Advertisment

ଭୂକମ୍ପରେ ଥରିଲା ଆସାମ, ତୀବ୍ରତା ୪

ଆସାମର ନଗାଓଁରେ ଭୂମିକମ୍ପ ଅନୂଭୁତ ହୋଇଛି।

author-image
Tapas Behera
undefined

earthquake

ଭୂକମ୍ପରେ ଥରିଲା ଆସାମ। ଆସାମର ନଗାଓଁରେ ଭୂମିକମ୍ପ ଅନୂଭୁତ ହୋଇଛି। ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪ ରେକର୍ଡ଼ କରାଯାଇଛି । ତେବେ ଭୂକମ୍ପ କାରଣରୁ କ୍ଷୟକ୍ଷତିର ରିପୋର୍ଟ ଜଣାପଡ଼ି ନାହିଁ। ଆଜି ଅପରାହ୍ନ ୪.୧୮ ସମୟରେ ଏହି ଭୂକମ୍ପ ହୋଇଥିବା ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ କହାଯାଇଛି। ନ୍ୟାସନାଲ ସେଣ୍ଟର ଫର୍ ସେସମୋଲୋଜି ପକ୍ଷରୁ ଟ୍ୱିଟ କରି ଅସାମର ନଗାଓଁରେ ଫେବ୍ରୁଆରି ୧୨ରେ ଭୂମିକମ୍ପ ହୋଇଥିବା କୁହାଯାଇଛି। ଏହାର ଗୋଟିଏ ଦିନ ପୂର୍ବରୁ ଗୁଜରାଟର ସୁରଟ ଜିଲ୍ଲାରେ ୩.୮ତୀବ୍ରତାର ଭୂକମ୍ପ ହୋଇଥିଲା। ଏହି ଭୂକମ୍ପ ମଧ୍ୟରାତ୍ରୀ ୧୨.୫୨ ରେ ହୋଇଥିଲା।

Advertisment

ଅନ୍ୟପଟେ ତୁର୍କୀ ଓ ସିରିଆରେ ସଂଘଠିତ ଶକ୍ତିଶାଳୀ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଯାଇପାରେ ବୋଲି ଜାତିସଂଘ ରିଲିଫ୍‌ ମୁଖ୍ୟ ମାର୍ଟିନ୍‌ ଗ୍ରିଫିଥ୍‌ସ୍‌ କହିଛନ୍ତି। ଭୂକମ୍ପର ୬ ଦିନ ପରେ ଏବେ ବି ଉଦ୍ଧାର କାର୍ଯ୍ୟଜାରୀ ରହିଛି। ଭୂକମ୍ପରେ ଭାଙ୍ଗିପଡିଥିବା ନିର୍ମାଣର ଭଗ୍ନାଂଶ ତଳୁ ଲୋକଙ୍କୁ ଉଦ୍ଧାର କରାଯାଉଥିବା ବେଳେ ଆହୁରି ବହୁ ସଂଖ୍ୟାରେ ଲୋକମାନେ ଫସି ରହିଥିବା ଆଶଙ୍କା କରାଯାଉଛି। ତେଣୁ ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢିବାର ଆଶଙ୍କାକୁ ଏଡାଇ ଦିଆଯାଇପାରିନି। ବିଶେଷକରି ଭୂକମ୍ପର କେନ୍ଦ୍ରସ୍ଥଳ ତଥା ତୁର୍କୀର କାରାମାନମରାସ୍‌ ସହର ଧ୍ୱଂସସ୍ତୁପରେ ପରିଣତ ହୋଇଥିବାରୁ ସର୍ବାଧିକ ଲୋକ ଏହି ଅଞ୍ଚଳରେ ଫସି ରହିଥିବା ଆଶଙ୍କା କରାଯାଉଛି।

ଭୂମିକମ୍ପର ଉତ୍ପତ୍ତିସ୍ଥଳ ତୁର୍କୀର ଦକ୍ଷିଣାଞ୍ଚଳ ନଗରୀ କାରାମାନମରାସ୍‌ରେ ପହଞ୍ଚିବା ପରେ ଜାତିସଂଘ ରିଲିଫ୍‌ ମୁଖ୍ୟ ମାର୍ଟିନ୍‌ ଗ୍ରିଫିଥ୍‌ସ୍‌ କହିଛନ୍ତି ଯେ ଭଗ୍ନସ୍ତୂପ ଭିତରେ ଖୋଜାଖୋଜି ଚାଲିଥିବାରୁ ମୃତ୍ୟୁସଂଖ୍ୟାର ସଠିକ୍‌ ଆକଳନ କରିବା କଷ୍ଟସାଧ୍ୟ। ତଥାପି ମୁଁ ନିଶ୍ଚିତ ଯେ, ମୃତ୍ୟୁସଂଖ୍ୟା ଦୁଇଗୁଣରୁ ଅଧିକ ହେବ।ତୁର୍କୀ ଓ ସିରିଆରେ ସଂଘଠିତ ଶକ୍ତିଶାଳୀ ଭୂମିକମ୍ପଜନିତ ମୃତ୍ୟୁସଂଖ୍ୟା ୫୦ ହଜାର ଟପିଯାଇପାରେ ବୋଲି ସେ କହିଛନ୍ତି।

Advertisment
India