Advertisment

ନିର୍ବାଚନ ପୂର୍ବରୁ ଝାରଖଣ୍ଡ DGPଙ୍କ ବଦଳି ପାଇଁ ନିର୍ଦ୍ଦେଶ

ତୁରନ୍ତ ଡିଜିପିଙ୍କ ବଦଳି କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ ଆୟୋଗ।

Anurag Gupta

Anurag Gupta

Advertisment

ବିଧାନସଭା ନିର୍ବାଚନ ପୂର୍ବରୁ ଝାରଖଣ୍ଡ ଡିଜିପିଙ୍କ ବଦଳି ପାଇଁ ନିର୍ଦ୍ଦେଶ। ଆଜି ନିର୍ବାଚନ ଆୟୋଗ ଡିଜିପି ଅନୁରାଗ ଗୁପ୍ତାଙ୍କ ବଦଳି ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 

Advertisment

ସୂତ୍ରରୁ ପ୍ରକାଶ ରିପୋର୍ଟ ଅନୁସାରେ, ନିର୍ବାଚନ ଆୟୋଗ ତୁରନ୍ତ ଗୁପ୍ତାଙ୍କ ବଦଳି କରିବା ସହ ତାଙ୍କ ସ୍ଥାନରେ ଡିଜିପି ସ୍ତରର ଜଣେ ବରିଷ୍ଠ ଅଧିକାରୀଙ୍କୁ ନିଯୁକ୍ତି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଗୁପ୍ତାଙ୍କ ବିରୁଦ୍ଧରେ ଏକାଧିକ ଅଭିଯୋଗ ଆସିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। 

ନିର୍ବାଚନ ଆୟଗଙ୍କ ପକ୍ଷରୁ କୁହାଯାଇଛି ଯେ, ଡିଜିପି ଅନୁରାଗ ଗୁପ୍ତାଙ୍କ ବିରୁଦ୍ଧରେ ଏକାଧିକ ଅଭିଯୋଗ ଆସିଥିଲା। ଏହି ଅଭିଯୋଗକୁ ଆଧାର କରି ଏବଂ ତାଙ୍କ ପୂର୍ବ କାର୍ଯ୍ୟପନ୍ଥାଙ୍କୁ ବିଚାର ବିମର୍ଶ କରାଯାଇ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି।  

Advertisment

ପ୍ରକାଶ ଥାଉକି, ଝାରଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଯାଇଛି। ନଭେମ୍ବର 13 ଏବଂ 20ରେ ଦୁରଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ଏବଂ ନଭେମ୍ବର 23ରେ ଫଳାଫଳ ପ୍ରକାଶ ପାଇବ।  

Election Commission Assembly Election Jharkhand DGP EC
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe