Advertisment

୪ ରାଜ୍ୟର ଜିଲ୍ଲାପାଳ ଓ ଏସପିଙ୍କ ବଦଳି ନିର୍ଦ୍ଦେଶ ଦେଲେ ନିର୍ବାଚନ କମିଶନ

ଓଡ଼ିଶାର ଦୁଇଟି ଜିଲ୍ଲାର ଏସପି ଏବଂ ଗୋଟିଏ ଜିଲ୍ଲାର ଜିଲ୍ଲାପାଳ ବଦଳିବେ।

author-image
Debibandita Barick
ECI

ECI

ବଦଳିବେ ୪ ରାଜ୍ୟର ଜିଲ୍ଲାପାଳ ଓ ଏସପି। ଆଜି ମୁଖ୍ୟ ନିର୍ବାଚନ କମିଶନର ଜିଲ୍ଲାପାଳ ଓ ଏସପିଙ୍କ ବଦଳି ନେଇ ନିର୍ଦ୍ଦେଶ ଦେଇଛନ୍ତି। ଅଣକ୍ୟାଡର ଏସପି ଓ କଲେକ୍ଟରଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ECI।

Advertisment

ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି ନିର୍ବାଚନ ଆୟୋଗ ଯେଉଁ ଅଣକ୍ୟାଡର ଅଧିକାରୀମାନେ ଜିଲ୍ଲା ମାଜିଷ୍ଟ୍ରେଟ୍ (ଡିଏମ୍) ଏବଂ ପୁଲିସ ସୁପରିଟେଣ୍ଡେଣ୍ଟ (ପୁଲିସ ଅଧୀକ୍ଷକ) ପଦବୀରେ ଅଛନ୍ତି ସେମାନଙ୍କ ବଦଳି ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି। ଦେଶର ଚାରୋଟି ରାଜ୍ୟକୁ ଏହି ନୋଟିସ୍ ପଠାଯାଇଛି।

ବଦଳି ପାଇଁ ନୋଟିସ୍ ପାଇଥିବା ରାଜ୍ୟଗୁଡିକ ହେଉଛି, ଓଡ଼ିଶା, ପଶ୍ଚିମବଙ୍ଗ, ଗୁଜରାଟ ଏବଂ ପଞ୍ଜାବ। ଓଡ଼ିଶାର ୨ଟି ଜିଲ୍ଲାର ଏସପି ଓ ଜିଲ୍ଲାପାଳଙ୍କୁ ବଦଳି ପାଇଁ ନିର୍ବାଚନ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ଦେବଗଡ଼ ଓ କଟକ ଗ୍ରାମାଞ୍ଚଳ ଏସପିଙ୍କ ସମେତ ଢେଙ୍କାନାଳ ଜିଲ୍ଲାପାଳଙ୍କ ବଦଳି ପାଇଁ ନିର୍ଦ୍ଦେଶ ଦିଆଯାଇଛି। 

Advertisment
Eci DMs & SPs Transfers Lok Sabha Poll Election Commission