Advertisment

ଚୋରି ହୋଇଗଲା ୨୫୦ ଗ୍ରାମ ଆଳୁ, ଯାଞ୍ଚ ପାଇଁ ପୁଲିସ୍‌କୁ ଫୋନ କରି ଡାକିଲେ

ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଗାଁର ବିଜୟ ଶର୍ମା ରାସ୍ତା ଉପରେ ଅତ୍ୟନ୍ତ ବ୍ୟସ୍ତ ବିବ୍ରତ ହୋଇ ଛିଡ଼ା ହୋଇଥିଲେ।

ଅଦ୍ୟତନ ହୋଇଛି
UP

UP

Advertisment

ଦୀପାବଳି ଅବସରରେ ଉତ୍ତର ପ୍ରଦେଶର ହାରଦୋଇ ପୁଲିସ୍‌ ଗୋଟିଏ ଅସ୍ୱାଭାବିକ ଘଟଣାର ସମ୍ମୁଖୀନ ହୋଇଛି। ଜରୁରିକାଳୀନ ନମ୍ବରରେ କଲ ପାଇ ପୁଲିସ୍‌ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ହେଲେ ପୁଲିସ୍‌ ସାମ୍ନାରେ ଅଭିଯୋଗକାରୀ ଚୋରି ନେଇ ରଖିଥିବା ତଥ୍ୟ ସମସ୍ତଙ୍କୁ ଚକିତ କରିଛି।

Advertisment

ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚିଲା ବେଳକୁ ଗାଁର ବିଜୟ ଶର୍ମା ରାସ୍ତା ଉପରେ ଅତ୍ୟନ୍ତ ବ୍ୟସ୍ତ ବିବ୍ରତ ହୋଇ ଛିଡ଼ା ହୋଇଥିଲେ। ତାଙ୍କୁ ଘଟଣା ସମ୍ପର୍କରେ ପୁଲିସ୍‌ ପଚରାଉଚରା କରିବା ବେଳେ ବିଜୟ ମଦ ନିଶାରେ ଚୁର ହୋଇ ରହିଥିବା ଜାଣିବାକୁ ପାଇଥିଲା। ତାଙ୍କ ଘରୁ କେହି ୨୫୦ ଗ୍ରାମ ଆଳୁ ଚୋରି କରି ନେଇଥିବାରୁ, ସେ ଏହାର ଯାଞ୍ଚ କରିବାକୁ ପୁଲିସ୍‌କୁ ଡାକିଥିବା ସୂଚନା ଦେଇଛନ୍ତି। ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି।

ତାଙ୍କ କହିବା କଥା ଯେ ମଦ ପିଇବା ପରେ ସେ ଆଳୁକୁ ରୋଷେଇ କରିବାକୁ ରଖିଥିଲେ। ହେଲେ ମଦ ପିଇ ସେ ଘରକୁ ଆସିଲା ବେଳକୁ ଆଳୁ କେହି ନେଇ ଯାଇଥିବା ଜାଣିବାକୁ ପାଇଥିଲେ। ମଦ ନିଶାରେ ବିଜୟ ମଜାଳିଆ କଥା କହୁଥିବାରୁ ଏହାର ରେକର୍ଡିଂ ଜଣେ ପୁଲିସ୍‌ କର୍ମଚାରୀ କରିଥିଲେ। ଏବେ ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି।

Advertisment

ସେ ପୁଲିସ୍‌ ଆଗରେ ମଦ ପିଇବା କଥାକୁ ମଧ୍ୟ ସ୍ୱୀକାର କରିଛନ୍ତି। ସେ କହିଛନ୍ତି, “ଆମେ କଠିନ ପରିଶ୍ରମ କରୁଛୁ ଓ ସନ୍ଧ୍ୟାରେ କିଛି ସମୟ ମଦ ପିଉଛୁ। କିନ୍ତୁ ଏଠାରେ ମଦ ପିଇବା ଉପରେ ପ୍ରଶ୍ନ ନୁହେଁ। ସବୁ କିଛି ଆଳୁ ସହ ଜଡ଼ିତ। ମୋ ଆଳୁ ଆପଣମାନେ ଖୋଜି ଦିଅନ୍ତୁ।

ମୁଁ ଘରକୁ ୨୫୦ ଗ୍ରାମ ଆଳୁ ଆଣିବା ସହ ଚୋପା ଛଡ଼ାଇଥିଲି। ଏହାପରେ ମଦ ପିଇବାକୁ ଯାଇଥିଲି। ସେଠାରୁ ଆସିଲେ ମୁଁ ରୋଷେଇ କରି ଖାଇ ଥାଆନ୍ତି। ହେଲେ ଘରେ ପହଞ୍ଚିଲା ବେଳକୁ ମୋ ଆଳୁ କେହି ଚୋରି କରି ନେଇଥିଲା। ତେଣୁ ଏହାର ଯାଞ୍ଚ କରାଯାଉ।”

ଭିଡିଓ ଭାଇରାଲ ହେବା ପରେ ସୋଶାଲ ମିଡିଆ ବ୍ୟବହାରକାରୀ କେବଳ ଏହାକୁ ଦେଖି ହସିବାରେ ଲାଗିଛନ୍ତି।

Uttar Pradesh Diwali Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe