Advertisment

ମହାରାଷ୍ଟ୍ର ଲଢ଼େଇ: ୧୦୦ ଡେଇଁଲା ମହାୟୁତି, ୫୦ରେ ଅଟକିଛି MVA

ମହାରାଷ୍ଟ୍ରର ବର୍ଲି ଆସନରୁ ଶିବସେନା(ୟୁବିଟି)ର ଆଦିତ୍ୟ ଠାକରେ ଆଗୁଆ ଥିବା ବେଳେ ପଛରେ ଅଛନ୍ତି ଶିବସେନାର ମିଲିନ୍ଦ ଦେଓରା।

author-image
Madhupriya Mistry
Maharashtra Assembly Election

Maharashtra Assembly Election

ମହାରାଷ୍ଟ୍ରରୁ ଆସିଲା ପ୍ରାରମ୍ଭିକ ଟ୍ରେଣ୍ଡ। ଇଭିଏମ୍‌ ଖୋଲୁ ଖୋଲୁ ବଦଳି ଯାଇଛି ଖେଳ। ଚାଲିଛି କାଣ୍ଟେକା ଟକ୍କର। ସେଞ୍ଚୁରୀ ପାର୍‌ କରିଛି ଶାସକ ମହାୟୁତି। ପ୍ରାରମ୍ଭିକ ଟ୍ରେଣ୍ଡରେ ମହାୟୁତି ୧୦୦ ଡେଇଁ ଥିବା ବେଳେ ଏମ୍‌ଭିଏ ୫୦ରେ ଅଟକିଛି। ଇଭିଏମ୍‌ ରାଉଣ୍ଡରେ ଏନ୍‌ସିପିର ଅଜିତ ପାଓ୍ୱାର ଆଗୁଆ ଅଛନ୍ତି। ସେହିପରି ମହାରାଷ୍ଟ୍ରର ବର୍ଲି ଆସନରୁ ଶିବସେନା(ୟୁବିଟି)ର ଆଦିତ୍ୟ ଠାକରେ ଆଗୁଆ ଥିବା ବେଳେ ପଛରେ ଅଛନ୍ତି ଶିବସେନାର ମିଲିନ୍ଦ ଦେଓରା।   

Advertisment

ମହାରାଷ୍ଟ୍ର ନିର୍ବାଚନ ମୈଦାନରେ ବହୁ ହେଭିୱେଟ ନେତା ଅଛନ୍ତି। କୋପରୀ ପଚପୋଖଡିର ଆସନରୁ ଲଢୁଛନ୍ତି ଏକନାଥ ସିନ୍ଦେ, ସାଉଥ-ୱେଷ୍ଟ ନାଗପୁରରୁ ଦେବେନ୍ଦ୍ର ଫଡନାବିସ, ବାରାମତିରୁ ଏନସିପିରୁ ଅଜିତ ପାୱାର, ଓର୍ଲିରୁ ଉଦ୍ଧବ ଠାକରେଙ୍କ ଦଳରୁ ଆଦିତ୍ୟ ଠାକରେ, ଓର୍ଲିଂରୁ ଶିବସେନାରୁ ମିଲିନ୍ଦ ଦେଓରା, ସାକୋଲି ଆସନରୁ ଆଇଏନସିରୁ ନାନା ପାଟୋଲେ ଲଢୁଛନ୍ତି।

ମନଖୁର୍ଦ ଶିବାଜୀ ନଗରରୁ ଏନସିପିର ନୱାବ ମଲିକ, ୟେଭାଲାରୁ ଏନସିପିର ଛଗନ ଭୁଜବଲ ମୈଦାନରେ ଅଛନ୍ତି। ବିଜେପିର ଶ୍ରୀଜୟା ଅଶୋକ ଚଭନ ଭୋକାରରୁ ଏବଂ ରାହୁଲ ନର୍ଭେକର କୋଲାବାରୁ ଭାଗ୍ୟ ପରୀକ୍ଷା କରୁଛନ୍ତି। ଅମିତ ବିଲାସରାଓ ଦେଶମୁଖ ଲାତୁର ସିଟିରୁ କଂଗ୍ରେସର ପ୍ରାର୍ଥୀ ହୋଇଛନ୍ତି। ଜିଶାନ ସିଦ୍ଦିକି ବାନ୍ଦ୍ରା(ଇଷ୍ଟ)ରୁ ଏନସିପି ପକ୍ଷରୁ ଛିଡା ହୋଇଛନ୍ତି।

Advertisment

ମହାରାଷ୍ଟ୍ରରେ ମୁଖ୍ୟ ରୂପେ ଶାସକ ମେଣ୍ଟ ମହାୟୁତି ଓ ବିରୋଧୀ ମେଣ୍ଟ ମହାବିକାଶ ଅଘାଡି (ଏମ୍‌ଭିଏ) ମଧ୍ୟରେ ରହିଛି। ଗୋଟିଏ ପଟେ ମହାୟୁତିରେ ଭାରତୀୟ ଜନତା ପାର୍ଟି, ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ନେତୃତ୍ୱାଧୀନ ଶିବସେନା ଏବଂ ଡେପୁଟି ସିଏମ ଅଜିତ ପାୱାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି (ଏନସିପି) ସାମିଲ ଅଛି। ସେହିପରି ଅନ୍ୟପଟେ ଏମଭିଏର ମୁଖ୍ୟ ଦଳଗୁଡ଼ିକ ହେଉଛି ଉଦ୍ଧବ ଠାକରେଙ୍କ ଶିବସେନା (ୟୁବିଟି), ବରିଷ୍ଠ ନେତା ଶରଦ ପାୱାରଙ୍କ ଏନସିପି (ଏସପି) ଏବଂ କଂଗ୍ରେସ।

ମହାରାଷ୍ଟ୍ରରେ ୨୦୧୯ ବିଧାନସଭା ନିର୍ବାଚନ ବେଳେ ୨୮୮ ଆସନରୁ ବିଜେପି ୧୦୫, ଶିବସେନା ୫୬, ଏନସିପି ୫୪ ଓ କଂଗ୍ରେସ ଜିତିଥିଲା ୪୪ ସିଟ୍। ଅନ୍ୟାନ୍ୟ ୨୯ ସିଚରେ ବିଜୟୀ ହୋଇଥିଲେ।

MVA Maharashtra Assembly Election 2024 Result Mahayuti Alliance