରଫ କରାଯାଇଥିଲା। 

Advertisment

ତେବେ ବିମାନରେ ଯାତ୍ରୀଙ୍କ ଉପରେ ପରିଶ୍ରା ନୂଆ ଘଟଣା ନୁହେଁ। ଏହାପୂର୍ବରୁ ନଭେମ୍ବର ୨୬ ତାରିଖରେ ଏୟାର ଇଣ୍ଡିଆର ନ୍ୟୁୟର୍କ-ଦିଲ୍ଲୀ ବିମାନରେ ସମାନ ଘଟଣା ଘଟିଥିଲା। ବିମାନରେ ଜଣେ ବୃଦ୍ଧଙ୍କ ଉପରେ ଶଙ୍କର ମିଶ୍ରା ନାମକ ଜଣେ ଯାତ୍ରୀ ପରିଶ୍ରା କରିଦେଇଥିଲେ। ମାସେ ଜେଲ୍ ପରେ ସେ ଜାମିନରେ ମୁକୁଳିଥିଲେ। ଆଗାମୀ ୪ ମାସ ଯାଏଁ ତାଙ୍କ ବିମାନ ଯାତ୍ରା ଉପରେ କଟକଣା ଲଗାଯାଇଛି। ସେପଟେ ଏୟାର ଇଣ୍ଡିଆ ଉପରେ ୩୦ଲକ୍ଷର ଜୋରିମାନା କରାଯାଇଥିଲା। 

Delhi American Airlines Drunk Passenger
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe