Advertisment

ଭୂକମ୍ପରେ ଦୋହଲିଲା ଗୁଜରାଟ

ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୦ ରେକର୍ଡ କରାଯାଇଛି।

undefined

Earthquake

Advertisment

ଭୂମିକମ୍ପରେ ଦୋହଲିଲା ଗୁଜରାଟ। ଗୁଜରାଟର କଛ ଅଞ୍ଚଳରେ ଆଜି ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଏହାର ପ୍ରଭାବ ଅନେକ କ୍ଷେତ୍ରରେ ଦେଖିବାକୁ ମିଳିଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୦ ରେକର୍ଡ କରାଯାଇଛି।

Advertisment

ଭୂକମ୍ପର କେନ୍ଦ୍ରସ୍ଥଳ ଭଚାଉ ଠାରୁ ଉତ୍ତର-ଉତ୍ତର-ପୂର୍ବରେ ୨୧ କିଲୋମିଟର ଦୂରରେ ଥିଲା। ଭୂକମ୍ପର ଝଟ୍‌କା ଅନୁଭୂତ ହେବା ମାତ୍ରେ ଲୋକେ ଭୟଭୀତ ହୋଇପଡିଥିଲେ। ସଙ୍ଗେ ସଙ୍ଗେ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ଭୂକମ୍ପ ଯୋଗୁ ଏଯାଏଁ କୌଣସି ପ୍ରକାରର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

ନିକଟରେ ଦିଲ୍ଲୀ-ଏନ୍‌ସିଆର୍‌, ପଞ୍ଜାବ ସମେତ ଚଣ୍ଡିଗଡ ଓ ଜମ୍ମୁକଶ୍ମୀର ଭୂକମ୍ପ ଯୋଗୁ ଦୋହଲି ଉଠିଥିଲା। ଏଠାରେ ଭୂକମ୍ପର ଝଟ୍‌କା ଦୀର୍ଘ ସମୟ ଯାଏଁ ଅନୁଭୂତ ହୋଇଥିଲା। ଭୂକମ୍ପ ଯୋଗୁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳି ଯାଇଥିଲା। ତୁରନ୍ତ ଲୋକେ ଘରୁ ଓ ଅଫିସ ବାହାରକୁ ଚାଲି ଆସିଥିଲେ। ଏହି ଭୂକମ୍ପର କେନ୍ଦ୍ରସ୍ଥଳର ଆଫଗାନିସ୍ତାନର ଫେଜାବାଦରେ ଥିଲା। ହିନ୍ଦୁକୁଶ ଅଞ୍ଚଳରେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୨ ରେକର୍ଡ କରାଯାଇଥିଲା।

Advertisment
Earthquake Gujarat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe