Advertisment

ବସ୍‌ ଭିତରେ ମଦ ପିଇ ମହିଳାଙ୍କ ସିଟ୍‌ରେ ପରିସ୍ରା କରିଦେଲେ ଯୁବକ

ଜଣେ ୩୦ ବର୍ଷୀୟ ଯୁବକ ଏମିତି କାଣ୍ଡ ଘଟାଇଛନ୍ତି।

author-image
Tapas Behera
ଅଦ୍ୟତନ ହୋଇଛି
bus

bus

ମଦ୍ୟପାନ କରି ବସ୍‌ ଭିତରେ ପରିସ୍ରା କରିଦେଲେ । ବସ୍‌ରେ ମହିଳାଙ୍କ ଲାଗି ସରଂକ୍ଷିତ ସିଟ୍‌ରେ ପରିସ୍ରା କରିଦେଲେ ଜଣେ ଯୁବକ। ଜଣେ ୩୦ ବର୍ଷୀୟ ଯୁବକ ଏମିତି କାଣ୍ଡ ଘଟାଇଥିବା ଜଣେ ୨୦ ବର୍ଷୀୟ ଯୁବତୀ ଅଭିଯୋଗ କରିଛନ୍ତି। ସେ ବସିଥିବା ସିଟ୍‌ରେ ଅଭିଯୁକ୍ତ ଜଣକ ପରିସ୍ରା କରିଥିବା ସେ  କହିଛନ୍ତି। କର୍ଣ୍ଣାଟକ ରାଜ୍ୟ ସଡକ ପରିବହନ ନିଗମ (କେଏସଆରଟିସି) ବସ୍‌ରେ ଏହି ଘଟଣା ଘଟିଛି। ଏହି ଘଟଣାଟି ହୁବାବାଲି ଜିଲ୍ଲାର କିରେସୁରୁ ଢାବା ନିକଟରେ ଘଟିଛି।

Advertisment

ନନ୍ ଏସି ବସଟି ବିଜୟପୁରରୁ ମାଙ୍ଗାଲୋର ଯାଉଥିବାବେଳେ ଏକ ଢାବା ନିକଟରେ ରାତ୍ରୀ ଭୋଜନ ପାଇଁ ଅଟକି ଥିଲା। ସମସ୍ତେ ବସରୁ ଓହ୍ଲାଇବା ପରେ ଜଣେ ବ୍ୟକ୍ତି ମଦ ନିଶାରେ ସହ ଯାତ୍ରୀ ତଥା ସମ୍ପୃକ୍ତ ମହିଳାଙ୍କ ସିଟ୍‌ରେ ପରିସ୍ରା କରିଥିଲେ। ରାତ୍ରୀ ଭୋଜନ ସାରି ଫେରି ଆସିବା ପରେ ମହିଳା ତାଙ୍କ ଆସନରେ ପଡ଼ିଥିବା ପରିସ୍ରାକୁ ଦେଖି ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ଜଣାଇଥିଲେ।

ଏହା ପରେ ବସର ଡ୍ରାଇଭର ଏବଂ କଣ୍ଡକ୍ଟର ଉକ୍ତ ବ୍ୟକ୍ତିଙ୍କ ସହ ମୁହାଁମୁହିଁ ପରିସ୍ଥିତି ହୋଇଥିଲା। ପରେ ଅନ୍ୟ ଯାତ୍ରୀମାନେ ତାଙ୍କୁ ଆଉ ବସ୍‌ରେ ଯିବାକୁ ଦେଇ ନ ଥିଲେ। ସମ୍ପୃକ୍ତ ମହିଳା ଯାତ୍ରୀଙ୍କୁ ଅନ୍ୟ ଏକ ଆସନ ଦିଆଯାଇଥିଲା। ତେବେ ମହିଳା ଜଣକ ପୁଲିସରେ ଅଭିଯୋଗ କରିବାକୁ ଦ୍ୱୀଧା ପ୍ରକାଶ କରିଥିଲେ। ପୂର୍ବରୁ ଏୟାର ଇଣ୍ଡିଆର ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନର ବିଜନେସ କ୍ଲାସରେ ଯାତ୍ରା କରୁଥିବା ଶଙ୍କର ମିଶ୍ରା ନାମକ ଜଣେ ବ୍ୟକ୍ତି ମଦ ନିଶାରେ ଆଉ ଜଣେ ସହଯାତ୍ରୀଙ୍କ ଉପରେ ପରିସ୍ରା କରି ଦେଇଥିଲେ। ବିବାଦ ବଢ଼ିବାରୁ ଶଙ୍କର ମିଶ୍ରାଙ୍କୁ ପୁଲିସ୍‌ ଗିରଫ କରିଛି। ଘଟଣା ଦିନ ମିଶ୍ରା ମଦ ନିଶାରେ ଜଣେ ବୃଦ୍ଧାଙ୍କ ଉପରେ ପରିସ୍ରା କରି ଦେଇଥିଲେ।

Advertisment
India