Advertisment

ଥମୁନି ମାଳଦ୍ୱୀପ ଝଡ଼; ସମସ୍ତ ଫ୍ଲାଇଟ ବୁକିଂ ରଦ୍ଦ କଲା EaseMyTrip

(EaseMyTrip) ସିଇଓ ନିଶାନ୍ତ ପଟ୍ଟି ସୂଚନା ଦେଇ କହିଛନ୍ତି, ଦେଶର ଏକତାରେ ସାମିଲ ହୋଇ (EaseMyTrip) ପକ୍ଷରୁ ମାଳଦ୍ୱୀପକୁ ଯାଉଥିବା ସବୁ ଫ୍ଲାଇଟ୍‌ ବୁକିଂକୁ ବାତିଲ କରି ଦିଆଯାଇଛି।

author-image
Niharika Rout
Ease My Trip

Ease My Trip

ଲାକ୍ଷାଦ୍ୱୀପକୁ ନେଇ ଜୋର ଧରିଲା ମାଲଡିଭ୍ସ ଝଡ଼ । ସୋଶାଲ ମିଡିଆରେ ଟ୍ରେଣ୍ଡ ହେଉଛି  #BoycottMaldives । ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅପମାନ ସୂଚକ ମନ୍ତବ୍ୟ ଦେଇ ସସପେଣ୍ଡ ହୋଇଛନ୍ତି ମାଳଦୀପର ୩ ମନ୍ତ୍ରୀ ।

Advertisment

ତେବେ ଏହାରି ଭିତରେ ଭାରତରୁ ମାଳଦୀପ ପାଇଁ ହୋଇଥିବା ସମସ୍ତ ଫ୍ଲାଇଟ୍ ବୁକିଂକୁ ରଦ୍ଦ କରିଛି ଇଜ୍ ମାଇ ଟ୍ରିପ୍ (EaseMyTrip )। ଏହା ସହ ସମସ୍ତ ବୁକିଂ ବନ୍ଦ କରିଦେଇଛି । ଫଳରେ ମାଳଦୀପରେ ସମସ୍ତ ହୋଟେଲ ବୁକିଂ ମଧ୍ୟ ରଦ୍ଦ ହୋଇଯାଇଛି ।

(EaseMyTrip) ସିଇଓ ନିଶାନ୍ତ ପଟ୍ଟି ସୂଚନା ଦେଇ କହିଛନ୍ତି, ଦେଶର ଏକତାରେ ସାମିଲ ହୋଇ (EaseMyTrip) ପକ୍ଷରୁ ମାଳଦ୍ୱୀପକୁ ଯାଉଥିବା ସବୁ ଫ୍ଲାଇଟ୍‌ ବୁକିଂକୁ ବାତିଲ କରି ଦିଆଯାଇଛି।

Advertisment

ପ୍ରତିବର୍ଷ ଭାରତରୁ ଲକ୍ଷାଧିକ ପର୍ଯ୍ୟଟକ ମାଳଦ୍ୱୀପ ଯାଆନ୍ତି । ମାଳଦ୍ୱୀପ ଯାଉଥିବା ଟୁରିଷ୍ଟ ତାଲିକାରେ ସବୁଠୁ ଅଧିକ ଅଛନ୍ତି ଭାରତୀୟ । ଭାରତରୁ ୨ ଲକ୍ଷରୁ ଅଧିକ ପର୍ଯ୍ୟଟକ ମାଳଦ୍ୱୀପ ଯାଉଥିବା ବେଳେ ଏହା ପଛକୁ ରୁଷ ଓ ଚୀନ ରହିଛନ୍ତି । ଭାରତୀୟ ଯଦି ମାଳଦ୍ୱୀପକୁ ବୟକଟ କରନ୍ତି ତେବେ ପର୍ଯ୍ୟଟନ ଉପରେ ନିର୍ଭର କରୁଥିବା ଏହି ଦେଶର ଆର୍ଥିକ ସ୍ଥିତି ଉପରେ ଗଭୀର ପ୍ରଭାବ ପଡ଼ିବ ।

ସେପଟେ ଭାରତର ଏଭଳି ପଦକ୍ଷେପ ପରେ ଆଜି ଚୀନ ଗସ୍ତ କରିଛନ୍ତି ମାଳଦ୍ୱୀପ ରାଷ୍ଟ୍ରପତି । ତେଣୁ ଆଗକୁ ଭାରତ ଓ ମାଳଦ୍ୱୀପ ମଧ୍ୟ କୁଟନୈତିକ ସ୍ତରରେ ମଧ୍ୟ ପ୍ରଭାବ ପଡ଼ିବ ବୋଲି ଆଶଙ୍କା କରାଯାଉଛି ।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ଲାକ୍ଷାଦ୍ୱୀପ ଟ୍ରିପର ଫଟୋ ପଷ୍ଟୋ କରିବା ପରେ ଲାକ୍ଷାଦ୍ୱୀପକୁ ମାଳଦ୍ୱୀପ ସହ ତୁଳନା କରାଯାଇଥିଲା। ଏହାକୁ ନେଇ ମାଳଦ୍ୱୀପର ମନ୍ତ୍ରୀ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଭାରତକୁ ସମାଲୋଚନା କରିଥିଲେ। ମାଳଦ୍ୱୀପ ସୂଚନା ଏବଂ ସଂସ୍କୃତି ମନ୍ତ୍ରଣାଳୟରେ ଉପମନ୍ତ୍ରୀ ତଥା ମାଲେ ସିଟି କାଉନସିଲର ମୁଖପାତ୍ର ଭାବେ କାର୍ଯ୍ୟ କରୁଥିବା ମରିୟମ ଶିଉନା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଜୋକର ଏବଂ କଣ୍ଢେଇ ବୋଲି କହିଥିଲେ।

ଏଥିସହ ମାଳଦ୍ୱୀପ ସହ ଲାକ୍ଷାଦ୍ୱୀପକୁ ତୁଳନା କରାଯାଉଥିବାରୁ ପରିହାସ କଲା ପରି ଏକ ପୋଷ୍ଟ କରିଥିଲେ। ପରବର୍ତ୍ତୀ ସମୟରେ ସେ ହି ପୋଷ୍ଟକୁ ଡିଲିଟ୍ କରିଦେଇ ଥିଲେ ମଧ୍ୟ ବିବାଦ ଘନେଇ ଥିଲା। ଏହାକୁ ନେଇ ଏକ୍ସରେ ଟ୍ରେଣ୍ଡ କରିଥିଲା #BoycottMaldives।

ଉଭୟ ଦେଶ ମଧ୍ୟରେ ବିବାଦ ଘନେଇବା ପରେ ଏପରି ଟିପ୍ପଣୀ ଦେଇଥିବା ମନ୍ତ୍ରୀଙ୍କ ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିଲେ ମାଳାଦୀପ ସରକାର। ଏଥିସହ ତୁରନ୍ତ ମନ୍ତ୍ରୀ ମରିୟମ ଶିୟୁନା, ମାଲଶା ଏବଂ ହାସନ ଜିହାନଙ୍କୁ ମାଳଦ୍ୱୀପ ସରକାର ନିଲମ୍ବନ କରିଛନ୍ତି।

Maldives Lakshadweep Maldives Row Lakshadweep Vs Maldives