Advertisment

ଇ- ରିକ୍ସା ଗାଡ଼ିର ବ୍ୟାଟେରୀ ଫାଟିଲା, ଜଳିଗଲା ୫ ଗାଡ଼ି

ପଶ୍ଚିମବଙ୍ଗର ନଦିଆରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଆଜି ସକାଳୁ ଏକ ଇଲେକ୍ଟ୍ରି ରିକ୍ସା ଗାଡ଼ିର ବ୍ୟାଟେରୀ ଫାଟିବାରୁ ଆଖି ପିଛୁଳାକେ ଜାତୀୟ ରାଜପଥ ଉପରେ ୫ ଗାଡ଼ି ଜଳି ଯାଇଛି।

author-image
Niharika Rout
Fire In Truck

Fire In Truck

ପଶ୍ଚିମବଙ୍ଗର ନଦିଆରେ ଏକ ଭୟଙ୍କର ବିସ୍ଫୋରଣ ହୋଇଛି। ଆଜି ସକାଳୁ ଏକ ଇଲେକ୍ଟ୍ରି ରିକ୍ସା ଗାଡ଼ିର ବ୍ୟାଟେରୀ ଫାଟିବାରୁ ଆଖି ପିଛୁଳାକେ ଜାତୀୟ ରାଜପଥ ଉପରେ ୫ ଗାଡ଼ି ଜଳି ଯାଇଛି। ଏହି ବିସ୍ଫୋରଣରେ ଇଲେକ୍ଟ୍ରିରିକ୍ସା ଗାଡ଼ିର ଚାଳକ ଗୁରୁତର ହୋଇଛନ୍ତି। 

Advertisment

ଆଜି ସକାଳୁ ନଦିଆ ଜାତୀୟ ରାଜପଥ ଦେଇ ଏକ ଇଲେକ୍ଟ୍ରି ରିକ୍ସା ଗାଡ଼ିରେ ହଠାତ୍‌ ବିସ୍ଫୋରଣ ହୋଇଥିଲା।  ବିସ୍ଫୋରଣ ଏତେ ଜୋର ହୋଇଥିଲା ଯେ ଆଖି ପିଛୁଳାକେ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ଫଳରେ ଗାଡ଼ିରେ ଥିବା ଡ୍ରାଇଭର ବାହାରି ନ ପାରି ବହୁ ପରିମାଣରେ ଜଳି ଯାଇଥିଲେ।

ଉକ୍ତ ସମୟରେ ଜାତୀୟ ରାଜପଥରେ ଯାଉଥିବା ଟ୍ରକ୍, କାର ସମେତ ଆଉ ୫ଟି ଗାଡ଼ି ମଧ୍ୟ ଏହି ନିଆଁ ଦ୍ୱାରା କବଳିତ ହୋଇ ହୁତୁହୁତୁ ହୋଇ ଜଳି ଉଠିଥିଲା।ବିସ୍ଫୋରଣରେ ଗୁରୁତର ହୋଇଥିବା  ଇ- ରିକ୍ସା ଗାଡ଼ିର ଡ୍ରାଇଭର ଗୁରୁତର ଭାବେ ଆହତ ହୋଇଛନ୍ତି । ତାଙ୍କ ଶରୀର ବହୁ ମାତ୍ରାରେ ପୋଡ଼ି ଯାଇଛି । ଗୁରୁତର ଭାବେ ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ଶାନ୍ତିପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତାଙ୍କ ଅବସ୍ଥା ଏବେ ସଂକଟାପନ୍ନ ରହିଛି ।

Advertisment

ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଗାଡ଼ିରେ ଲାଗିଥିବା ନିଆଁକୁ ଆୟତ୍ତ କରିଛି। ଶାନ୍ତିପୁର ପୁଲିସ ଘଟଣାର ତଦନ୍ତ କରୁଛି । ଏହି ବିସ୍ଫୋରଣ ଯୋଗୁ ଜାତୀୟ ରାଜପଥରେ ବହୁ ସମୟ ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ନିଆଁ ଲିଭିବା ପରେ ପୁଲିସ୍‌ ତୁରନ୍ତ ଗାଡ଼ିଗୁଡ଼ିକୁ ହଟାଇବା ପରେ ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା।  

West Bengal Fire Accident