Advertisment

ମଦ ପିଇ ପୁଲିସ୍ ହାତରେ ଧରାପଡ଼ିଲେ ପର୍ଯ୍ୟଟକଙ୍କୁ ଜେଲ୍ ନିଆଯିବନି, ହୋଟେଲରେ ଛାଡ଼ିଦେବ ପୁଲିସ୍

ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି।

ଅଦ୍ୟତନ ହୋଇଛି
Traffic Jam

Traffic Jam

Advertisment

ହିମାଚଳ ପ୍ରଦେଶକୁ ଆସୁଥିବା ପର୍ଯ୍ୟଟକଙ୍କୁ ସମସ୍ତ ନୀତି ଓ ନିୟମ ମାନିବାକୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁ। ଏହା ସହିତ କୌଣସି ପର୍ଯ୍ୟଟକ ମଦ ପିଇ ପୁଲିସ୍ ହାତରେ ଧରାପଡ଼ିଲେ ତାଙ୍କୁ ଜେଲ୍‌ ନପଠାଇ ହୋଟେଲ୍‌ରେ ନେଇ ଛାଡ଼ି ଦିଆଯିବ ବୋଲି ସେ କହିଛନ୍ତି। ଶିମଲାରେ ସପ୍ତାହେ ବ୍ୟାପୀ ଚାଲିବାକୁ ଥିବା ‘ୱିଣ୍ଟର କାର୍ନିଭାଲ’କୁ ଗତ ରବିବାର ଉଦ୍‌ଘାଟନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ସୁଖୁ ଏହି କଥା କହିଥିଲେ। 

Advertisment

ମୁଖ୍ୟମନ୍ତ୍ରୀ କହିଥିଲେ, ଆମେ ରାଜ୍ୟରେ ପର୍ଯ୍ୟଟନକୁ ପ୍ରୋତ୍ସାହିତ କରିବା ପାଇଁ ଚାହୁଛୁ। ସେଥିପାଇଁ ଆମେ ଢାବା ଓ ହୋଟେଲ ଆଦି ଖୋଲିଛୁ, ଯେଉଁଗୁଡ଼ିକ ଡିସେମ୍ବର ୨୦ରୁ ଦିନରାତି ୨୪ ଘଣ୍ଟା କାମ କରୁଛି। ଜାନୁଆରୀ ୫ ତାରିଖ ଗୁଡ଼ିକ ସେଗୁଡ଼ିକ ଏମିତି ଭାବେ ଚାଲିବ। ଫଳରେ ପର୍ଯ୍ୟଟକମାନେ ଅସୁବିଧାର ସମ୍ମୁଖୀନ ହେବେ ନାହିଁ।

ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଇଁ ହିମାଚଳ ପ୍ରଦେଶରେ ପର୍ଯ୍ୟଟକଙ୍କ ଭିଡ଼ ଜମିଛି। ମୁଖ୍ୟମନ୍ତ୍ରୀ କହିଥିଲେ, ପର୍ଯ୍ୟଟକଙ୍କ ସୁବିଧା ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା କରିବେ। ଏହି ‘ୱିଣ୍ଟର କାର୍ନିଭାଲ’କୁ ପ୍ରତିବର୍ଷ ଶିମଲାରେ ଆୟୋଜନ କରାଯିବ। 

Advertisment
Himachal Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe