Advertisment

ଥରିଲା କାର୍ଗିଲ, ଲୋକେ ଆତଙ୍କିତ

କାର୍ଗିଲରେ ଭୂକମ୍ପର କେନ୍ଦ୍ର ସ୍ଥଳ ଥିବା ବେଳେ ଉତ୍ତର ଉତ୍ତର ଭାରତର କିଛି ସ୍ଥାନ ଓ ପାକିସ୍ତାନରେ ମଧ୍ୟ ଝଟକା ଅନୁଭୂତ ହୋଇଛି।

author-image
Hemant Lenka
Earth quack

Earth quack

ବଡ଼ଧରଣର ଭୂକମ୍ପ ଝଟକାରେ ଥରିଛି ଲଦାଖର କାର୍ଗିଲ। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ କରାଯାଇଛି। କାର୍ଗିଲରେ ଭୂକମ୍ପର କେନ୍ଦ୍ର ସ୍ଥଳ ଥିବା ବେଳେ ଉତ୍ତର ଉତ୍ତର ଭାରତର କିଛି ସ୍ଥାନ ଓ ପାକିସ୍ତାନରେ ମଧ୍ୟ ଝଟକା ଅନୁଭୂତ ହୋଇଛି।

Advertisment

ନ୍ୟାଶନାଲ ସେଣ୍ଟର ଫର ସେଇସମୋଲୋଜି କହିଛି ଯେ ଭାରତୀୟ ସମୟ ୩.୪୮ ମିନିଟରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ଭୂପୃଷ୍ଠରୁ ୧୦ କିମି ଗଭୀରରେ ଏହା ସୃଷ୍ଟି ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୫ ରେକର୍ଡ କରାଯାଇଛି।

ଭୂକମ୍ପ ଝଟକା ଲୋକମାନେ ଅନୁଭବ କରିଥିଲେ ହେଁ କ୍ଷୟକ୍ଷତି ସମ୍ପର୍କରେ ବିସ୍ତୃତ ସୂଚନା ମିଳିନାହିଁ। ସେହିପରି ଝଟକା ଅନୁଭଭୂତ ହୋଇଥିବା ସ୍ଥାନରେ ଲୋକମାନେ ବେଶ କିଛି ସମୟ ପାଇଁ ଆତଙ୍କିତ ହୋଇଯାଇଥିଲେ। ସେମାନେ ଘର ଓ ଅଫିସ ଛାଡ଼ି ଖୋଲା ସ୍ଥାନକୁ ଚାଲି ଆସିଥିଲେ।

Advertisment

କେବଳ ଭାରତ ନୁହେଁ, ପଡ଼ୋଶୀ ପାକିସ୍ତାନର ଇସଲାମାବାଦରେ ମଧ୍ୟ ଝଟକା ଅନୁଭବ ହୋଇଛି। ସେଠାରେ ମଧ୍ୟ ଲୋକମାନେ ଝଟକା ପରେ ଆତଙ୍କିତ ହୋଇ ଯାଇଥିଲେ। କାରଣ ଆଜି ସକାଳେ ପାକିସ୍ତାନରେ ୪ ତୀବ୍ରତାର ଝଟକା ଅନୁଭୂତ ହୋଇଥିଲା। ଅବଶ୍ୟ ଏଥିରେ କୌଣସି ପ୍ରକାରର କ୍ଷୟକ୍ଷତି ହୋଇ ନଥିଲା।

Earthquake