Advertisment

ବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଲ୍‌ କରିବା ପୂର୍ବରୁ ଭୂକମ୍ପ ଝଟକାରେ ଦୋହଲିଲା ଗୁଜରାଟ

ଆଜି କଚ୍ଛରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଅବଶ୍ୟ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରହିଛି। କିନ୍ତୁ ବାତ୍ୟା ପୂର୍ବରୁ ଏପରି ଝଟକା ସମସ୍ତଙ୍କୁ ଆତଙ୍କିତ କରିଛି।

author-image
Hemant Lenka
Cyclone

Cyclone

ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ବିପର୍ଯ୍ୟୟ ଆସନ୍ତାକାଲି ସନ୍ଧ୍ୟାରେ ଗୁଜରାଟର କଚ୍ଛରେ ଲ୍ୟାଣ୍ଡଫଲ କରିବ। ଏହାପୂର୍ବରୁ ଗୁଜରାଟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ମଧ୍ୟ ଆରମ୍ଭ ହୋଇଯାଇଛି। ଏସବୁ ଭିତରେ ଆଜି କଚ୍ଛରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଅବଶ୍ୟ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୫ ରହିଛି। କିନ୍ତୁ ବାତ୍ୟା ପୂର୍ବରୁ ଏପରି ଝଟକା ସମସ୍ତଙ୍କୁ ଆତଙ୍କିତ କରିଛି।

Advertisment

ଗାନ୍ଧିନଗରରେ ଥିବା ଇନଷ୍ଟିଚ୍ୟୁଟ ଅଫ ସେଇସମୋଲୋଜିକାଲ ରିସର୍ଚ୍ଚର ସୂଚନା ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ କଚ୍ଛ ଜିଲ୍ଲାର ଭାଚାଉ ଠାରୁ ୫ କିମି ଦୂର। ଭୂକମ୍ପ ଝଟକା ଅପରାହ୍ନ ୫.୦୫ରେ ଅନୁଭୂତ ହୋଇଛି। ଏହାର ତୀବ୍ରତା ୩.୫ ଥିବାରୁ ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇନାହିଁ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।

ଅନ୍ୟପକ୍ଷରେ ଅତି ଭୀଷଣ ବାତ୍ୟା ବିପର୍ଯ୍ୟୟକୁ ଦୃଷ୍ଟିରେ ରଖି ଭାରତୀୟ ପାଣିପାଗ ବିଭାଗ ସୌରାଷ୍ଟ୍ର, ଦ୍ୱାରକା ଓ କଚ୍ଛ ଉପକୂଳ ପାଇଁ ରେଡ ଆଲର୍ଟ ଜାରି କରିଛି। ଏଥିପାଇଁ ରାଜ୍ୟର ୮ଟି ଉପକୂଳବର୍ତ୍ତୀ ଜିଲ୍ଲାରୁ ପ୍ରାୟ ୫୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି।

Advertisment

ସ୍ଥିତିର ମୁକାବିଲା ପାଇଁ କଚ୍ଛରେ ୪ଟି, ରାଜକୋଟରେ ୩ଟି, ଦେବଭୂମି ଦ୍ୱାରକାରେ ୩ଟି, ଜାମନଗରରେ ୨ଟି, ପୋରବନ୍ଦର, ଜୁନାଗଡ଼, ଗିର ସୋମନାଥ, ମୋର୍ବି, ଭାଲସାଦ ଓ ଗାନ୍ଧିଗନଗରରେ ଗୋଟିଏ ଲେଖାଏ ଏନଡିଆରଏଫ ଟିମକୁ ମୁତୟନ କରାଯାଇଛି।

ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ୩ ସେନାର ବାହିନୀର ମୁଖ୍ୟମାନଙ୍କ ସହ କଥା ହେବା ସହ ସ୍ଥିତିର ସମୀକ୍ଷା କରିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ କଚ୍ଛ ଯାଇ ବିଭିନ୍ନ ହସ୍ପିଟାଲର ସ୍ଥିତି ପରଖିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଧ୍ୟ ସ୍ଥିତି ଉପରେ ନଜର ରଖିଛନ୍ତି।

Cyclone Disaster Management Cyclone Update Earthquake Gujarat