Advertisment

ଆଜି ପାକିସ୍ତାନ ଯିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର

ଦୀର୍ଘ ୯ ବର୍ଷ ପରେ ଏହା ହେବ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ପାକିସ୍ତାନ ଗସ୍ତ।

ଅଦ୍ୟତନ ହୋଇଛି
S Jaishankar

S Jaishankar

Advertisment

ପାକିସ୍ତାନ ଯିବେ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ଆଜି ପାକିସ୍ତାନରେ ଶାଙ୍ଘାଇ ସହଯୋଗ ସଂଗଠନ ବା ଏସ୍‌ସିଓ ସମ୍ମିଳନୀ ହେବାକୁ ଯାଉଛି। ଏହି ଶିଖର ସମ୍ମିଳନୀରେ ଜୟଶଙ୍କର ଯୋଗ ଦେବେ। ଏଥିପାଇଁ ସେ ଆଜି ଇସଲାମାବାଦରେ ପହଞ୍ଚିବେ। ଦୀର୍ଘ ୯ ବର୍ଷ ପରେ ଏହା ହେବ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ପାକିସ୍ତାନ ଗସ୍ତ।

Advertisment

ଦୀର୍ଘ ବର୍ଷ ଧରି ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ସମ୍ପର୍କରେ ଲାଗି ରହିଥିବା ଉତ୍ତେଜନା ମଧ୍ୟରେ ଏହା ହେଉଛି ଭାରତର ପ୍ରଥମ ଉଚ୍ଚସ୍ତରୀୟ ପାକିସ୍ତାନ ଗସ୍ତ। ଇସଲାମାବାଦରେ ପହଞ୍ଚିବା ପରେ ଜୟଶଙ୍କର ଏସସିଓ ସଦସ୍ୟ ଦେଶମାନଙ୍କୁ ସ୍ୱାଗତ କରିବା ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫଙ୍କ ଦ୍ୱାରା ଆୟୋଜିତ ଏକ ସମ୍ବର୍ଦ୍ଧନା ଉତ୍ସବରେ ଯୋଗଦେବେ। ଏଥିସହ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ସହ ସେ ରାତ୍ରୀ ଭୋଜନ କରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି।

ଗତ କିଛି ବର୍ଷ ଧରି ଦୁଇ ପଡୋଶୀ ଦେଶ ମଧ୍ୟରେ ଚାଲିଥିବା ତିକ୍ତତା ମଧ୍ୟରେ ଭାରତରୁ ପାକିସ୍ତାନକୁ ଏହା ପ୍ରଥମ ଉଚ୍ଚ ସ୍ତରୀୟ ଗସ୍ତ ହେବ।ଜୟଶଙ୍କରଙ୍କ ପାକିସ୍ତାନ ଗସ୍ତ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଜୟଶଙ୍କର ନିକଟରେ କହିଥିଲେ ଯେ, 'ଯେ କୌଣସି ପଡୋଶୀ ଦେଶ ପରି ଭାରତ ମଧ୍ୟ ପାକିସ୍ତାନ ସହ ଭଲ ସମ୍ପର୍କ ରିଖିବାକୁ ଚାହିଁବ। କିନ୍ତୁ, ସୀମା ଆତଙ୍କବାଦକୁ ଅଣଦେଖା କରି ଏହା କରାଯାଇପାରିବ ନାହିଁ।'

Advertisment

ପ୍ରାୟ ନଅ ବର୍ଷ ପରେ ପ୍ରଥମ ଥର ପାଇଁ ଭାରତର ବୈଦେଶିକ ମନ୍ତ୍ରୀ ପାକିସ୍ତାନ ଗସ୍ତ କରିବେ। ଜୟଶଙ୍କର ୨୪ ଘଣ୍ଟାରୁ ବି କମ୍ ସମୟ ପାକିସ୍ତାନରେ ରହିବେ। ଏହାପୂର୍ବରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଭାବେ ସୁଷମା ସ୍ୱରାଜ ଶେଷ ଥର ପାଇଁ ପାକିସ୍ତାନ ଗସ୍ତ କରିଥିଲେ। ୨୦୧୫ ଡିସେମ୍ବରରେ ଆଫଗାନିସ୍ତାନ ସମ୍ପର୍କିତ ଏକ ସମ୍ମିଳନୀରେ ଯୋଗଦେବା ପାଇଁ ସେ ଇସଲାମାବାଦ ଯାଇଥିଲେ।

SCO Summit 2024 Pakistan S Jaishankar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe