ଥରିଲା କଶ୍ମୀର ଘାଟି। ବ୍ୟାକ୍ ଟୁ ବ୍ୟାକ୍ ଅନୁଭୂତ ହେଲା ଭୂମିକମ୍ପ ଝଟ୍କା। ଆଜି ସାକଳୁ ଜମ୍ମୁ କଶ୍ମୀରର ପୁଞ୍ଚ ଓ ବାରାମୁଲା ଅଞ୍ଚଳରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ଫଳରେ ଲୋକେ ଭୟଭୀତ ହୋଇପଡିଛନ୍ତି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଛି। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ।
ସୂଚନା ମୁତାବକ, ଆଜି ବାରାମୁଲାରେ ସକାଳ ୬.୪୫ମିନିଟ୍ରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ ବାରାମୁଲା ଠାରୁ ୭୪ କିଲୋମିଟର ଦୂରରେ ଭୂମି ତଳେ ପାଞ୍ଚ କିଲୋମିଟର ଗଭୀରତାରେ ଥିଲା। ଏହାର ତୀବ୍ରତା ୪.୯ ରେକର୍ଡ କରାଯାଇଥିଲା। ଦ୍ୱିତୀୟ ଭୂକମ୍ପ ୬.୫୨ ମିନିଟରେ ହୋଇଥିଲା। ଏହାର କେନ୍ଦ୍ର ମଧ୍ୟ ବାରାମୁଲା ଠାରୁ ୭୪ କିଲୋମିଟର ଦୂରରେ ଥିଲା। ଏହାର ତୀବ୍ରତା ୪.୮ ରେ ରେକର୍ଡ କରାଯାଇଥିଲା।
ତେବେ ଦୁଇ ଦୁଇ ଥର ଭୂମିକମ୍ପ ଝଟ୍କା ଅନୁଭୂତ କରିବା ପରେ ଲୋକେ ଭୟଭୀତ ହୋଇପଡିଛନ୍ତି। ପୁଞ୍ଚ, ବାରାମୁଲା ସମେତ କୁପୱାଡାର ଆଖପାଖ ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଏହି କାରଣରୁ ଅନେକ ଲୋକ ଭୟଭୀତ ହୋଇ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ସୂଚନା ମୁତାବକ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନାହିଁ।
#WATCH | An earthquake of magnitude 4.9 on the Richter Scale struck Jammu and Kashmir
— ANI (@ANI) August 20, 2024
(Visuals from Poonch) https://t.co/EiP0pdpmmW pic.twitter.com/6kVyRwGtET