Advertisment

ଭୂମିକମ୍ପରେ ଥରିିଲା ଗୁଜରାଟ

ଭୂମିକମ୍ପ ପରେ ଲୋକେ ଘରୁ ବାହାରକୁ ଚାଲି ଆସିଛନ୍ତି। ଚାରିଆଡେ ଏକପ୍ରକାର ଆତଙ୍କ ଖେଳିଯାଇଛି।

author-image
Madhupriya Mistry
Earthquake

Earthquake

ଭୟଙ୍କର ଭୂମିକମ୍ପ। ଥରିଲା ଗୁଜରାଟ। ଆଜି ସକାଳୁ ଗୁଜରାଟର କଚ୍ଛରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି। ତେବେ ଏଥିରେ କାହାରି କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। 

Advertisment

ସୂଚନା ମୁତାବକ, ଭୂକମ୍ପର କେନ୍ଦ୍ରସ୍ଥଳ କଚ୍ଛର ଲଖପାତଠାରୁ ୬୨ କିଲୋମିଟର ଉତ୍ତର-ଉତ୍ତର ପୂର୍ବରେ ଥିଲା। ତେବେ ଭୂମିକମ୍ପ ପରେ ଲୋକେ ଘରୁ ବାହାରକୁ ଚାଲି ଆସିଛନ୍ତି। ଚାରିଆଡେ ଏକପ୍ରକାର ଆତଙ୍କ ଖେଳିଯାଇଛି।

ଏହାପୂର୍ବରୁ ରବିବାର ଦିନ ମଧ୍ୟ ଗୁଜରାଟର ରାଜକୋଟ୍‌ରେ ଭୂମିକମ୍ପର ଝଟ୍‌କା ଅନୁଭୂତ ହୋଇଥିଲା। ଅପରାହ୍ଣ ୩.୨୧ରେ ଏହି ଭୂକମ୍ପ ହୋଇଥିବା ବେଳେ ଏହାର ତୀବ୍ରତା ଥିଲା ୪.୩ । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏନେଇ ଟ୍ୱିଟ୍ କରି ସୂଚନା ଦେଇଥିଲା। ରାଜକୋଟର ଉତ୍ତର ପଶ୍ଚିମ ଠାରୁ ପ୍ରାୟ ୨୭୦ କିଲୋମିଟର ଦୂରରେ ଏହାର କେନ୍ଦ୍ର ସ୍ଥଳ ଥିଲା। 

Advertisment

ସେହିପରି ଗତ ସପ୍ତାହରେ ଗୁଜରାଟର ଅମରୋଲି ଜିଲ୍ଲାରେ ଦୁଇ ଦିନରେ ତିନି ଥର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। 

Earthquake Gujarat