ଦିଲ୍ଲୀ ସମେତ ଉତ୍ତର ଭାରତରେ ଭୂକମ୍ପ ଝଟ୍କା ଅନୁଭୂତ ହୋଇଛି। ମୋହାଲି, ପଞ୍ଚକୂଳ, ଜାମ୍ମୁ-କାଶ୍ମୀରରେ ଏହି ଭୂକମ୍ପ ଝଟ୍କା ବିଶେଷ ଭାବେ ଲୋକେ ଅନୁଭବ କରିଛନ୍ତି। ଏହି ଭୂକମ୍ପର ତୀବ୍ରତା ୫.୭ ଥିବା ସୂଚନା ମିଳିଛି।
ଆଜି ଅପରାହ୍ନ ପ୍ରାୟ ସାଢ଼େ ୧ଟା ବେଳେ ଲୋକେ ଭୂକମ୍ପ ଅନୁଭବ କରି ଘର ବାହାରକୁ ଦୌଡ଼ି ପଳାଇ ଆସିଥିଲେ। ଭୂକମ୍ପ ଅନୁଭବ ଅନେକ ଲୋକ ଭିଡ଼ିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତେବେ ଏଥିରେ ଧାନସମ୍ପତ୍ତି ହାନି ନେଇ ପୂରା ସୂଚନା ମିଳିପାରିନି। ଭୂକମ୍ପ ସମ୍ପର୍କରେ ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି ଟ୍ୱିଟ କରି ଜଣାଇଛି।
ପ୍ରାଥମିକ ସୂଚନା ମୁତାବକ, ଜମ୍ମୁ ଓ କଶ୍ମୀରର ଗଣ୍ଡୋ ଭାଲେସା ଠାରୁ ୧୮ କିଲୋମିଟର ଦୂରରେ ଭୂମିକମ୍ପ ଅନୁଭୂତ ହୋଇଛି।
Earthquake of Magnitude:5.4, Occurred on 13-06-2023, 13:33:42 IST, Lat: 33.15 & Long: 75.82, Depth: 6 Km ,Location: Doda, Jammu and Kashmir, India for more information Download the BhooKamp App https://t.co/OyJTMLYeSm@ndmaindia @Dr_Mishra1966 @Indiametdept @KirenRijiju pic.twitter.com/6Ezq3dbyNE
— National Center for Seismology (@NCS_Earthquake) June 13, 2023
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।