Advertisment

ବାହା ହେବାକୁ ମନା କରିବାରୁ ପ୍ରେମିକାକୁ ଘରୁ ଘୋଷାଡ଼ି ଆଣି ଛୁରାମାଡ଼

ଯୁବତୀଙ୍କୁ ତାଙ୍କ ଘରୁ ୨୦୦ ମିଟର ଯାଏଁ ଘୋଷାଡ଼ି ଆଣି ଏକ ଶୂନଶାନ ସ୍ଥାନରେ ନିର୍ମମ ଭାବେ ମାଡ ମାରିବା ସହ ବାରମ୍ବାର ଛୁରାମାଡ଼ କରିଥିଲା ପ୍ରେମିକ।

ଅଦ୍ୟତନ ହୋଇଛି
Knive

Knive

Advertisment

ବାହା ହେବାକୁ ମନା କଲା ପ୍ରେମିକା। ବାସ୍‌ ଏତିକିରେ ରାଗିଗଲା ପ୍ରେମିକ। ମୁଣ୍ଡ କାମ କଲାନି। ଭୁଲିଗଲା ହିତାହିତ ଜ୍ଞାନ। ରାଗରେ ପ୍ରେମିକାକୁ ଘରୁ ଘୋଷାଡି ଆଣି ବାରମ୍ବାର କଲା ଛୁରାମାଡ। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ଝାଡ଼ଖଣ୍ଡର ଦୁମକାରେ।

Advertisment

ଶନିବାର ସନ୍ଧ୍ୟାରେ ଦୁମକାର କାଠିକୁଣ୍ଡ ଅଞ୍ଚଳର ବାଘାଶୋଲ ଗାଁରେ ଅଭିଯୁକ୍ତ ଜଣକ ଏପରି କାଣ୍ଡ ଘଟାଇଛି। ପୁଲିସ ସୂଚନା ମୁତାବକ, ଯୁବତୀ ଜଣକ ନିଜ ସ୍ୱାମୀଙ୍କୁ ଛାଡପତ୍ର ଦେଇ ତାଙ୍କ ମା'ଙ୍କ ଘରେ ରହୁଥିଲେ। ଏହି ସମୟରେ ପଡ଼ୋଶୀ ଘରର ଯୁବକ ଫୁଲେଶ୍ୱର ମଣ୍ଡଳଙ୍କ ସହ ତାଙ୍କର ମିଳାମିଶା ବଢ଼ିଥିଲା। ପରେ ଉଭୟଙ୍କ ମଧ୍ୟରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ। ତେବେ ବେଶ୍‌ କିଛି ଦିନ ପରେ ଉଭୟଙ୍କ ମଧ୍ୟରେ କୌଣସି କଥାକୁ ନେଇ ବଚସା ହୋଇଥିଲା।  

କୁହାଯାଉଛି ଯେ, ଅଭିଯୁକ୍ତ ଉକ୍ତ ଯୁବତୀଙ୍କୁ ବିବାହ କରିବାକୁ ବାଧ୍ୟ କରୁଥିଲା। କିନ୍ତୁ ଯୁବତୀ ଜଣକ ଏଥିପାଇଁ ବାରମ୍ବାର ମନା କରି ଆସୁଥିଲେ। ଏହାରି ଭିତରେ ଯୁବତୀ ଜଣକ ଅଭିଯୁକ୍ତ ଫୁଲେଶ୍ୱର ସହ କଥା ହେବା ମଧ୍ୟ ବନ୍ଦ କରିଦେଇଥିଲେ। ଏହାକୁ ନେଇ ଯୁବକ ଜଣକ ରାଗି ଯାଇଥିଲା। ଗତ୍ ଶନିବାର ସେ ଯୁବତୀଙ୍କୁ ତାଙ୍କ ଘରୁ ୨୦୦ ମିଟର ଯାଏଁ ଘୋଷଡି ଆଣି ଏକ ଶୂନଶାନ ସ୍ଥାନରେ ନିର୍ମମ ଭାବେ ମାଡ଼ ମାରିବା ସହ ବାରମ୍ବାର ଛୁରାମାଡ଼ କରିଥିଲା। ଏଥିରେ ଯୁବତୀ ଜଣକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବା ମୁତାବକ, ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣାପରେ ଅଭିଯୁକ୍ତ ଓ ତାଙ୍କର ଜଣେ ସାଥୀ ଫେରାର ଥିବା ଜଣାପଡିଛି।

Advertisment

ପୁଲିସ ଏକ ମାମଲା ରୁଜୁ କରି ୨ ଅଭିଯୁକ୍ତଙ୍କ ସନ୍ଧାନ ଜାରି ରଖିଛି। ଅଭିଯୁକ୍ତଙ୍କ ମୋବାଇଲ୍‌ ଲୋକେସନ୍‌ ଟ୍ରାକ୍ ଚାଲିଛି। ଉଭୟଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ପୁଲିସ କହିଛି।

Crime Story
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe