/odisha-reporter/media/post_attachments/uploadimage/library/16_9/16_9_0/IMAGE_1696257442.jpg)
Earth quack
ଭୂକମ୍ପ ଝଟକାରେ ଥରିଛି ମେଘାଳୟ। ସନ୍ଧ୍ୟା ପ୍ରାୟ ୬.୧୫ରେ ଅନୁଭୂତ ହୋଇଥିବା ଏହି ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୨ ରହିଛି। ଏହାର କେନ୍ଦ୍ରସ୍ଥଳ ରାଜ୍ୟର ଉତ୍ତର ଗାରୋ ହିଲ୍ସରେ ବୋଲି ନ୍ୟାଶନାଲ ସେଣ୍ଟର ଫର ସେଇସମୋଲୋଜି ପକ୍ଷରୁ କୁହାଯାଇଛି।
Advertisment
ସଂସ୍ଥା କହିଛି ଯେ ଭୂପୃଷ୍ଠରୁ ୧୦ କିମି ଗଭୀରରରେ ଏହା ସୃଷ୍ଟି ହୋଇଥିଲା। ମେଘାଳୟରେ ସବୁଠାରୁ ଅଧିକ ତୀବ୍ରତାର ଝଟକା ଅନୁଭବ ହୋଇଛି। ଏହାବାଦ ପଶ୍ଚିମବଙ୍ଗ ଓ ଆସାମର କିଛି ସ୍ଥାନରେ ମଧ୍ୟ ଲୋକମାନେ ଝଟକା ଅନୁଭବ କରିଛନ୍ତି।
ଭୂକମ୍ପ ଯୋଗୁ କ’ଣ ସବୁ କ୍ଷୟକ୍ଷତି ହୋଇଛି, ସେକଥା ଜଣାପଡ଼ିନି। କିନ୍ତୁ ଝଟକା ପରା ଲୋକମାନେ ଖୋଲା ସ୍ଥାନକୁ ଆସି ବେଶ କିଛି ସମୟ ଆଶ୍ରୟ ନେଇଥିବା ଦେଖିବାକୁ ମିଳିଛି।
Advertisment
ରବିବାର ହରିୟାଣାର କିଛି ସ୍ଥାନରେ ସ୍ୱଳ୍ପଧରଣର ଭୂକମ୍ପ ଦେଖାଯାଇଥିଲା। ଦିନ ପ୍ରାୟ ୧୧.୨୬ରେ ୨.୬ ତୀବ୍ରତାର ଭୂକମ୍ପ ସୃଷ୍ଟି ହୋଇଥିଲା। ଏହାର କେନ୍ଦ୍ର ସ୍ଥଳ ରୋହତକ ଠାରୁ ୭ କିମି ଦୂର ବୋଲି ଜଣାପଡ଼ିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
