Advertisment

ମଦ ପିଇ ବିମାନର ଏମର୍ଜେନ୍ସି ଦ୍ୱାର ଖୋଲୁଥିବା ଯାତ୍ରୀ ଗିରଫ

ପୁଣି ବିମାନରେ ମଦ୍ୟପ ଯାତ୍ରୀଙ୍କ ବିଶୃଙ୍ଖଳା ସାମ୍ନାକୁ ଆସିଛି। ଜଣେ ୪୦ ବର୍ଷୀୟ ବ୍ୟକ୍ତି ମଦ ନିଶାରେ ବିମାନର ଏମର୍ଜେନ୍ସି ଦ୍ୱାର ଖୋଲିବାକୁ ଉଦ୍ୟମ କରି ଗିରଫ ହୋଇଛନ୍ତି।

author-image
Hemant Lenka
Indigo

Indigo

ପୁଣି ବିମାନରେ ମଦ୍ୟପ ଯାତ୍ରୀଙ୍କ ବିଶୃଙ୍ଖଳା ସାମ୍ନାକୁ ଆସିଛି। ଜଣେ ୪୦ ବର୍ଷୀୟ ବ୍ୟକ୍ତି ମଦ ନିଶାରେ ବିମାନର ଏମର୍ଜେନ୍ସି ଦ୍ୱାର ଖୋଲିବାକୁ ଉଦ୍ୟମ କରି ଗିରଫ ହୋଇଛନ୍ତି। ଦିଲ୍ଲୀ-ବେଙ୍ଗାଲୁରୁ ଇଣ୍ଡିଗୋ ବିମାନରେ ଏପରି ଘଟଣା ଘଟିଛି। ଇଣ୍ଡିଗୋ ପକ୍ଷରୁ କୁହାଯାଇଛି ଯେ ବିମାନ ନମ୍ବର ୬ଇ୩୦୮ରେ ଏହି ଘଟଣା ଘଟିଛି।

Advertisment

ବିମାନଟି ଇନ୍ଦିରା ଗାନ୍ଧି ଅନ୍ତର୍ଜାତୀୟ ଏୟାରପୋର୍ଟରୁ ବେଙ୍ଗାଲୁରୁ ଅଭିମୁଖେ ଯାଉଥିଲା। ଏହି ସମୟରେ ଅର୍ଥାତ ଶୁକ୍ରବାର ସକାଳ ୭.୫୬ରେ ମଦ୍ୟପ ଯାତ୍ରୀଙ୍କ ବିଶୃଙ୍ଖଳା ସାମ୍ନାକୁ ଆସିଥିଲା।

ଯାତ୍ରୀ ଜଣଙ୍କ ନିଶାସକ୍ତ ଅବସ୍ଥାରେ ବିମାନର ଏମର୍ଜେନ୍ସି ଦ୍ୱାର ଖୋଲିବାକୁ ଚେଷ୍ଟା କରିଥିଲା। ସେ ନିୟମ ଉଲ୍ଲଙ୍ଘନ କରୁଥିବା ଜାଣିପାରି କ୍ରୁ ସଦସ୍ୟ କ୍ୟାପ୍ଟେନଙ୍କୁ ଖବର ଦେଇଥିଲେ। ଏଥିସହ ଯାତ୍ରୀ ଜଣଙ୍କୁ ମଧ୍ୟ ବିଶୃଙ୍ଖଳା ନ କରିବାକୁ ସତର୍କ କରାଯାଇଥିଲା। ସୁରକ୍ଷିତ ବିମାନ ଯାତ୍ରା ସହ ଇଣ୍ଡିଗୋ କେବେ ହେଲେ ବୁଝାମଣା କରି ନଥାଏ।

Advertisment

ବିମାନଟି ବେଙ୍ଗାଲୁରୁରେ ଅବତର କରିବା ପରେ ବିଶୃଙ୍ଖଳା କରିଥିବା ଯାତ୍ରୀଙ୍କୁ ସିଆଇଏସଏଫଙ୍କୁ ହସ୍ତାନ୍ତର କରାଯାଇଥିଲା। ସେମାନେ ତାଙ୍କୁ ଗିରଫ କରିଥିବା କମ୍ପାନୀ ସୂଚନା ଦେଇଛି। ଏଥିସହ ଘଟଣାର ଅଧିକ ତଦନ୍ତ ଚାଲିଥିବା ମଧ୍ୟ ସୂଚନା ମିଳିଛି।

Indigo Airlines