Advertisment

ଭୂକମ୍ପ ଝଟକା ଥରିଲା ରାଜଧାନୀ

ପାକିସ୍ତାନ ଓ ଭାରତର ବିଭିନ୍ନ ସ୍ଥାନରେ ଝଟକା ଅନୁଭବ ହୋଇଥିଲେ ହେଁ ଏଯାଏ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

author-image
Hemant Lenka
EarthQuack

EarthQuack

ମଧ୍ୟମଧରଣର ଭୂକମ୍ପ ଝଟକାରେ ଥରିଛି ରାଜଧାନୀ ଦିଲ୍ଲୀ। ପାକିସ୍ତାନରେ ହୋଇଥିବା ୫.୮ ତୀବ୍ରତାର ଭୂକମ୍ପ ଝଟକା ପ୍ରଭାବ ଭାରତର ରାଜଧାନୀ ଦିଲ୍ଲୀରେ ଅନୁଭୂତ ହୋଇଛି। ଦିଲ୍ଲୀ ସମେତ ଉତ୍ତର ଭାରତର ବିଭିନ୍ନ ରାଜ୍ୟରେ ଲୋକମାନେ ଝଟକା ଅନୁଭବ କରିଛନ୍ତି। ଏନେଇ National Center for Seismology ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ସଂସ୍ଥା କହିଛି ଯେ ଭୂକମ୍ପର କେନ୍ଦ୍ର ସ୍ଥଳ ପାକିସ୍ତାନର କାରୋର ଠାରୁ ୨୫ କିମି ଦୂର। ଏହା ଭୂପୃଷ୍ଠରୁ ୧୦ କିମି ଗଭୀରରେ ସୃଷ୍ଟି ହୋଇଥିଲା। ଏହାର ଝଟକା ଇସଲାମାବାଦ ଓ ଲାହୋର ସମେତ ପାକିସ୍ତାନର ଅନେକ ସହରରେ ଅନୁଭୂତ ହୋଇଛି। ଏହାବାଦ ଭାରତର ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ ଓ ଜମ୍ମୁ-କଶ୍ମୀରରେ ମଧ୍ୟ ଲୋକମାନେ ଛୋଟ ଧରଣର ଝଟକା ଅନୁଭବ କରିଛନ୍ତି।

Advertisment

ପାକିସ୍ତାନ ଓ ଭାରତର ବିଭିନ୍ନ ସ୍ଥାନରେ ଝଟକା ଅନୁଭବ ହୋଇଥିଲେ ହେଁ ଏଯାଏ କ୍ଷୟକ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। କିନ୍ତୁ ଭୂକମ୍ପ ପରେ ଲୋକମାନେ ବେଶ କିଛି ସମୟ ଖୋଲା ସ୍ଥାନରେ ଆଶ୍ରୟ ନେଇଥିଲେ।

ସେହିପରି ସୋଶାଲ ମିଡିଆରେ ମଧ୍ୟ ଅନେକ ଲୋକ ଭୂକମ୍ପ ଝଟକା ଅନୁଭବ କରିଥିବାର ସୂଚନା ଦେବାରେ ଲାଗିଛନ୍ତି।

Pakistan Delhi Earthquake