Advertisment

ମଝି ଆକାଶରେ ଯାତ୍ରୀଙ୍କୁ ହୃଦଘାତ; ଅହମ୍ମଦାବାଦରୁ ଯାଇ କରାଚୀରେ ଲ୍ୟାଣ୍ଡ କଲା ବିମାନ

ମାତ୍ର ମଝି ଆକାଶରେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଲେ ଜଣେ ଯାତ୍ରୀ। ଜଣେ ୨୭ ବର୍ଷୀୟ ଯୁବକଙ୍କର ହେଲା ହୃଦଘାତ।

Flight

Flight

Advertisment

ଭାରତର ଅହମ୍ମଦାବାଦରୁ ଦୁବାଇ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା ବିମାନ । ମାତ୍ର ମଝି ଆକାଶରେ ହଠାତ୍‌ ଅସୁସ୍ଥ ହୋଇ ପଡ଼ିଲେ ଜଣେ ଯାତ୍ରୀ। ଜଣେ ୨୭ ବର୍ଷୀୟ ଯୁବକଙ୍କର ହେଲା ହୃଦଘାତ। ଫଳରେ ବିମାନଟିକୁ ପାକିସ୍ତାନର କରାଚୀରେ ଜରୁରୀ ଅବତରଣ କରିବାକୁ ପଡ଼ିଥିଲା।

Advertisment

ଏୟାରଲାଇନ୍ସ ମୁତାବକ, ସ୍ପାଇସଜେଟର ବୋଇଙ୍ଗ- ୭୩୭ ଫ୍ଲାଇଟ ଅହମ୍ମଦାବାଦରୁ ଦୁବାଇ ଅଭିମୁଖେ ଉଡ଼ାଣ ଆରମ୍ଭ କରିଥିଲା। ମାତ୍ର ବିମାନଟି ମଝି ଆକାଶରେ ଥିବା ବେଳେ ୨୭ ବର୍ଷୀୟ ଯାତ୍ରୀ ଧାରବାଲ ଦରମେଶଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏପରିକି ତୁରନ୍ତ ତାଙ୍କୁ ମେଡିକାଲ ଚିକିତ୍ସାର ଆବଶ୍ୟକତା ପଡ଼ିଥିଲା।

ଏହାପରେ ବିମାନଟିକୁ କରାଚୀସ୍ଥିତ ଜିନ୍ନା ଆନ୍ତରାଷ୍ଟ୍ରୀୟ ଏୟାରପୋର୍ଟରେ ଜରୁରୀ ଅବତରଣ କରାଯାଇଥିଲା। ସେଠାରେ ତୁରନ୍ତ ଯୁବକଙ୍କୁ ମେଡିକାଲ ସହାୟତା ଯୋଗାଇ ଦିଆଯିବାରୁ ସେ ସୁସ୍ଥ ଅନୁଭବ କରିଥିଲେ। ଏହାପରେ ବିମାନଟି ଉକ୍ତ ଯାତ୍ରୀଙ୍କୁ ଧରି ଗନ୍ତବ୍ୟ ସ୍ଥଳ ଅଭିମୁଖେ ଉଡ଼ାଣ ଭରିଥିଲା।

Advertisment

ଏହା ପୂର୍ବରୁ ନଭେମ୍ବର ୨୩ରେ ହାଇଦ୍ରାବାଦରୁ ଉଡ଼ାଣ ଆରମ୍ଭ କରିଥିବା ଏକ ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇ ଯାଇଥିଲା। ଏହାପରେ ପାକିସ୍ତାନର କରାଚୀରେ ବିମାନର ଆପାତକାଳୀନ ଲ୍ୟାଣ୍ଡିଙ୍ଗ କରାଯାଇଥିଲା। ମାତ୍ର ଯାତ୍ରୀଙ୍କୁ ହସ୍ପିଟାଲ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Hearth Attack Karachi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe