/odisha-reporter/media/post_attachments/uploadimage/library/16_9/16_9_0/IMAGE_1697262526.jpg)
earthquake in kutch
ଆଜି ଭାରତ ପାକିସ୍ତାନ ମଧ୍ୟରେ ହେବେ ହାଇଭୋଲଟେଜ ଲଢ଼େଇ। ଗୁଜରାଟର ଅହମ୍ମଦାବାଦ ଷ୍ଟାଡିୟମରେ ଏହି ମ୍ୟାଚ୍ ଅନୁଷ୍ଟିତ ହେବ। ତେବେ ଏହି ମ୍ୟାଚ୍ ପୂର୍ବରୁ ଭୂମିକମ୍ପରେ ଥରିଛି ଗୁଜରାଟ। କଚ୍ଛରେ ଆଜି ସକାଳୁ ଭୂମିକମ୍ପ ଝଟ୍କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୨.୬ ରେକର୍ଡ କରାଯାଇଛି।
Advertisment
ଭୂମିକମ୍ପ ପରେ ଲୋକେ ଭୟରେ ଘର ବାହାରକୁ ଚାଲି ଆସିଛନ୍ତି। ତେବେ ଭୂମିକମ୍ପର ତୀବୟତା କମ୍ ଥିବାରୁ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। କଚ୍ଛର ଖାବଡାରୁ ୧୭ କିଲୋମିଟର ଦୂରରେ ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଥିଲା।
ଏହାପୂର୍ବରୁ ସେପ୍ଟେମ୍ବର ୧ ତାରିଖ ବିଳମ୍ବିତ ରାତିରେ ଏକ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସେକ୍ଲରେ ୪.୫ ରେକର୍ଡ କରାଯାଇଥିଲା। ଏହାର କେନ୍ଦ୍ର ଦୁଧାଇଠାରୁ ୧୫କିଲୋମିଟର ଦୂରରେ ଥିଲା। ଏଥି ସହିତ ଦୁଧାଇରେ ମଧ୍ୟ ୩.୩ ତୀବ୍ରତାର ଏକ ଭୂକମ୍ପ ଘଟିଥିଲା।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
