Advertisment

ନିଶାସକ୍ତ ଯୁବତୀଙ୍କ ହାଇ ଭୋଲଟେଜ ଡ୍ରାମା, ପୁଲିସ୍‌ ଅଧିକାରୀଙ୍କୁ କାମୁଡ଼ିଲେ, ଚୁଟି ଟାଣିଲେ

ନିଶାସକ୍ତ ୩ ଯୁବତୀ ପୁଲିସ୍‌କୁ ବି ଛାଡ଼ିଲେନି । ସେମାନେ ପୁଲିସ୍‌ ଅଧିକାରୀଙ୍କ  ସହ ହାତାହାତି ହେବାକୁ ପଛାଇଲେ ନାହିଁ ।

Fight with police

Fight with police

Advertisment

ବିଚ୍‌ ରାସ୍ତାରେ ହାଇ ଭୋଲଟେଜ ଡ୍ରାମା କଲେ ନିଶାସକ୍ତ ଯୁବତୀ। ରାସ୍ତାରେ ଘଟାଇଲେ ତୁମୁଳ କାଣ୍ଡ। ଖବର ପାଇ ପୁଲିସ୍‌ ପହଞ୍ଚିବା ପରେ ବି ସ୍ଥିତି ଅସମ୍ଭାଳ । ସେମାନଙ୍କୁ କାବୁ କରିବାକୁ ଯାଇ ହୀନସ୍ତା ହେଲା ପୁଲିସ୍‌। ନିଶାସକ୍ତ ୩ ଯୁବତୀ ପୁଲିସ୍‌କୁ ବି ଛାଡ଼ିଲେନି । ସେମାନେ ପୁଲିସ୍‌ ଅଧିକାରୀଙ୍କ  ସହ ହାତାହାତି ହେବାକୁ ପଛାଇଲେ ନାହିଁ । ବହୁ ପରିଶ୍ରମ ପରେ ପୁଲିସ୍ ଏପରି କାଣ୍ଡ ଘଟାଇଥିବା ୩ ଯୁବତୀଙ୍କୁ ଗିରଫ କରି ଥାନାକୁ ନେଇଛି। ଏପରି ଏକ ସାଂଘାତିକ ଡ୍ରାମା ମୁମ୍ବାଇର ସଟେବିରାର ସହରରେ ଦେଖିବାକୁ ମିଳିଛି।

Advertisment

ସଟେବିରାର ଅଞ୍ଚଳର ଏକ ରେଷ୍ଟୁରାଣ୍ଟ-ବାର୍‌ରେ ୩ ନିଶାସକ୍ତ ଯୁବତୀ ତୁମୁଳକାଣ୍ଡ ଘଟାଉଥିବା ପୁଲିସ୍‌ ସୂଚନା ପାଇଥିଲା। ଏହାପରେ ତୁରନ୍ତ ଜଣେ ମହିଳା ପୁଲିସ୍‌ ଅଧିକାରୀ ନିଜ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ।

ନିଶାରେ ଆଉଟ ଅଫ୍‌ କଣ୍ଟ୍ରୋଲ ହୋଇଥିବା ୩ ଯୁବତୀଙ୍କୁ ପୁଲିସ୍‌ ବୁଝାଶୁଝା କରିବାକୁ ଉଦ୍ୟମ କରୁଥିବା ବେଳେ ସେମାନେ କିନ୍ତୁ କିଛି ଶୁଣିବା ମୁଡରେ ନ ଥିଲେ। ଓଲଟା ସେମାନେ ପୁଲିସ୍‌ ସହ ଟଣାଓଟରା କରିଥିଲେ। ପୁଲିସ୍ ଅଧିକାରୀଙ୍କ ଶାର୍ଟ ଟାଣି ଛିଣ୍ଡାଇବା ସହ ହାତକୁ କାମୁଡ଼ି ଦେଇଥିଲେ। କେବଳ ଏତିକିରେ ସରି ନ ଥିଲା ସେମାନଙ୍କ କାରନାମା। ଏହାପରେ ପୁଲିସ୍‌ କାବୁ କରିବାକୁ ଚେଷ୍ଟା କରିବାରୁ ସେମାନେ ଅଧିକାରୀଙ୍କ ଚୁଟି ଟଣାଟଣି କରି ମାରଧର କରିବାକୁ ପଛାଇ ନ ଥିଲେ।

Advertisment

ସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍‌ ସମସ୍ତ ୩ ଯୁବତୀଙ୍କୁ ବାନ୍ଧି ଥାନାକୁ ନେଇଛି। ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ୍‌ କହିଛି।

Mumbai Mumbai Police Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe