/odisha-reporter/media/post_attachments/uploadimage/library/16_9/16_9_0/Guwahati_1757853874.jpg)
Guwahati
ଆସାମର ଗୌହାଟୀରେ ଆଜି ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ରିକ୍ଟରସ୍କେଲରେ ୫.୮ ରହିଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଉଦଲଗୁରୀ ଜିଲ୍ଲା। ଭୂପୃଷ୍ଠରୁ ମାତ୍ର ୫ କିମି ଗଭୀରତାରେ ଏହି ଭୂକମ୍ପ ସୃଷ୍ଟି ହୋଇଥିଲା।
ଗୌହାଟୀ ସହିତ ପଶ୍ଚିମବଙ୍ଗର ଉତ୍ତର ଭାଗ ଓ ଭୁଟାନର କିଛି ଅଞ୍ଚଳରେ ଅନୁଭୂତ ହୋଇଥିଲା। ଏହି ଭୂକମ୍ପ ଯୋଗୁ ଗୌହାଟୀରେ କିଛି କ୍ଷୟକ୍ଷତି ହୋଇଥିବା ନେଇ କୌଣସି ରିପୋର୍ଟ ଆସିନାହିଁ।
ଦେଶର ଉତ୍ତରପୂର୍ବ ରାଜ୍ୟଗୁଡ଼ିକ ଭୂକମ୍ପପ୍ରବଣ ଅଞ୍ଚଳରେ ଯାଉଛନ୍ତି। ତେଣୁ ଏହି ଅଞ୍ଚଳରେ ଅଧିକ ଭୂକମ୍ପ ଝଟକା ଅନୁଭୂତ ହୋଇଥାଏ।
ଏହା ପୂର୍ବରୁ ସେପ୍ଟେମ୍ବର ୨ ତାରିଖରେ ଆସାମର ସୋନିତପୁରରେ ଭୂକମ୍ପ ହୋଇଥିଲା। ଏହାର ତୀବ୍ରତା ରିକ୍ଟରସ୍କେଲରେ ୩.୫ ରହିଥିଲା।
ଆଜି ଗୌହାଟୀରେ ଭୂକମ୍ପ ଅନୁଭୂତ ହେବା ପରେ ସୋଶାଲ ମିଡିଆରେ ଏହା ଟ୍ରେଣ୍ଡ କରିଥିଲା। ଲୋକେ ସେମାନଙ୍କ ଅନୁଭୂତିକୁ ଏଥିରେ ଶେଆର କରିଥିଲେ। ଭୂପେନ କୁମାର ବୋରା ତାଙ୍କ ଏକ୍ସରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭୂକମ୍ପ ପ୍ରଭାବରେ ଘରେ କୁଣ୍ଡରେ ଥିବା ଏକ ବୃକ୍ଷ ଦୋହଲୁ ଥିବା ଦେଖିବାକୁ ମିଳିଥିଲା।
An earthquake struck Guwahati today. Sharing a glimpse from my residence — this flower tub alone is enough to show how powerful the tremors were. pic.twitter.com/fAviob2tzz
— Bhupen kumar Borah (@BhupenKBorah) September 14, 2025
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
