Advertisment

‘ପୃଥିବୀ କେବଳ ମଣିଷର ନୁହେଁ, ଯେକୌଣସି ମୂଲ୍ୟ ଦେଇ ଜଙ୍ଗଲ ରକ୍ଷା କରିବାକୁ ପଡ଼ିବ’

‘ପୃଥିବୀ କେବଳ ମଣିଷର ନୁହେଁ। ଏହା ଉପରେ ମଣିଷ ସମେତ ଜୀବଜନ୍ତୁଙ୍କର ବି ଅଧିକାର ରହିଛି। ତେଣୁ ଯେକୌଣସି ମୂଲ୍ୟ ଦେଇ ବି ଆମକୁ ଜଙ୍ଗଲକୁ ରକ୍ଷା କରିବାକୁ ପଡ଼ିବ ।’

ଅଦ୍ୟତନ ହୋଇଛି
Supreme Court

Supreme Court

Advertisment

‘ପୃଥିବୀ କେବଳ ମଣିଷର ନୁହେଁ। ଏହା ଉପରେ ମଣିଷ ସମେତ ଜୀବଜନ୍ତୁଙ୍କର ବି ଅଧିକାର ରହିଛି। ତେଣୁ ଯେକୌଣସି ମୂଲ୍ୟ ଦେଇ ବି ଆମକୁ ଜଙ୍ଗଲକୁ ରକ୍ଷା କରିବାକୁ ପଡ଼ିବ ।’ ଏକ ମାମଲାର ଶୁଣାଣି କରି ଏପରି ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ।

Advertisment

ଆନ୍ଧ୍ର ପ୍ରଦେଶର ମହମ୍ମଦ ଅବଦୁଲ କ୍ୱାସିମ ନାମକ ବ୍ୟକ୍ତି ୧୯୮୦ ମସିହାରୁ ଏକ ଜଙ୍ଗଲ ଜମିକୁ ନିଜ ନାମରେ କରିବାକୁ ଚେଷ୍ଟା ଚଳାଇ ଆସିଛନ୍ତି। ତେଲେଙ୍ଗାନା ସରକାର ଏହି ମାମଲାରେ ବିବାଦୀୟ ପକ୍ଷ ନେଉଥିବାରୁ ସୁପ୍ରିମ କୋର୍ଟ ୫ ଲକ୍ଷର ଜରିମାନା ପକାଇଛନ୍ତି। ଜଷ୍ଟିସ୍‌ ଏମ୍‌ ଏମ୍‌ ସୁନ୍ଦ୍ରେଶ ଓ ଏସ୍‌ ଭି ଏନ୍‌ ଭାତିଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରି ତେଲେଙ୍ଗାନା ସରକାରଙ୍କ ଉପରେ ବର୍ଷିଥିଲେ।

ଏନେଇ ସୁପ୍ରିମକୋର୍ଟ ବିଚାରପତି କହିଛନ୍ତି, ପରିବେଶର ସୁରକ୍ଷା କରିବା ସହ ଆମେ ଜଙ୍ଗଲ ତଥା ଧରା ପୃଷ୍ଠରେ ଥିବା ଜୀବଜନ୍ତୁଙ୍କୁ ସୁରକ୍ଷା ଦେବାକୁ ବଦ୍ଧ ପରିକର ହେବା ଆବଶ୍ୟକ। ପାଣିପାଗ ପରିବର୍ତ୍ତନ ପରି ବଡ଼ ବିପଦରୁ ଦେଶ ତଥା ପୃଥିବୀକୁ ରକ୍ଷା କରିବା ନିମନ୍ତେ ଆମକୁ ଜଙ୍ଗଲକୁ ରକ୍ଷା କରିବାକୁ ପଡ଼ିବ। କାରଣ ସମସ୍ତଙ୍କର ବଞ୍ଚିବାର ଅଧିକାର ରହିଛି।

Advertisment

ପୂର୍ବରୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଜଙ୍ଗଲ ଜମି ଉପରେ ବ୍ୟକ୍ତିବିଶେଷଙ୍କୁ ଅଧିକାର ଦିଆଯାଇ ପାରିବନି ବୋଲି ହାଇକୋର୍ଟ ସ୍ପଷ୍ଟ ରାୟ ପ୍ରକାଶ କରିଥିଲେ। ଏହାପରେ ମହମ୍ମଦ ଅବଦୁଲ କ୍ୱାସିମ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏଥିସହ ସୁପ୍ରିମ କୋର୍ଟ କହିଛନ୍ତି, ଆମ ପରିବେଶର ସନ୍ତୁଳନ ବଜାୟ ରଖିବା ସହ, ଜଳ, ଜମି, ଜଙ୍ଗଲ, ଜୀବଜନ୍ତୁ ଆଦିକୁ ସୁରକ୍ଷା ଯୋଗାଇ ଦେବା ପ୍ରତି ନାଗରିକଙ୍କ ପ୍ରଥମ କର୍ତ୍ତବ୍ୟ ହେବା ଉଚିତ। କାରଣ ପୃଥିବୀ ମଣିଷର ନୁହେଁ, ବରଂ ମଣିଷ ପୃଥିବୀ ଅଧୀନରେ ଆସୁଛି ବୋଲି କହିଛନ୍ତି ସୁପ୍ରିମକୋର୍ଟ।

Supreme Court
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe