Advertisment

ଭୂମିକମ୍ପ ଝଟକାରେ ଦୋହଲିଲା ସିକିମ, ଲୋକେ ଭୟଭୀତ

ସକାଳ ୬ଟା ୫୭ ମିନିଟ୍‌ରେ ସିକିମରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି।

author-image
Niharika Rout
EarthQuack

EarthQuack

ଆଜି ଭୋରୁ ଭୋରୁ ଭୂମିକମ୍ପ ଝଟକାରେ ଦୋହଲିଛି ସିକିମ। ସକାଳ ୬ଟା ୫୭ ମିନିଟ୍‌ରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ରେକର୍ଡ କରାଯାଇଛି। ତେବେ ଏହା ପ୍ରଭାବରେ ଜନଜୀବନ କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିପାରିନି।

Advertisment

ଭୂମିକମ୍ପର କେନ୍ଦ୍ର ସିକିମ ହିଁ ଥିଲା। ଏହାର ପ୍ରଭାବ ବିହାର ଓ ପଶ୍ଚିମବଙ୍ଗରେ ବି ଅନୁଭୂତ ହୋଇଛି। ଏଥିସହ ନେପାଳ ଓ ଭୁଟାନରେ ବି ଏହାର ଝଟକା ଅନୁଭୂତ ହୋଇଛି। ମାତ୍ର ଏହି ଭୂମିକମ୍ପର ତୀବ୍ରତା ବେଶି ନ ଥିବାରୁ କ୍ଷୟକ୍ଷତିର କୌଣସି ସୂଚନା ମିଳିନି।

ତେବେ ପାହାଡ଼ିଆ ଅଞ୍ଚଳରେ ଭୂମିକମ୍ପ ଝଟକା ଅନୁଭୂତ ହେଲେ ଭୂସ୍ଖଳନ ହେବାର ଆଶଙ୍କା ଅଧିକ ଥାଏ। ଏପରି ହେଲେ ବହୁ ଲୋକଙ୍କ ଜୀବନହାନୀ ହେବା ସହ ପ୍ରଭୂତ କ୍ଷୟକ୍ଷତି ହେବାର ବି ଆଶଙ୍କା ରହିଛି।

Advertisment

ପ୍ରତିବର୍ଷ ସମଗ୍ର ବିଶ୍ୱରେ ପ୍ରାୟ ୨୦ ହଜାରରୁ ଅଧିକ ଭୂମିକମ୍ପ ଝଟକା ଅନୁଭୂତ ହୋଇଥାଏ। ତେବେ ସେଥିରେ କେବଳ ଶହେ ଏପରି ଭୂମିକମ୍ ଥାଏ ଯାହାର ଭୟାବହତା ଲୋକଙ୍କୁ ଭୋଗିବାକୁ ପଡ଼ିଥାଏ।

Earthquake Sikkim