Advertisment

ବିବାହରେ ହେଲା ବିଳମ୍ବ, ଚାପୁଡ଼ା ମରାମରି ହେଲେ ବର କନିଆଁ

ଉଭୟ ବର କନିଆ ପରସ୍ପରକୁ ଚାପୁଡ଼ା ମାରିବାକୁ ପଛାଇଲେ ନାହିଁ । ଫଳରେ ସାତ ଜନ୍ମ ପାଇଁ ଆରମ୍ଭ ହେବାକୁ ଯାଉଥିବା ସମ୍ପର୍କ ସାମାନ୍ୟ କଥାରୁ ଅଟକିଗଲା ।

author-image
Niharika Rout
Marriage

Marriage

ବିବାହରେ ହୋଇଗଲା ସାମାନ୍ୟ ବିଳମ୍ବ । ଏହାକୁ କେନ୍ଦ୍ର କରି ମୁହାଁମୁହିଁ ହେଲେ ଉଭୟ ବର ଓ କନିଆ ପକ୍ଷ । ଏତିକିରେ ବିବାଦ ଛିଣ୍ଡି ନ ଥିବା ବେଳେ ମଣ୍ଡପ ଉପରେ ବି ଦେଖିବାକୁ ମିଳିଲା ରିଆକ୍ସନ । ଉଭୟ ବର କନିଆ ପରସ୍ପରକୁ ଚାପୁଡ଼ା ମାରିବାକୁ ପଛାଇଲେ ନାହିଁ । ଫଳରେ ସାତ ଜନ୍ମ ପାଇଁ ଆରମ୍ଭ ହେବାକୁ ଯାଉଥିବା ସମ୍ପର୍କ ସାମାନ୍ୟ କଥାରୁ ଅଟକିଗଲା । ଏହି ଘଟଣା ପରେ ବିବାହ ଭାଙ୍ଗି ଯାଇଥିବା ଜଣାଯାଇଛି। ଫଳରେ ବିନା କନିଆରେ ଫେରିଗଲେ ବର ଯାତ୍ରୀ ।

Advertisment

ଏପରି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶର ମେରଠର ଦୌରାଲା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି । ଉଭୟ ଯୁବକଯୁବତୀ ଦୀର୍ଘ ଦିନ ଧରି ପରସ୍ପରକୁ ଭଲ ପାଉଥିବା ବେଳେ ଶେଷରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିନିମନ୍ତେ ଗତକାଲି ଏହି ଯୋଡ଼ି ପ୍ରେମ ପକ୍ଷୀଙ୍କ ବିବାହ ବେଶ୍‌  ଧୁମଧାମରେ ଅନୁଷ୍ଠିତ ହୋଇଥିଲା।

ମାତ୍ର ବିବାହ ରୀତିନୀତିରେ ସାମାନ୍ୟ ବିଳମ୍ବ ହେବାରୁ ଘଟିଲା ମହାଭାରତ । ପ୍ରଥମେ ଉଭୟ ବରପକ୍ଷ ଓ କନିଆ ପକ୍ଷଙ୍କ ମଧ୍ୟରେ ତୁତୁମେଁମେଁ ଆରମ୍ଭ ହୋଇଥିଲା। ଏହାପରେ ହୋମ ନିଆଁ ନିକଟରେ ବସିଥିବା ଉଭୟ ବରକନିଆଁ ବି ତାତିଗଲେ । ସ୍ଥିତି ଏପରି ହେଲା ଯେ କନିଆଜଣକ ପ୍ରଥମେ ବର ଗାଲକୁ ଏକ ଶକ୍ତ ଚାପୁଡ଼ା ପକାଇଥିଲେ। ଏଥିରେ ଉତକ୍ଷିପ୍ତ ହୋଇ ପଡ଼ି ବରଜଣକ ବି କନିଆଁଙ୍କ ଗାଲରେ ଏକ ଚାପୁଡ଼ା ବସାଇଦେଲେ।

Advertisment

ଏହାପରେ ଉଭୟ ପକ୍ଷ ବିବାହ ପାଇଁ ଅସହମତି ପ୍ରକାଶ କରିଥିଲେ। ଖବର ପାଇ ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାଶୁଝା କରିଥିଲେ ବି ବିବାହ ପାଇଁ ସେମାନେ ରାଜି ହୋଇଥିଲେ। ଏହାପରେ ଆପୋଷ ସହମତିରେ ବିନା କନିଆରେ ବର ଫେରି ଯାଇଥିଲା।

Uttar Pradesh Marriage Tension Situation