Advertisment

Kolkata Earthquake: କୋଲକାତାରେ ଭୂକମ୍ପ; ଘର ଛାଡ଼ି ଦୌଡ଼ିଲେ ଲୋକେ

ଭୂକମ୍ପ ଝଟକା ଅନୁଭବ କରିବା ମାତ୍ରେ ଲୋକମାନେ ଘରୁ ବାହାରକୁ ଚାଲି ଯାଇଥିଲେ। ଅଫିସଗୁଡ଼ିକରୁ କର୍ମଚାରୀମାନେ ବାହାରି ଯାଇଥିଲେ। ସେହିଭଳି ଶ୍ରେଣୀ ଗୃହରୁ ଛାତ୍ରଛାତ୍ରୀ ବାହାରକୁ ଚାଲି ଯାଇଥିଲେ।

author-image
Jitendra Garnayak
Earthquake

କୋଲକାତାରେ ଶୁକ୍ରବାର ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୯ ରହିଥିଲା। ଏହି ଭୂକମ୍ପର କେନ୍ଦ୍ରସ୍ଥଳ କୋଲକତା ସହର ଠାରୁ ପ୍ରାୟ ୮୦ କିଲୋମିଟର ଦୂରରେ ଥିଲା ବୋଲି ଜଣାପଡ଼ିଛି। କୋଲାକାତା ସହିତ ଏହାର ଆଖପାଖ କିଛି ଅଞ୍ଚଳରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଛି। 

Advertisment

ପ୍ରଥମେ ବାଂଲାଦେଶରେ ଭୂକମ୍ପ ଝଟକା ଅନୁଭବ ହୋଇଥିଲା। ତା’ପରେ କୋଲକାତାରେ ହୋଇଥିଲା ବୋଲି ସୂଚନା ମିଳିଛି। ବାଂଲାଦେଶରେ ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୫.୪ ଥିଲା ବୋଲି ଜଣାପଡ଼ିଛି।   

କୋଲକାତାରେ ଭୂକମ୍ପ ଝଟକା ଅନୁଭବ କରିବା ମାତ୍ରେ ଲୋକମାନେ ଘରୁ ବାହାରକୁ ଚାଲି ଯାଇଥିଲେ। ଅଫିସଗୁଡ଼ିକରୁ କର୍ମଚାରୀମାନେ ବାହାରି ଯାଇଥିଲେ। ସେହିଭଳି ଶ୍ରେଣୀ ଗୃହରୁ ଛାତ୍ରଛାତ୍ରୀ ବାହାରକୁ ଚାଲି ଯାଇଥିଲେ। ମାତ୍ର କିଛି ସେକେଣ୍ଡ ପାଇଁ କୋଲକାତାରେ ଭୂକମ୍ପ ଅନୁଭୂତ ହୋଇଥିଲା। 

Advertisment

ସହରର ଅନେକ ସ୍ଥାନରେ ଲୋକେ ଆପାର୍ଟମେଣ୍ଟ ଗୁଡ଼ିକରୁ ବାହାରି ଖୋଲା ସ୍ଥାନରେ ଜମା ହୋଇଥିବା ଦେଖିବାକୁ ମିଳିଥିଲା। ଏମିତିକି ଏକ ଜନସଭାକୁ ସମ୍ବୋଧିତ କରୁଥିବା କେନ୍ଦ୍ର ମନ୍ତ୍ରୀ ସୁକାନ୍ତ ମଜୁମଦାର ଭୂକମ୍ପ ଝଟକା ଅନୁଭବ କରି କ୍ଷଣିକ ପାଇଁ ଅଟକି ଯାଇଥିଲେ। 

ଭୂକମ୍ପ ପ୍ରଭାବରେ ଫ୍ୟାନ୍‌ଗୁଡ଼ିକ ହଲିଥିଲା। ଘରେ ଥିବା ଆସବାବପତ୍ରଗୁଡ଼ିକ ମଧ୍ୟ ଦୋହଲିଥିଲା ବୋଲି କେହି କେହି କହିଛନ୍ତି। ଭୂକମ୍ପ ନେଇ ଅନେକ ଲୋକ ନିଜ ନିଜ ଅନୁଭୂତିକୁ ସୋଶାଲ ମିଡ଼ିଆରେ ପୋଷ୍ଟ କରିଛନ୍ତି। ତେବେ ଖବର ଲେଖାଯିବା ବେଳକୁ କ୍ଷୟକ୍ଷତି ନେଇ କୌଣସି ସୂଚନା ଆସିନାହିଁ।