Advertisment

ଅଶ୍ଳୀଳ ଭିଡିଓ ମାମଲା: ଆସନ୍ତାକାଲି ଫେରୁଛନ୍ତି ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା

ଯୌନ ଉତ୍ପୀଡନ ମାମଲାରେ ଫଶିଥିବା କର୍ଣ୍ଣାଟକର ହସନ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଭାରତ ଫେରିବା ମାତ୍ରେ ତାଙ୍କୁ ଗିରଫ କରାଯିବ।

prajwal-revanna

prajwal-revanna

Advertisment

ଅଶ୍ଳୀଳ ଭିଡିଓ ଟେପ୍‌ ମାମଲାରେ ଅଭିଯୁକ୍ତ ଥିବା ନିଲମ୍ବିତ ଜେଡିଏସ୍‌ ନେତା ତଥା କର୍ଣ୍ଣାଟକ ସାଂସଦ ପ୍ରଜ୍ୱଳ ରେଭାନ୍ନା ଆସନ୍ତାକାଲି ଭାରତ ଫେରୁଛନ୍ତି। ମେ ୩୦ ତାରିଖରେ ଜର୍ମାନୀରୁ ସେ ବେଙ୍ଗାଲୁରୁ ଆସୁଛନ୍ତି ବୋଲି ପିଟିଆଇ ସରକାରୀ ସୂତ୍ରରୁ ପ୍ରକାଶ ପାଇଛି। ମେ ୩୧ ତାରିଖ ସକାଳେ ପ୍ରଜ୍ଜ୍ୱଳ ବେଙ୍ଗାଲୁରୁରେ ଅବତରଣ କରିବେ ବୋଲି କୁହାଯାଉଛି।

Advertisment

ସୂଚନା ମୁତାବକ, ଯୌନ ଉତ୍ପୀଡନ ମାମଲାରେ ଫଶିଥିବା କର୍ଣ୍ଣାଟକର ହସନ ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଭାରତ ଫେରିବା ମାତ୍ରେ ତାଙ୍କୁ ଗିରଫ କରାଯିବ। ଏଥିପାଇଁ ଏହି ମାମଲାର ଅନୁସନ୍ଧାନ କରୁଥିବା ସ୍ୱତନ୍ତ୍ର ଅନୁସନ୍ଧାନକାରୀ ଦଳ ତଥା ଏସ୍‌ଆଇଟି ଟିମ୍‌ କେମ୍ପେଗୋଡା ବିମାନବନ୍ଦରରେ ସଜାଗ ରହିଛନ୍ତି।

ସେକ୍ସ ସ୍କାଣ୍ଡାଲ ମାମଲାରେ ଦେଶ ଛାଡ଼ି ପଳାଇଥିବା ହାସନ ସାଂସଦ ପ୍ରଜ୍ୱଲ ରେଭାନ୍ନା ଦୁଇ ଦିନ ପୂର୍ବେ ଏକ ଭିଡିଓ ମେସେଜ୍‌ ସେୟାର କରିଥିଲେ। ଏଥିରେ ସେ ମେ' ୩୧ ତାରିଖ ପୂର୍ବାହ୍ନ ୧୦ଟାରେ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସଆଇଟି) ନିକଟରେ ହାଜର ହେବେ ଓ ତଦନ୍ତରେ ସହଯୋଗ କରିବେ ବୋଲି ବୟାନ ଜାରି କରିଥିଲେ।

Advertisment

କହିରଖୁ ଯେ, କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଏକ ସେକ୍ସ ଭିଡିଓ ଭାଇରାଲ ହୋଇଥିଲା। ସେ ୨୦୦୦ ମହିଳାଙ୍କ ଯୌନ ଉତ୍ପୀଡନ କରିଥିବା ଅଭିଯୋଗ ହୋଇଥିଲା। ଏହାପରେ ସେ ଦେଶ ଛାଡି ନିଜ ରାଜନୈତିକ ଭିସାକୁ ବ୍ୟବହାର କରି ଜର୍ମାନୀକୁ ଫେରାର ହୋଇଯାଇଥିଲେ।

ତାଙ୍କ ଘରେ କାମ କରୁଥିବା ଜଣେ ଘରୋଇ ସହକାରୀ ମଧ୍ୟ ପ୍ରଜ୍ଜ୍ୱଳ ରେଭାନ୍ନା ଓ ତାଙ୍କ ବାପା ଏଚ୍‌ଡି ରେଭାନ୍ନାଙ୍କ ବିରୋଧରେ ଯୌନ ଉତ୍ପୀଡନ ଅଭିଯୋଗ ଆଣିଥିଲେ। ଏହାପରେ ଏଚ୍‌ଡି ରେଭାନ୍ନାଙ୍କୁ ଗିରଫ କରାଯାଇଥିଲା। ସେପଟେ ସିବିଆଇ ଜରିଆରେ ଏସଆଇଟିର ଅନୁରୋଧ ପରେ ଇଣ୍ଟରପୋଲ ପ୍ରଜ୍ଜ୍ୱଳ କେଉଁଠାରେ ଅଛି ବୋଲି ସେ ସମ୍ପର୍କରେ ସୂଚନା ମାଗି ଏକ ବ୍ଲୁ କର୍ଣ୍ଣର ନୋଟିସ ଜାରି କରିଥିଲା।

Prajwal Revanna Prajwal Revanna Sex Scandal JDS MP
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe