Advertisment

ସହି ପାରିଲେନି ଭାରତର ପରାଜୟ, ଝୁଲି ପଡ଼ିଲେ ଯୁବକ

ଭାରତ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ରାହୁଲ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ପରିବାର ଲୋକେ କହିଛନ୍ତି।

Boy Committed suicide

Boy Committed suicide

Advertisment

ଗତକାଲି ଆଇସିସି ଓ୍ୱାର୍ଲ୍ଡକପ୍‌ର ଫାଇନାଲ ମ୍ୟାଚ୍‌ ଥିଲା। ଏଥିରେ ଭାରତର ପରାସ୍ତ ହୋଇଛି। ଭାରତ ବିଶ୍ୱକପ୍‌ ଫାଇନାଲ ହାରିବା ସମସ୍ତଙ୍କୁ ନିରାଶ କରିଛି। ଜଣେ ଯୁବକ ଭାରତର ପରାଜୟକୁ ସହ୍ୟ କରିପାରି ନାହାନ୍ତି। ଶେଷରେ ନିଜ ଜୀବନ ହାରି ଦେଇଛନ୍ତି।

Advertisment

ରାହୁଲ ଲୋହାର। ତାଙ୍କ ବୟସ ୨୩ ବର୍ଷ। ସେ ପଶ୍ଚିମବଙ୍ଗର ବାସିନ୍ଦା। ରାହୁଲ କ୍ରିକେଟର ଜଣେ ବଡ଼ ପ୍ରଶଂସକ ଥିଲେ। ତେବେ ଗତକାଲି ଓ୍ୱାର୍ଲ୍ଡ କପ୍‌ରେ ଭାରତ ହାରିବା ପରେ ସେ ଏହାକୁ ସହ୍ୟ କରି ପାରିନାହାନ୍ତି। ଡିପ୍ରେସନ ଯୋଗୁ ନିଜ ଘରେ ଫାଶୀ ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ଭାରତ ଅଷ୍ଟ୍ରେଲିଆ ଠାରୁ ହାରିବା ପରେ ରାହୁଲ ଆତ୍ମହତ୍ୟା କରିଥିବା ନେଇ ତାଙ୍କ ପରିବାର ଲୋକେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଓ୍ୱାର୍ଲ୍ଡ କପ୍‌-୨୦୨୩ ଫାଇନାଲ ମ୍ୟାଚ୍‌ରେ ଭାରତକୁ ୬ ଓ୍ୱିକେଟ୍‌ରେ ହରାଇଛି ଅଷ୍ଟ୍ରେଲିଆ। ଅଷ୍ଟ୍ରେଲିଆର ଟ୍ରାଭିସ୍‌ ହେଡ୍‌ ବେଶ୍‌ ଭଲ ପ୍ରଦର୍ଶନ କରିଥିଲେ। ସେ ୧୩୭ ରନ୍‌ କରିଥିଲେ। ଟ୍ରାଭିସ୍‌ ଲାଗି ହିଁ ଅଷ୍ଟ୍ରେଲିଆ ଟିମ୍‌ ମ୍ୟାଚ୍‌ ଜିତିବାରେ ସଫଳ ହୋଇଥିଲା।

Advertisment

ପ୍ରଥମେ ଟସ୍‌ ଜିତି ଅଷ୍ଟ୍ରେଲିଆ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଯାହା ଦଳ ପାଇଁ ସଠିକ୍‌ ପ୍ରମାଣିତ ହୋଇଥିଲା। ପ୍ରଥମ ୧୦ ଓଭର୍‌ରେ ଭାରତୀୟ ଟିମ୍‌ ୮୦ ରନ୍‌ କରିଥିଲେ। କିନ୍ତୁ ରୋହିତ ଶର୍ମା ଆଉଟ୍‌ ହେବା ପରେ ସବୁ କିଛି ବିଗିଡି ଯାଇଥିଲା।

India Vs Australia ICC Men’s Cricket World Cup 2023 Boy Suicide
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe