Advertisment

ଫୁଟବଲ୍‌ ଖେଳୁଥିଲେ ପିଲା, ଟିଣ ସେଡ୍‌ ପଡ଼ି ୮ ଗୁରୁତର

ସମସ୍ତ ପିଲା ନବମ ଏବଂ ଦଶମ ଶ୍ରେଣୀର ଛାତ୍ର ବୋଲି କୁହାଯାଉଛି।

Tin Shed Collapse

Tin Shed Collapse

Advertisment

ପଡ଼ିଆରେ ଫୁଟ୍‌ବଲ୍‌ ଖେଳୁଥିଲେ ପିଲା। ହଠାତ ଖସି ପଡ଼ିଲା ଟିଣ ସେଡ୍‌। ଏଥିରେ ୭ରୁ ୮ ଜଣ ପିଲା ଗୁରୁତର ହୋଇଛନ୍ତି। ସମସ୍ତଙ୍କୁ ଚିକିତ୍ସା ପାଇଁ ନିକଟସ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୁମ୍ବାଇର ଥାନେ ଅଞ୍ଚଳରେ ଘଟିଛି ଏଭଳି କିଛି ଘଟଣା।

Advertisment

ମୁମ୍ବାଇରେ ପହଞ୍ଚି ସାରିଛି ମୌସୁମୀ। ଏଠାକାର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି। ବର୍ଷା ହେତୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସେପଟେ ବର୍ଷା ଯୋଗୁ ଅନେକ ଦୁର୍ଘଟଣା ମଧ୍ୟ ଘଟୁଛି। ମୁମ୍ବାଇ ନିକଟସ୍ଥ ଥାନେରେ ପିଲାମାନେ ପ୍ରବଳ ବର୍ଷା ଭିତରେ ଫୁଟବଲ୍‌ ଖେଳୁଥିଲେ। ଏହି ସମୟରେ ବର୍ଷା ଓ ପବନ ଯୋଗୁ ଏକ ଟିଣ ସେଡ୍‌ ଖସି ପଡିଥିଲା। ଏହି ଦୁର୍ଘଟଣାରେ ୭ରୁ ୮ ଜଣ ପିଲା ଗୁରୁତର ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରି ନିଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଏହି ଦୁର୍ଘଟଣା ବେଳର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି, ଯେଉଁଥିରେ ବଡ ଟିଣ ସେଡ୍‌ ତଳେ ପଡିଥିବା ଦେଖିବାକୁ ମିଳିଛି। ଟିଣ ତଳେ ଫସି ରହିଥିବା ପିଲାଙ୍କୁ ପାଖରେ ଥିବା ଅନ୍ୟ ଖେଳାଳିମାନେ ବାହାରକୁ ଆଣିବାକୁ ଚେଷ୍ଟା କରୁଛନ୍ତି। ଅନ୍ୟ କିଛି ପିଲା ଆହତ ହୋଇଥିବା ମଧ୍ୟ ଭିଡିଓରେ ନଜର ଆସିଛନ୍ତି।

Advertisment

ସେପଟେ ଏହି ଘଟଣା ପରେ ଶିବସେନା ଏକନାଥ ସିନ୍ଧେ ଗୋଷ୍ଠୀର ବିଧାୟକ ପ୍ରତାମ ସରନାଏକ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଆହତମାନଙ୍କୁ ସହାୟତା କରିବାକୁ ଆଶ୍ୱାସନା ଦେଛନ୍ତି। ପ୍ରତାପ ସାରନାକ ଆହତମାନଙ୍କୁ ଡାକ୍ତରଖାନାରେ ଭେଟିଛନ୍ତି। ଆହତଙ୍କ ମଧ୍ୟରୁ ଅନେକ ପିଲାଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

୧୭ରୁ ୧୮ ପିଲା ଫୁଟବଲ ଖେଳିବାକୁ ଯାଇଥିଲେ। ପବନ ଯୋଗୁ ଅନ୍ୟ ଏକ ସୋସାଇଟି ବିଲ୍ଡିଂର ଏକ ଟିଣସେଡ୍‌ ଖସି ପିଲାମାନଙ୍କ ଉପରେ ପଡ଼ିଥିଲା ଏହି ସମସ୍ତ ପିଲା ନବମ ଏବଂ ଦଶମ ଶ୍ରେଣୀର ଛାତ୍ର ବୋଲି କୁହାଯାଉଛି।

Accident Mumbai Rain Tin Shed Collapse
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe