Advertisment

ଭୂକମ୍ପ ଝଟକାରେ ଦୋହଲିଲା ବିହାରଠୁ ପଶ୍ଚିମବଙ୍ଗ

‘ଦି ନ୍ୟାସ୍‌ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ (ଏନସିଏସ୍) ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ସକାଳ ପ୍ରାୟ ୫.୩୫ ସମୟରେ ବିହାରର ଆରାରିଆରେ ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି।

Earthquake

Earthquake

Advertisment

ଆଜି ସକାଳୁ ବିହାରଠୁ ଆରମ୍ଭ କରି ପଶ୍ଚିମବଙ୍ଗ ଭୂମିକମ୍ପରେ ଥରିଛି। ହେଲେ ଏଥିଯୋଗୁ କିଛି କ୍ଷୟକ୍ଷତି ତଥା ଜୀବନହାନୀ ହୋଇ ନ ଥିବା ଜଣାଯାଇଛି।

Advertisment

‘ଦି ନ୍ୟାସ୍‌ନାଲ୍ ସେଣ୍ଟର୍ ଫର୍ ସିସ୍ମୋଲୋଜି’ (ଏନସିଏସ୍) ଦ୍ୱାରା ଦିଆଯାଇଥିବା ସୂଚନା ଅନୁଯାୟୀ, ସକାଳ ପ୍ରାୟ ୫.୩୫ ସମୟରେ ବିହାରର ଆରାରିଆରେ ଭୂକମ୍ପ ଅନୁଭୂତ ହୋଇଥିଲା ଏବଂ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୩ ରେକର୍ଡ କରାଯାଇଛି।

ବିହାର ଭଳି ପଶ୍ଚିମବଙ୍ଗର ସିଲିଗୁରିରେ ମଧ୍ୟ ସମାନ ସମୟରେ ଭୂମିକମ୍ପ ଅନୁଭୂତ ହୋଇଛି। ଯାହାର ତୀବ୍ରତା  ମଧ୍ୟ ସମାନ ଥିଲା । ୧୦ କିଲୋମିଟର ଗଭୀରରେ ଏହି ଭୂକମ୍ପ ଘଟିଥିବା ଜଣାଯାଇଛି।

Advertisment

 ଏନସିଏସ୍  ଅନୁଯାୟୀ, ଏହା ପୂର୍ବରୁ ରବିବାର ଭୋର ପ୍ରାୟ ୪ଟା ୧ ମିନିଟ୍‌ରେ ନିକୋବର ଦ୍ୱୀପପୁଞ୍ଜରେ ରିକ୍ଟର ସ୍କେଲରେ ୫.୩ ମ୍ୟାଗ୍ନିଚ୍ୟୁଟର ଏକ ଭୂକମ୍ପ ଅନୁଭୂତ ହୋଇଥିଲା। 

ପଶ୍ଚିମ ନେପାଳରେ ମଙ୍ଗଳବାର ସନ୍ଧ୍ୟା ୬ଟା୫୦ରେ ୪.୧ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିଲା।  ଭୂକମ୍ପର କେନ୍ଦ୍ରସ୍ଥଳ କାଠମାଣ୍ଡୁଠାରୁ ୧୪୦ କିଲୋମିଟର ଦୂରରେ ଥିବା ଗୋରଖା ଜିଲ୍ଲାର ବଲୁବା ଅଞ୍ଚଳରେ କେନ୍ଦ୍ରଭୂତ ହୋଇଥିଲା।  

ଭୂକମ୍ପ ଯୋଗୁଁ ଲୋକେ ଆତଙ୍କିତ ହୋଇ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ। ତେବେ ଏହି ଏଥିଯୋଗୁ କାହାରି କିଛି କ୍ଷୟକ୍ଷତି ହୋଇନାହିଁ କି ଜନଜୀବନ ନଷ୍ଟ ହୋଇ ନ ଥିବା ସୂଚନା ମିଳିଛି

West Bengal Bihar Earthquake
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe