Advertisment

ଦୁଷ୍ୟନ୍ତଙ୍କ ଚ୍ୟାଲେଞ୍ଜକୁ ଗ୍ରହଣ କଲେ ହରିଆଣା ବିଜେପି ସରକାର

ହରିଆଣା ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ବିଧାନସଭା ଅଧିବେଶନ ଡାକି ଫ୍ଲୋର ଟେଷ୍ଟ କରିବାକୁ ଜେଜେପି ନେତା ଦୁଷ୍ୟନ୍ତ ଚୌଟାଲା ଦାବି କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Dushyant-chautala and nayab singh saini

Dushyant-chautala and nayab singh saini

ହରିଆଣା ରାଜନୀତିରେ ଜାରି ରହିଛି ହଲଚଲ। ହରିଆଣାରେ ବିଜେପି ସରକାରଙ୍କ ଆସନ ଟଳମଳ ସ୍ଥିତିରେ ରହିଛି। କେଉଁ ମୁହୂର୍ତ୍ତରେ ମଧ୍ୟ ଏହା ଭାଙ୍ଗି ଯାଇପାରେ ବୋଲି କୁହାଯାଇଛି। ଏହାରି ଭିତରେ ଏହି ରାଜନୈତିକ ଯୁଦ୍ଧ ଏବେ ଦୁଷ୍ୟନ୍ତ ଚୌଟାଲା ବନାମ ନାୟବ ସିଂହ ସୈନି ପରିଣତ ହୋଇଛି। ବିଜେପି ନେତା ତଥା ହରିଆଣା ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନିଙ୍କୁ ଖୋଲାଖୋଲି ଫ୍ଲୋର ଟେଷ୍ଟ ପାଇଁ ଚ୍ୟାଲେଞ୍ଜ କରିଛନ୍ତି ଦୁଷ୍ୟନ୍ତ ଚୌଟାଲା। ଏନେଇ ସେ ରାଜ୍ୟପାଳଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି। ଏହାରି ଭିତରେ ହରିଆଣା ସରକାର ଦୁଷ୍ୟନ୍ତ ଚୌଟାଲାଙ୍କୁ ଚ୍ୟାଲେଞ୍ଜକୁ ଗ୍ରହଣ କରିଛନ୍ତି।

Advertisment

ମଙ୍ଗଳବାର ତିନିଜଣ ସ୍ୱାଧୀନ ବିଧାୟକ ସେମାନଙ୍କ ସମର୍ଥନ ପ୍ରତ୍ୟାହାର କରି ନେବା ପରେ ବିଜେପି ନେତୃତ୍ୱାଧୀନ ନାୟବ ସିଂହ ସୈନି ସରକାର ସଂଖ୍ୟା ଗରିଷ୍ଠତା ହରାଇଥିବା କୁହାଯାଇଛି। ଏହି ସମୟରେ ହରିଆଣା ସରକାରକୁ ହଟାଇବା ପାଇଁ ବାହାରୁ କଂଗ୍ରେସକୁ ସମର୍ଥନ କରିବାକୁ ଖୋଲାଖୋଲି ଘୋଷଣା କରିଛନ୍ତି ଜେଜେପିର ଦୁଷ୍ୟନ୍ତ ଚୌଟାଲା। ହରିଆଣା ରାଜ୍ୟପାଳଙ୍କୁ ଏକ ଚିଠି ଲେଖି ବିଧାନସଭା ଅଧିବେଶନ ଡାକି ଫ୍ଲୋର ଟେଷ୍ଟ କରିବାକୁ ସେ ଦାବି କରିଛନ୍ତି।

ସେ ନିଜ ଚିଠିରେ କହିଛନ୍ତି ଯେ ନାୟବ ସରକାରକୁ ଭାଙ୍ଗିବା ପାଇଁ ବିରୋଧୀ ଦଳ ପାଇଁ ତାଙ୍କର ସମ୍ପୂର୍ଣ୍ଣ ସମର୍ଥନ ରହିଛି। ଆମେ ବର୍ତ୍ତମାନର ସରକାରଙ୍କୁ ସମର୍ଥନ କରୁନାହୁଁ। ହରିଆଣାରେ ସରକାର ଗଠନ କରିବା ପାଇଁ ଅନ୍ୟ ଯେ କୌଣସି ଦଳକୁ ସମର୍ଥନ କରିବାକୁ ଆମର ଦ୍ୱାର ଖୋଲା ଅଛି। ୯୦ ଆସନ ବିଶିଷ୍ଟ ହରିଆଣା ବିଧାନସଭାରେ ବର୍ତ୍ତମାନ ୮୮ ଜଣ ବିଧାୟକ ଅଛନ୍ତି। ବିଜେପିରେ ୪୦ ଜଣ ବିଧାୟକ ଥିବା ବେଳେ କଂଗ୍ରେସରେ ୩୦ ଜଣ ବିଧାୟକ ଅଛନ୍ତି। ସେହିପରି ଜେଜେପିରେ ୬ଟି, HLOPA ଏବଂ INLD ରେ ଜଣେ ଲେଖାଏଁ ବିଧାୟକ ଅଛନ୍ତି। ତେଣୁ ବିଧାନସଭାରେ ଫ୍ଲୋର ଟେଷ୍ଟ ପାଇଁ ରାଜ୍ୟପାଳ ନାୟବ ସରକାରଙ୍କୁ ଡାକନ୍ତୁ ବୋଲି ଦୁଷ୍ୟନ୍ତ ଦାବି କରିଛନ୍ତି।

Advertisment

ସେପଟେ ହରିଆଣାର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଦୁଷ୍ୟନ୍ତ ଚୌଟାଲାଙ୍କ ସଂଖ୍ୟାଲଘୁ ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ନାୟବ ସିଂହ ସୈନି ପ୍ରତିକ୍ରିୟା ରଖିଛନ୍ତି। ସେ ତାଙ୍କ ଫ୍ଲୋର ଟେଷ୍ଟ ଚ୍ୟାଲେଞ୍ଜକୁ ଗ୍ରହଣ କରୁଥିବା କହିଛନ୍ତି। ସେ କହିଛନ୍ତି, ଆବଶ୍ୟକ ପଡିଲେ ଆମେ ପୁଣି ଆସ୍ଥା ଭୋଟ୍‌ ଜିତିବୁ। ଯେଉଁମାନେ ସରକାରଙ୍କ ପାଖରେ ସଂଖ୍ୟାଗିରଷ୍ଠତା ନଥିବା ଦାବି କରୁଛନ୍ତି, ସେମାନଙ୍କ ପାଖରେ ବିଧାୟକ ଅଛନ୍ତି କି ନାହିଁ ତାହା ଯାଞ୍ଚ କରିବା ଉଚିତ୍। ଆମ ପାଖରେ ଟ୍ରଷ୍ଟ ଭୋଟ୍ ଅଛି। ଯଦି ଏହାକୁ ପ୍ରମାଣ କରିବାକୁ ପଡେ ତେବେ ଏଥିପାଇଁ ମଧ୍ୟ ଆମେ ପ୍ରସ୍ତୁତ ବୋଲି କହିଛନ୍ତି।

Floor Test Haryana Political Crisis Nayab Singh Saini Dushyant Chautala